ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏନକାଉଣ୍ଟର, ପୁଲିସ ଉପରେ ପୁଷ୍ପ ବର୍ଷା

ହାଇଦ୍ରାବାଦ: ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଆଜି ପୁଲିସ ଭୋର ପ୍ରାୟ ୩ଟା ସମୟରେ ଏନକାଉଣ୍ଟର କରି ମାରିଛି। ତେଲେଙ୍ଗାନା ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଏହାକୁ ନାପସନ୍ଦ କରୁଥିବା ବେଳେ ଅଧିକାଂଶ ଏହାକୁ ସମର୍ଥନ କରିଛନ୍ତି। ଯେଉଁ ସ୍ଥାନରେ ଦୁଷ୍କର୍ମ ହୋଇଥିଲା ପୁଲିସ୍ ସେହି ସ୍ଥାନରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର୍ କରିଛି। ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ସେଠାରେ ବହୁ ଲୋକଙ୍କ ମଧ୍ୟ […]

hyderabad

Subhransu Sekhar
  • Published: Friday, 06 December 2019
  • , Updated: 06 December 2019, 01:13 PM IST

ହାଇଦ୍ରାବାଦ: ତେଲେଙ୍ଗାନା ଶାମସାବାଦ ଦୁଷ୍କର୍ମ ଘଟଣାର ୪ ଅଭିଯୁକ୍ତଙ୍କୁ ଆଜି ପୁଲିସ ଭୋର ପ୍ରାୟ ୩ଟା ସମୟରେ ଏନକାଉଣ୍ଟର କରି ମାରିଛି। ତେଲେଙ୍ଗାନା ପୁଲିସର ଏଭଳି ପଦକ୍ଷେପକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଏହାକୁ ନାପସନ୍ଦ କରୁଥିବା ବେଳେ ଅଧିକାଂଶ ଏହାକୁ ସମର୍ଥନ କରିଛନ୍ତି। ଯେଉଁ ସ୍ଥାନରେ ଦୁଷ୍କର୍ମ ହୋଇଥିଲା ପୁଲିସ୍ ସେହି ସ୍ଥାନରେ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର୍ କରିଛି। ପୁଲିସ୍‌ର ବରିଷ୍ଠ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ସେଠାରେ ବହୁ ଲୋକଙ୍କ ମଧ୍ୟ ଭିଡ଼ ଜମିଛି। ଲୋକମାନେ ସେଠାରେ ‘ପୁଲିସ ଜିନ୍ଦାବାଦ’ ନାରା ଦେବା ସହିତ ସେମାନଙ୍କ ଉପରକୁ ଫୁଲ ଫୋପାଡ଼ି ଥିଲେ। ଏପରିକି ହାଇଦ୍ରାବାଦର କିଛି ସ୍ଥାନରେ ଲୋକେ ବାଣ ଫୁଟାଇ ପୁଲିସ୍‌କୁ ପ୍ରଶଂସା କରିଥିଲେ।  ସେହିପରି ଦୁଷ୍କର୍ମ ତଥା ହତ୍ୟାର ଶିକାର ହୋଇଥିବା ମହିଳା ପ୍ରାଣୀଧନ ଚିକିତ୍ସିକଙ୍କ ପଡ଼ୋଶୀମାନେ ଏହି ଏନ୍‌କାଉଣ୍ଟର୍‌ ଖୁସିରେ  ପୁଲିସ୍ ଅଧିକାରୀଙ୍କୁ ମିଠା ମଧ୍ୟ ଖୁଆଇଥିବା ଦେଖିବାକୁ ମିଳିଥିଲା। ସେହିପରି ଏଭଳି ଏନକାଉଣ୍ଟର ପାଇଁ ତେଲେଙ୍ଗାନା ପୁଲିସକୁ ସାବାସି ଦେଇଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ଡିଜିପି ଶେହସ ପୋଲ୍ ବୈଦ। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟବାତୀ, ବଲିଉଡ୍ ଅଭିନେତା ଅନୁପମ୍ ଖେର ଓ ବ୍ୟାଡ଼ମିଣ୍ଟନ୍ ଷ୍ଟାର ସାଇନା ନେହୱାଲ୍‌ ପ୍ରମୁଖ ପୁଲିସ୍‌ର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି।

https://twitter.com/ANI/status/1202810533151264768

https://twitter.com/ANI/status/1202817281455247360

 

 

https://twitter.com/ANI/status/1202813607781625856

ସୂଚନା ଅନୁଯାୟୀ, ଭୋର୍‌ ପ୍ରାୟ ୩ଟା ବେଳେ ଅଭିଯୁକ୍ତମାନଙ୍କୁ ଶାମସାବଦ୍ ପୁଲିସ୍ ଘଟଣା ସ୍ଥଳକୁ ଆଣିଥିଲା। ଉକ୍ତ ଘଟଣାର ରିକ୍ରିଏସନ୍‌ କରିବା ପାଇଁ ଅଭିଯୁକ୍ତମାନଙ୍କୁ ସେଠାକୁ ନିଆଯାଇଥିଲା। ଏହି ସମୟରେ ଅଭିଯୁକ୍ତ ମାନେ ଖସି ପଳାଇବାକୁ ଉଦ୍ୟମ କରିଥିଲେ। କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପୁଲିସ୍ ୪ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଥିଲା। ସାଇବରାବାଦ ପୁଲିସ୍ କମିଶନର ଭିସି ସଜ୍ଜନରଙ୍କ ନେତୃତ୍ୱରେ ଏହି ଏନ୍‌କାଉଣ୍ଟର୍‌ ହୋଇଥିଲା।

ସୂଚନାଯୋଗ୍ୟ, ଉକ୍ତ ମହିଳା ପ୍ରାଣୀଧନ ଚିକିତ୍ସକ ଜଣଙ୍କ ନଭେମ୍ବର ୨୭ ତାରିଖ ସଂଧ୍ୟା ବେଳେ ସ୍କୁଟିରେ ଘରକୁ ଫେରୁଥିଲେ। ଟୋଣ୍ଡୁପଲ୍ଲି ପ୍ଲାଜା ପୂର୍ବରୁ ଥିବା ଓଭର ବ୍ରିଜ ତଳେ ସ୍କୁଟିର ଟାୟାର ପମ୍ପଚର ହୋଇଯିବା ପରେ ସେ ଛିଡା ହୋଇଥିଲେ। ଏହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିଲେ। ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପୋଡ଼ି ଦେଇଥିଲେ।

Related story