ଦାର୍ଜିଲିଂରେ ଭୂସ୍ଖଳନ; ୩୮ ମୃତ, ୧୫ ନିଖୋଜ

ଦାର୍ଜିଲିଂ: ପଶ୍ଚିମ ବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଭୂସ୍ଖଳନ ଘଟି ୩୮ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରୁ ପୂରା ଦାର୍ଜିଲିଂ ଜିଲ୍ଲାରେ ଜୋରରେ ବର୍ଷା ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଏହି ଲୋକମାନଙ୍କର ମୃତ୍ୟୁ ଘଟିଛି। ସେହିପରି ୧୫ ଜଣ ଲୋକ ନିଖୋଜ ଅଛନ୍ତି ବୋଲି ସୂଚନା ଦେଇଛି ପଶ୍ଚିମ ବଙ୍ଗର ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ। ସବୁଠୁ ଅଧିକ ଲୋକ ମରିଛନ୍ତି ଜିଲ୍ଲାର ମିରିକରେ। ଏଠାରେ ୨୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା […]

landslide

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 01:19 PM IST

ଦାର୍ଜିଲିଂ: ପଶ୍ଚିମ ବଙ୍ଗର ଦାର୍ଜିଲିଂ ଜିଲ୍ଲାରେ ଭୂସ୍ଖଳନ ଘଟି ୩୮ ଜଣଙ୍କ ମୃତ୍ୟୁ ଘଟିଛି। ମଙ୍ଗଳବାର ରାତିରୁ ପୂରା ଦାର୍ଜିଲିଂ ଜିଲ୍ଲାରେ ଜୋରରେ ବର୍ଷା ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଏହି ଲୋକମାନଙ୍କର ମୃତ୍ୟୁ ଘଟିଛି। ସେହିପରି ୧୫ ଜଣ ଲୋକ ନିଖୋଜ ଅଛନ୍ତି ବୋଲି ସୂଚନା ଦେଇଛି ପଶ୍ଚିମ ବଙ୍ଗର ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ।

ସବୁଠୁ ଅଧିକ ଲୋକ ମରିଛନ୍ତି ଜିଲ୍ଲାର ମିରିକରେ। ଏଠାରେ ୨୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆହୁରି ୧୩ ଜଣ ନିଖୋଜ ଅଛନ୍ତି।। ବାକି ୧୭ ଜଣ କାଲିମ୍ପୋଗ୍-୧ ଓ୨, ଲାଭା, ସୁଖିଆ ବ୍ଲକ୍ ଓ ଗୋରୁବାଠନାରେ ମରିଛନ୍ତି। ୨୦ ଜଣ ଲୋକ ଆହତ ହୋଇଛନ୍ତି।

ଦାର୍ଜିଲିଂ ଜିଲ୍ଲାର ଦାର୍ଜିଲିଂ, କାଲିମ୍ପୋଗ୍ ଓ କୁରେସେଓଙ୍ଗ ସବ୍ ଡିଭିଜନର ୨୫ଟି ସ୍ଥାନରେ ଭୂସ୍ଖଳନ ଘଟିଛି। ଭୂସ୍ଖଳନ ଯୋଗୁ ଏହି ଅଞ୍ଚଳରେ ଥିବା ଜାତୀୟ ରାଜପଥ-୧୦ ଓ ୫୫ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଗମନାଗମନ ବାଧାପ୍ରାପ୍ତ ହୋଇଛି। ବର୍ଡର ରୋଡ୍ ଅର୍ଗାନାଇଜେସନ୍ (ବିଆରଓ)କୁ ରାସ୍ତା ସଫେଇ କାର୍ଯ୍ୟରେ ନିୟୋଜିତ କରାଯାଇଛି।

ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁଙ୍କୁ ଦାର୍ଜିଲିଂରେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭୂସ୍ଖଳନରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ପଶ୍ଚିମ ବଙ୍ଗ ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି।

Related story