ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମକୁ 'କରୋନା'

କରାଚି: ପାକିସ୍ତାନରେ ଲୁଚିଥିବା କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମକୁ କରୋନା ହୋଇଥିବା ପାକିସ୍ତାନ ମିଡିଆ ରିପୋର୍ଟରୁ ସୂଚନା ମିଳିଛି। ଦାଉଦ ବ୍ୟତୀତ ତା ପତ୍ନୀ ମେହଜବୀନର କରୋନା ଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ପାକିସ୍ତାନ ମିଡିଆ ରିପୋର୍ଟ ଅନୁଯାୟୀ, ଦାଉତ ଓ ତା’ର ପତ୍ନୀ କରାଚିର ଆର୍ମି ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି। ଦାଉଦଙ୍କ ବ୍ୟକ୍ତିଗତ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି। କିନ୍ତୁ ଦାଉଦ୍‌ର ଭାଇ ଅନୀସ‌ ଇବ୍ରାହିମ୍‌ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ […]

dawood

Ranjit Kumar Jena
  • Published: Friday, 05 June 2020
  • , Updated: 05 June 2020, 10:02 PM IST

କରାଚି: ପାକିସ୍ତାନରେ ଲୁଚିଥିବା କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମକୁ କରୋନା ହୋଇଥିବା ପାକିସ୍ତାନ ମିଡିଆ ରିପୋର୍ଟରୁ ସୂଚନା ମିଳିଛି। ଦାଉଦ ବ୍ୟତୀତ ତା ପତ୍ନୀ ମେହଜବୀନର କରୋନା ଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ପାକିସ୍ତାନ ମିଡିଆ ରିପୋର୍ଟ ଅନୁଯାୟୀ, ଦାଉତ ଓ ତା'ର ପତ୍ନୀ କରାଚିର ଆର୍ମି ହସ୍ପିଟାଲରେ ଚିକିତ୍ସା କରାଉଛନ୍ତି। ଦାଉଦଙ୍କ ବ୍ୟକ୍ତିଗତ କର୍ମଚାରୀ ଓ ସୁରକ୍ଷାକର୍ମୀଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି।

କିନ୍ତୁ ଦାଉଦ୍‌ର ଭାଇ ଅନୀସ‌ ଇବ୍ରାହିମ୍‌ ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ଖବର ସରବରାହ ସଂସ୍ଥା ଆଇଏଏନଏସକୁ ଦେଇଥିବା ସାକ୍ଷାତକାରରେ ଅନୀସ କହିଛି, କରୋନା ଏକ ଭୟଙ୍କର ମହାମାରୀ। ଏଥିରେ ତା ଭାଇ କି ତାଙ୍କ ପରିବାରରେ କୌଣସି ବ୍ୟକ୍ତି ଆକ୍ରାନ୍ତ ହୋଇ ନାହାନ୍ତି। ସମସ୍ତେ ଘରେ ଅଛନ୍ତି। ଏହି ଛୋଟବାର୍ତ୍ତାଳାପରେ ଅନୀସ ପାକିସ୍ତାନ ଓ ୟୁଏଇରେ ତାଙ୍କ ବ୍ୟବସାୟ ଚାଲୁଥିବା ସ୍ୱୀକାର କରିଛି। ତା ସହିତ ଟ୍ରାନ୍ସପୋର୍ଟିଂ ବ୍ୟବସାୟ ଚାଲୁଥିବା ସୂଚନା ଦେଇଛି ଅନୀସ। ତେବେ ବର୍ତ୍ତମାନର ଠିକଣା ପଚାରିବାରୁ ଅନୀସ ନିରବ ରହିଥିଲା।

୧୯୯୩ରେ ମୁମ୍ବାଇରେ ହୋଇଥିବା ସିରିଏଲ୍ ବ୍ଲାଷ୍ଟର ମାଷ୍ଟରମାଇଣ୍ଡ ଥିଲା ଦାଉଦ। ଏହି ଆତଙ୍କୀ ଘଟଣାରେ ୧୩ଟି ବୋମା ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୩୫୦ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ୨୦୦୩ରେ ଭାରତ ସରକାର ଆମେରିକା ସହ ମିଶି ଦାଉଦଙ୍କୁ ଗ୍ଲୋବାଲ୍ ଟେରୋରିଷ୍ଟ (ଆତଙ୍କବାଦୀ) ଘୋଷଣା କରିଥିଲେ।

ଭାରତୀୟ ଗୁଇନ୍ଦା ଏଜେନ୍ସିଙ୍କ ଭୟରେ ଦାଉଦ୍ ପାକିସ୍ତାନରେ ଶରଣ ପଶିଛି। କରାଚିରେ ପାକିସ୍ତାନ ଆର୍ମି ଓ ଆଇଏସଆଇ ତା'ର ସୁରକ୍ଷାରେ ମୁତୟନ ଅଛନ୍ତି। ଭାରତ ଏକାଧିକଥର ପ୍ରମାଣ ଦେବା ସତ୍ତ୍ୱେ ପାକିସ୍ତାନ ସର୍ବଦା ଏହାକୁ ଖାରଜ କରିଆସୁଛି।

Related story