ଡନ୍‌କୁ ଡୋଭାଲ୍‌ ଡର: ୩ ବର୍ଷ ହେଲା ଫୋନ୍ ଧରୁନି ଦାଉଦ୍‌!

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍ ଗତ ୩ ବର୍ଷ ଧରି କୌଣସି ଫୋନ୍‌ ଡିଭାଇସ୍‌ ବ୍ୟବହାର କରିବାରୁ ଦୂରେଇ ରହୁଥିବା ଜଣାପଡ଼ିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଡି-କମ୍ପାନୀ ନେଟ୍‌ୱର୍କକୁ ଟାର୍ଗେଟ୍‌ କରିଥିବାରୁ ଦାଉଦ୍‌ ଏବଂ ତା’ର ଭାଇ ଅନୀଶ୍‌ ଇବ୍ରାହିମ୍‌ଙ୍କ ନିଦ ହଜିଯାଇଥିବା କୁହାଯାଉଛି। ସେମାନଙ୍କ ଠିକଣା ଧରାପଡ଼ିବା ଭୟରେ ଡି ବ୍ରଦର୍ସ ମୋବାଇଲଠାରୁ ଯେତେ ସମ୍ଭବ ଦୂରେଇ ରହୁଛନ୍ତି। ଶେଷ ଥର ପାଇଁ ୨୦୧୬ ନଭେମ୍ବରରେ ଦିଲ୍ଲୀ ପୁଲିସ୍‌ […]

daud

daud

Subrat Kumar Nayak
  • Published: Tuesday, 03 December 2019
  • Updated: 03 December 2019, 01:37 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ମୋଷ୍ଟ ୱାଣ୍ଟେଡ୍‌ ଡନ୍‌ ଦାଉଦ୍‌ ଇବ୍ରାହିମ୍ ଗତ ୩ ବର୍ଷ ଧରି କୌଣସି ଫୋନ୍‌ ଡିଭାଇସ୍‌ ବ୍ୟବହାର କରିବାରୁ ଦୂରେଇ ରହୁଥିବା ଜଣାପଡ଼ିଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଡି-କମ୍ପାନୀ ନେଟ୍‌ୱର୍କକୁ ଟାର୍ଗେଟ୍‌ କରିଥିବାରୁ ଦାଉଦ୍‌ ଏବଂ ତା’ର ଭାଇ ଅନୀଶ୍‌ ଇବ୍ରାହିମ୍‌ଙ୍କ ନିଦ ହଜିଯାଇଥିବା କୁହାଯାଉଛି। ସେମାନଙ୍କ ଠିକଣା ଧରାପଡ଼ିବା ଭୟରେ ଡି ବ୍ରଦର୍ସ ମୋବାଇଲଠାରୁ ଯେତେ ସମ୍ଭବ ଦୂରେଇ ରହୁଛନ୍ତି। ଶେଷ ଥର ପାଇଁ ୨୦୧୬ ନଭେମ୍ବରରେ ଦିଲ୍ଲୀ ପୁଲିସ୍‌ ଦାଉଦ୍‌ ଫୋନ୍‌ କଲ୍‌ ଇଣ୍ଟରେସେପ୍ଟ କରିପାରିଥିଲା। ଏହା ୧୫ ମିନିଟ୍‌ ପାଇଁ ରେକର୍ଡ ହୋଇଥିଲା। ସେ ସେହି ସମୟରେ କରାଚିର ଏକ ନମ୍ବର ବ୍ୟବହାର କରୁଥିବା ଜଣାପଡ଼ିଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କ ସୂଚନା ଆଧାରରେ ଦିଲ୍ଲୀ ପୁଲିସ୍‌ ପକ୍ଷରୁ ଏହି କଲ୍ ଉପରେ ନଜର କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ ଏସିଆର ସବୁଠାରୁ ଦୁର୍ଦ୍ଦାନ୍ତ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ୍‌ ତା’ର କେହି ଜଣେ ସହଯୋଗୀଙ୍କ ସହ କଥା ହେଉଥିଲା। କିନ୍ତୁ ତା’ର ପରିଚୟ ଏଯାଏ ମିଳିପାରିନାହିଁ।

ଦିଲ୍ଲୀ ପୁଲିସ୍‌ର ଜଣେ ଆଇପିଏସ୍‌ ଅଧିକାରୀ କହିବା ଅନୁଯାୟୀ, “ଏହି ସମୟରେ ଦାଉଦ୍‌ ମଦ ପିଇଥିବା ପରି ଲାଗୁଥିଲା। ତା ସ୍ୱର କିଛି ସମୟ ପାଇଁ ଛନ୍ଦିହେବା ପରି ଲାଗୁଥିଲା। ଏହା ବ୍ୟକ୍ତିଗତ ବାର୍ତ୍ତାଳପ ଥିଲା ଏବଂ ଅଣ୍ଡରୱାର୍ଲ୍ଡ ବା ଅପରେସନ୍‌ ସହ କିଛି ଜଡ଼ିତ ନଥିଲା।” ପରେ ଏହି ପ୍ରସଙ୍ଗ ଶୀର୍ଷ ଗୁଇନ୍ଦା ଅଧିକାରୀଙ୍କ ପର୍ଯ୍ୟନ୍ତ ଯାଇଥିଲା।

୧୯୯୪ ମସିହା ପରଠାରୁ ଦାଉଦ୍‌ ଉପରେ ନଜର ରଖିଥିବା ନୀରଜ କୁମାର କହିଛନ୍ତି, କିଛି ଆଇପିଏଲ୍‌ ଖେଳାଳି ସମ୍ପୃକ୍ତ ଥିବା ଏକ ସ୍ପଟ୍‌ ଫିକ୍ସିଂ ମାମଲାର ତଦନ୍ତ ବେଳେ ଆମେ ଦାଉଦ୍‌କୁ ଶୁଣିଥିଲୁ। ତେବେ ନୀରଜ ୨୦୧୬ ମସିହାର ରେକର୍ଡିଂ ବାବଦରେ କିଛି କହିବାକୁ ମନା କରିଥିବାବେଳେ ଦିଲ୍ଲୀ ପୁଲିସ୍‌ର ବେଶ କିଛି ୟୁନିଟ୍‌ଙ୍କର ଡି କମ୍ପାନୀ ଏବଂ ଦାଉଦ୍‌ର କଲ୍‌ ରେକର୍ଡିଂ ଓ ଇଣ୍ଟରସେପ୍ଟିଂ ପାଇଁ କ୍ଷମତା ରହିଛି। ସେ ଆହୁରି ମଧ୍ୟ କହିଛନ୍ତି, “ଦାଉଦ୍‌ ମୋବାଇଲ ଫୋନ୍‌ ବ୍ୟବହାରରୁ ଦୂରେଇ ରହୁଥାଇପାରେ। କିନ୍ତୁ ସେ କରାଚି ଛାଡ଼ିନି। ସେମାନେ ପାକିସ୍ତରନରୁ ହିଁ ନେଟ୍‌ୱର୍କ ଚଲାଉଥିବା ପ୍ରମାଣ କରିବା ପାଇଁ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି।”

୨୦୧୪-୧୫ରେ ଦାଉଦ୍‌ର ସିରିଜ୍‌ ଫୋନ୍‌ ରେକର୍ଡିଂସ୍‌ ରହିଥିଲା। ଏଥିରେ ସେ ଦୁବାଇ ଏବଂ ଅନ୍ୟ ସ୍ଥାନର ଜମି ଜମା ଡିଲିଂ କରୁଥିଲା। ବିଶେଷ ସୂତ୍ରରୁ ଜଣାପଡ଼ିଛି, ଦାଉଦ୍‌ କରାଚି ନମ୍ବରରୁ ତା’ର ସାଉଦି ସହଯୋଗୀଙ୍କ ସହ କଥା ହେଉଛି। ଭାରତ କିଛି ବିଦେଶୀ ଗୁଇନ୍ଦା ସଂସ୍ଥାଙ୍କ ସହାୟତାରେ ଡି-ଟେପ୍ସ ପାଇଥିଲା, ଯାହାକି କିଛି ଗଣମାଧ୍ୟମରେ ମଧ୍ୟ ସ୍ଥାନ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story