ସେହ୍ୱାଗଙ୍କ ବାହାଘର କରାଇଥିଲେ ଜେଟଲୀ

ନୂଆଦିଲ୍ଲୀ: ଦିଲ୍ଲୀରୁ ଅନେକ କ୍ରିକେଟର ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇଛନ୍ତି। ଆଉ ଅରୁଣ ଜେଟଲୀ ଡିଡିସିଏ ଅଧ୍ୟକ୍ଷ ଥିବା ସମୟରେ ଏମାନଙ୍କ ସଂଖ୍ୟା ବହୁତ ଥିଲା। ଏହି ପ୍ରବୀଣ ଖେଳାଳିମାନଙ୍କ ମଧ୍ୟରୁ ପ୍ରମୁଖ ଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ୱାଗ। ବିସିସିଆଇର ଉପସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିବା ଜେଟଲୀଙ୍କୁ ଆଜି ସେହ୍ୱାଗ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅରୁଣ ଜେଟଲୀଙ୍କ ସରକାରୀ ବଙ୍ଗଳାରେ ହିଁ ସେହ୍ୱାଗଙ୍କ ବାହାଘର ହୋଇଥିଲା। ୨୦୦୪ ମସିହାରେ ଜେଟଲୀଙ୍କୁ ଆଲର୍ଟ […]

sehwag

Subrat Kumar Nayak
  • Published: Saturday, 24 August 2019
  • , Updated: 24 August 2019, 04:42 PM IST

ନୂଆଦିଲ୍ଲୀ: ଦିଲ୍ଲୀରୁ ଅନେକ କ୍ରିକେଟର ଅନ୍ତର୍ଜାତୀୟ ସ୍ତରରେ ନାଁ କମାଇଛନ୍ତି। ଆଉ ଅରୁଣ ଜେଟଲୀ ଡିଡିସିଏ ଅଧ୍ୟକ୍ଷ ଥିବା ସମୟରେ ଏମାନଙ୍କ ସଂଖ୍ୟା ବହୁତ ଥିଲା। ଏହି ପ୍ରବୀଣ ଖେଳାଳିମାନଙ୍କ ମଧ୍ୟରୁ ପ୍ରମୁଖ ଥିଲେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ୱାଗ। ବିସିସିଆଇର ଉପସଭାପତି ଦାୟିତ୍ୱ ମଧ୍ୟ ତୁଲାଇଥିବା ଜେଟଲୀଙ୍କୁ ଆଜି ସେହ୍ୱାଗ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ଜାଣିଲେ ଆଶ୍ଚର୍ଯ୍ୟ ହେବେ ଅରୁଣ ଜେଟଲୀଙ୍କ ସରକାରୀ ବଙ୍ଗଳାରେ ହିଁ ସେହ୍ୱାଗଙ୍କ ବାହାଘର ହୋଇଥିଲା। ୨୦୦୪ ମସିହାରେ ଜେଟଲୀଙ୍କୁ ଆଲର୍ଟ ହୋଇଥିବା ଏହି ବଙ୍ଗଳା ବ୍ୟବହାରରେ ନଥିଲା। ସେହ୍ୱାଗ ଏବଂ ଆରତୀଙ୍କ ବାହାଘର ବାବଦରେ ଶୁଣିବା ପରେ ନିଜେ ସେହ୍ୱାଗଙ୍କ ବାପାଙ୍କୁ ଜେଟଲୀ ପ୍ରସ୍ତାବ ଦେଇଥିଲେ ଏହି ବାହାଘର ତାଙ୍କ ୯, ଅଶୋକା ରୋଡ୍‌ ବଙ୍ଗଳାରେ ହେବ।

ଜେଟଲୀ ଏହି ବାହାଘର ପାଇଁ ହିଁ ବଙ୍ଗଳାକୁ ପ୍ରସ୍ତୁତ କରାଇଥିଲେ ଏବଂ ଅତିଥିମାନଙ୍କ ପାଇ ବ୍ୟବସ୍ଥା କରାଇଥିଲେ। ସେହି ସମୟରେ ବାଙ୍ଗାଲୋରରେ ପ୍ରଚାରରେ ବ୍ୟସ୍ତ ଥିବାରୁ ସେ ବାହାଘରରେ ଯୋଗଦେଇପାରିନଥିଲେ। କୁହାଯାଏ ଏଥିରେ ବହୁ ସେଲିବ୍ରେଟିଙ୍କ ଭିଡ଼ ହୋଇଥିଲା ଏବଂ କଡ଼ାକଡ଼ି ସୁରକ୍ଷା କାରଣରୁ ଅତିଥିମାନେ ନିମନ୍ତ୍ରଣ କାର୍ଡ ସାଥିରେ ଆଣିବାକୁ ପଡ଼ିଥିଲା।

Related story