ମହିଳାଙ୍କ ଉପରେ ମନ୍ତବ୍ୟ ଦେଇ ଦୁଃଖ ପ୍ରକାଶ କଲେ ଦଲାଇଲାମା

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ମହିଳାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଆଜି ଗଭୀର ଭାବେ ଦୁଃଖ ପ୍ରକାଶ କରିଛନ୍ତି। ଏକ ଇଂଲିଶ ଗଣାମଧ୍ୟମକୁ ସୂଚନା ଦେଇ ଦଲାଇଲାମା ତାଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ମତ ଦେଇଥିଲେ। ସେ କହିଥିଲେ, “ଯଦି ମୋ ଉତ୍ତରାଧିକାରୀ ଜଣେ ମହିଳା ହୁଅନ୍ତି, ତା’ହେଲେ ସେ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥିବା ଦରକାର।” ଅବଶ୍ୟ ଏହି ସମୟରେ ଦଲାଇଲାମା ହସିହସି ମତ ଦେଇଥିଲା। କିନ୍ତୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦଲାଇଲାମାଙ୍କ […]

waq

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 05:10 PM IST

ନୂଆଦିଲ୍ଲୀ: ତିବ୍ବତୀୟ ଧର୍ମଗୁରୁ ଦଲାଇଲାମା ମହିଳାଙ୍କ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ଆଜି ଗଭୀର ଭାବେ ଦୁଃଖ ପ୍ରକାଶ କରିଛନ୍ତି।
ଏକ ଇଂଲିଶ ଗଣାମଧ୍ୟମକୁ ସୂଚନା ଦେଇ ଦଲାଇଲାମା ତାଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ମତ ଦେଇଥିଲେ। ସେ କହିଥିଲେ, “ଯଦି ମୋ ଉତ୍ତରାଧିକାରୀ ଜଣେ ମହିଳା ହୁଅନ୍ତି, ତା’ହେଲେ ସେ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଥିବା ଦରକାର।”

ଅବଶ୍ୟ ଏହି ସମୟରେ ଦଲାଇଲାମା ହସିହସି ମତ ଦେଇଥିଲା। କିନ୍ତୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଦଲାଇଲାମାଙ୍କ ଭଳି ଜଣେ ଧର୍ମଗୁରୁଙ୍କ ଠାରୁ ବିଶ୍ୱ ଏଭଳି ମନ୍ତବ୍ୟ ଶୁଣି ଆଶ୍ଚର୍ଯ୍ୟ ହୋଇଥିଲା।

ଏବେ ତାଙ୍କ ଅଫିସ ପକ୍ଷରୁ ଏକ ପ୍ରେସ ରିଲିଜ୍‌ ଜାରି କରାଯାଇଛି। ଏଥିରେ କୁହାଯାଇଛି, “ଧର୍ମଗୁରୁ ଦଲାଇଲାମା ସର୍ବାଦା ତାଙ୍କ ଜୀବନରେ ମହିଳାଙ୍କୁ ସମ୍ମାନ କରନ୍ତି। ସେ କେବେ ହେଲେ ମହିଳାଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଉଥିବା ବ୍ୟକ୍ତିଙ୍କୁ ପସନ୍ଦ କରନ୍ତି ନାହିଁ।

ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ସେ ଯେଉଁ ଟିପ୍ପଣୀ ଦେଇଥିଲେ, ତାହା କେବଳ ଏକ ଜୋକ ଥିଲା। ତଥାପି ସେ ନିଜର ମନ୍ତବ୍ୟ ପାଇଁ ‘ଗଭୀର ଦୁଃଖ’ ପ୍ରକାଶ କରିଛନ୍ତି। ତାଙ୍କ ମନ୍ତବ୍ୟ ଯଦି କାହାକୁ କଷ୍ଟ ଦେଇଥାଏ, ତା’ହେଲେ ସେ ଏଥିପାଇଁ ପରିତାପ ମଧ୍ୟ କରୁଛନ୍ତି।”

Related story