ବିଜେପିକୁ କଟୁ ଭାଷାରେ ସମାଲୋଚନା କଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧି ଆଜି ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରିବାରେ ସରକାର ବିଫଳ ଓ ବିଜେପି ଜନାଦେଶକୁ ଭୟଙ୍କର ଢଙ୍ଗରେ ବ୍ୟବହାର କରୁଛି ବୋଲି ସେ କହିଛନ୍ତି। ଆଜି କଂଗ୍ରେସ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ ବସିଥିଲା। ଏଠାରେ ଦଳୀୟ ନେତାଙ୍କୁ ଉଦ୍‌ବୋଧନ ଦେଇ ସୋନିଆ ଏଭଳି କହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ କହିଛନ୍ତି, “ମୋଦି ସରକାରଙ୍କ ଅମଳରେ ଗଣତନ୍ତ୍ର ବିପଦଜ୍ଜନକ […]

erd

Hemant Lenka
  • Published: Thursday, 12 September 2019
  • , Updated: 12 September 2019, 04:14 PM IST

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ମୁଖ୍ୟ ସୋନିଆ ଗାନ୍ଧି ଆଜି ବିଜେପିକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଦେଶର ଆର୍ଥିକ ମାନ୍ଦାବସ୍ଥାକୁ ସୁଧାରିବାରେ ସରକାର ବିଫଳ ଓ ବିଜେପି ଜନାଦେଶକୁ ଭୟଙ୍କର ଢଙ୍ଗରେ ବ୍ୟବହାର କରୁଛି ବୋଲି ସେ କହିଛନ୍ତି।

ଆଜି କଂଗ୍ରେସ ପକ୍ଷରୁ ଦଳୀୟ କାର୍ଯ୍ୟାଳୟରେ ରୁଦ୍ଧଦ୍ୱାର ବୈଠକ ବସିଥିଲା। ଏଠାରେ ଦଳୀୟ ନେତାଙ୍କୁ ଉଦ୍‌ବୋଧନ ଦେଇ ସୋନିଆ ଏଭଳି କହିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ସୋନିଆ କହିଛନ୍ତି, “ମୋଦି ସରକାରଙ୍କ ଅମଳରେ ଗଣତନ୍ତ୍ର ବିପଦଜ୍ଜନକ ସ୍ଥିତିରେ ପହଞ୍ଚି ଯାଇଛି। ବିଜେପି ଲୋକଙ୍କ ଜନାଦେଶକୁ ଅପବ୍ୟବହାର କରୁଛି। ନିଜ ଇଚ୍ଛା ଅନୁସାରେ ବିଜେପି ନୀତିନିୟମ ପ୍ରଣୟନ କରିବାରେ ଲାଗିଛି। ବର୍ତ୍ତମାନ ଦେଶରେ କଂଗ୍ରେସ ଧୈର୍ଯ୍ୟର ପରୀକ୍ଷା କରାଯାଉଛି। ଏଥିପାଇଁ ଆମକୁ ମଧ୍ୟ ଅପେକ୍ଷା କରିବାକୁ ପଡ଼ିବ।

ଦେଶର ଅର୍ଥନୀତି ମାନ୍ଦାବସ୍ଥାକୁ ନେଇ ସରକାରୀ କଳ ଦୋହଲି ଯାଇଛି। ଲୋକଙ୍କ ବିଶ୍ୱାସ ମଧ୍ୟ ମୋଦି ସରକାରଙ୍କ ଉପରୁ ଉଠିବାରେ ଲାଗିଛି। ଅର୍ଥନୀତିକ କ୍ଷତିରୁ ନଜର ହଟାଇବା ପାଇଁ ମୋଦି ସରକାର ରାଜନୀତିକ ଆକ୍ରୋଶ ରଖି ରାଜନେତାଙ୍କୁ ଗିରଫ କରିବାରେ ଲାଗିଛନ୍ତି।  ମୋଦି ସରକାର ମହାତ୍ମା ଗାନ୍ଧି, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ବିଆର ଆମ୍ବେଦକରଙ୍କ ଆଦର୍ଶକୁ ଅଣଦେଖା କରୁଛନ୍ତି। ଆମକୁ ଏହା ବିରୋଧରେ ଲଢ଼େଇ କରିବାକୁ ପଡ଼ିବ।”

ଏହି ବୈଠକରେ ବହୁ ବରିଷ୍ଠ କଂଗ୍ରେସ ନେତାଙ୍କ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଯୋଗଦେଇଥିଲେ। ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘଲେ ଯୋଗ ଦେଇ ନଥିଲେ।

ଅନ୍ୟପକ୍ଷରେ ଦଳର ସାଧାରଣ ସମ୍ପାଦକ ଜ୍ୟୋତିର ଆଦିତ୍ୟ ସିନ୍ଧିଆ , ଗୁଲାମ ନବୀ ଆଜାଦ, ଅହମ୍ମଦ ପଟେଲ, ଏକେ ଆଣ୍ଟୋନି, କେସି ଭେନୁଗୋପାଲ, ମଲ୍ଲିକାର୍ଜୁନ ଖାଡ଼ଗେ ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ପ୍ରମୁଖ ଉପସ୍ଥିତ ଥିଲେ।

Related story