ମୁମ୍ୱାଇ: ଅଣ୍ଡର ଓ୍ୱାର୍ଲଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସ୍କରଙ୍କୁ ଥାନେ ପୋଲିସ ଗିରଫ କରିଛି। ବଟି ଆଦାୟ ମାମଲାରେ ଇକବାଲକୁ ମୁମ୍ବାଇ ସ୍ଥିତ ତା ବାସଭବନରୁ ଗିରଫ କରାଯାଇଛି। ଏନ୍କାଉଣ୍ଟର ସ୍ପେସାଲିଷ୍ଟ ପ୍ରଦୀପ ଶର୍ମାଙ୍କ ନେତୃତ୍ୱରେ ପୋଲିସ ଟିମ୍ ତାଙ୍କ ବାସଭବନ ଉପରେ ଚଢ଼ାଉ କରିଥିଲା।
ଇକବାଲ ଭାଇ ଦାଉଦର ନାଁ ନେଇ ଅନେକ ବିଲ୍ଡରଙ୍କୁ ଧମକାଇ ବଟି ଆଦାୟ କରୁଥିଲା। ମୁମ୍ବାଇରେ ଦାଉଦ୍ର ବିଜନେସ୍ କଥା ବୁଝୁଥିଲା ଇକବାଲ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।