ଡ୍ୟାମ ଭୁଶୁଡ଼ିବା ଘଟଣା: ୧୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ଏବେ ବି ୯ ନିଖୋଜ

ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ରର ରତ୍ନଗିରିଠାରେ ଡ୍ୟାମ୍‌ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ପାଣିରେ ଭାସି ଯାଇଥିବା ୧୪ ଜଣଙ୍କ ମୃତଦେହକୁ ଠାବ କରିବାରେ ସମର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଏବେ ବି ୯ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଡ୍ୟାମ ଭୁଶୁଡ଼ିବା ଯୋଗୁ ତିଭେର ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ମଙ୍ଗଳବାର ରାତିରେ ୩୦୮ ମିଟର ଲମ୍ବର ତିୱେର ଡ୍ୟାମ୍‌ର ୧୦୦ ମିଟର ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଁରେ ଥିବା […]

q

Hemant Lenka
  • Published: Thursday, 04 July 2019
  • , Updated: 04 July 2019, 12:52 PM IST

ମୁମ୍ବାଇ: ଲଗାଣ ବର୍ଷା ଯୋଗୁ ମହାରାଷ୍ଟ୍ରର ରତ୍ନଗିରିଠାରେ ଡ୍ୟାମ୍‌ ଭୁଶୁଡ଼ିବା ଘଟଣାରେ ମୃତ୍ୟୁସଂଖ୍ୟା ୧୪ରେ ପହଞ୍ଚିଛି। ଉଦ୍ଧାରକାରୀ ଦଳ ପାଣିରେ ଭାସି ଯାଇଥିବା ୧୪ ଜଣଙ୍କ ମୃତଦେହକୁ ଠାବ କରିବାରେ ସମର୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଏବେ ବି ୯ ଜଣଙ୍କର କୌଣସି ପତ୍ତା ମିଳିନାହିଁ। ଡ୍ୟାମ ଭୁଶୁଡ଼ିବା ଯୋଗୁ ତିଭେର ଗାଁରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା।

ମଙ୍ଗଳବାର ରାତିରେ ୩୦୮ ମିଟର ଲମ୍ବର ତିୱେର ଡ୍ୟାମ୍‌ର ୧୦୦ ମିଟର ଅଂଶ ଭୁଶୁଡ଼ି ପଡ଼ିଥିଲା। ଫଳରେ ଗାଁରେ ଥିବା ୧୩ଟି ଘର ମଧ୍ୟରୁ ୯ଟି ଘର ପାଣିରେ ସଂପୂର୍ଣ୍ଣ ଲୀନ ହୋଇଯାଇଥିଲା। ସେହିପରି ପାଣି ମାଡ଼ରେ ଗାଁରେ ଥିବା ଦୁଇ ବ୍ରିଜ୍‌ ମଧ୍ୟ ଧୋଇ ହୋଇଯାଇଥିଲା।

୧୯ ବର୍ଷ ପୁରୁଣା ଏହି ଡ୍ୟାମରୁ ପାଣି ଲିକ୍‌ କରୁଥିବା ନେଇ ସ୍ଥାନୀୟ ଲୋକମାନେ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ। ହେଲେ ପ୍ରଶାସନ ପକ୍ଷରୁ ଏହାକୁ ଗୁରୁତ୍ୱ ଦିଆଯାଇ ନଥିଲା। ଲଗାଣ ବର୍ଷା ପୂର୍ବରୁ ଏହାକୁ ମରାମତି ମଧ୍ୟ କରାଯାଇ ନଥିଲା। ତେଣୁ ଏଭଳି ଏକ ବଡ଼ ଅଘଟଣ ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହେଲେ ଏଯାଏ କାହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ମହାରାଷ୍ଟ୍ରର ଜଳସମ୍ପଦ ମନ୍ତ୍ରୀ ଗିରୀଶ ମହାଜନ କହିଛନ୍ତି, “ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ବର୍ଗଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଦିଆଯିବ। ଏଥିସହ ପାଣିରେ ଉଜୁଡ଼ି ଯାଇଥିବା ଲୋକଙ୍କ ପାଇଁ ଅସ୍ଥାୟୀ ଘର ତୁରନ୍ତ ନିର୍ମାଣ କରାଯିବ। ଏହି ଗାଁରେ ଥିବା ପ୍ରତିଟି ପରିବାରର ଜଣଙ୍କୁ ସରକାରୀ ଚାକିରି ଦିଆଯିବ।”

Related story