ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇ ଲାମା କରୋନା ଭଳି ପରିସ୍ଥିତିରେ ଭାରତର ପଦକ୍ଷେପରେ ସନ୍ତୋଷ ଜାହିର କରିଛନ୍ତି। ଏହି ମହାମାରୀ ପରେ ଆସିଥିବା ଆହ୍ୱାନ ପାଇଁ ଭାରତ ନେଇଥିବା ପଦକ୍ଷେପ ପ୍ରତି ସେ କୃତଜ୍ଞତା ଜାହିର କରିଛନ୍ତି। ସେ ଏହି ବାର୍ତ୍ତାରେ କହିଛନ୍ତି, ଆଜି କରୋନା ପାଇଁ ଆମେ ଏକ କେଟକର ସମୟ ଦେଇ ଗତି କରୁଛେ।
ସେ ଆହୁରି ମଧ୍ୟ କହିଥିଲେ, “ଏଥି ସହିତ ଅନ୍ୟ ଏକ ସମସ୍ୟା ଭାବେ ଛିଡ଼ା ହୋଇଛି ଜଳବାୟୁ ପରିବର୍ତ୍ତନ। ମୁଁ ଏହି ଅବସରରେ ଭାରତ ସରକାରଙ୍କ ସମେତ ବିଶ୍ୱର ସମସ୍ତ ସରକାରଙ୍କ ପ୍ରତି ମୁଁ କୃତଜ୍ଞତା ଜ୍ଞାପନ କରୁଛି।”
ସେ କହିଛନ୍ତି, “ନିର୍ଦ୍ଦିଷ୍ଟ ଭାବେ ସାର୍କ ଦେଶମାନଙ୍କ ସହ ମିଶି ଜରୁରୀକାଳୀନ ଫଣ୍ଡ ଏବଂ ସୂଚନା, ଜ୍ଞାନ ଏବଂ ବିଶେଷଜ୍ଞ ଆଦାନ ପ୍ରଦାନ ପାଇଁ ପ୍ଲାଟଫର୍ମ ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ପ୍ରୟାସକୁ ମୁଁ ପ୍ରଶଂସା କରୁଛି। ଭବିଷ୍ୟତରେ ମଧ୍ୟ ଏହା ଏଭଳି ସ୍ଥିତିରେ ଉଦାହରଣ ସାଜିବ।”
ଭାରତୀୟ ପରମ୍ପରାର ଉଦାହରଣ ଦେଇ ସେ କହିଥିଲେ, ପ୍ରାଚୀନ ଭାରତୀୟ ପରମ୍ପରାରେ ସୃଷ୍ଟି, ଅବସ୍ଥାନ ଓ ଧ୍ୱଂସ ଲୀଳା ବାବଦରେ ବର୍ଣ୍ଣନା କରାଯାଇଛି। ସେ ଧ୍ୱଂସ ବାବଦରେ କହିଛନ୍ତି, ଏହାର ବିଭିନ୍ନ କାରଣ ମଧ୍ୟରେ ସଶସ୍ତ୍ର ଯୁଦ୍ଧ ଅନ୍ୟତମ। ଆମେ ଆଜି ଏହାକୁ ଭୋଗ କରୁଛେ। କିନ୍ତୁ ଜୀବ ଜନ୍ତୁ ବିଶେଷ କରି ମନୁଷ୍ୟ ଏଥିରେ ତିଷ୍ଠିବା ଶିଖିଯାଇଛି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।