ମିଳିଲା ଆଉ ଜଣେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ

କୋଲକାତା: ପଶ୍ଚିମବଙ୍ଗରେ ଆଉ ଜଣେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ରାଜ୍ୟର ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ବଲରାମପୁରରେ ଏକ ବିଦ୍ୟୁତ୍ ଖୁଣ୍ଟରେ ତାଙ୍କ ମୃତଦେହ ଝୁଲୁଥିଲା। ମୃତକଙ୍କ ନାଁ ଦୁଲାଲ କୁମାର (୩୨)। ସେ ବଲାରାମପୁରର ବାସିନ୍ଦା ଥିଲେ। ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି। ଏହା ପୂର୍ବରୁ ମେ’ ୩୦ ତାରିଖରେ ବିଜେପିର ଜଣେ ୧୮ ବର୍ଷୀୟ କର୍ମୀଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। […]

murder

murder

Rakesh Mallick
  • Published: Saturday, 02 June 2018
  • Updated: 02 June 2018, 01:50 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ଆଉ ଜଣେ ବିଜେପି କର୍ମୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ରାଜ୍ୟର ପୁରୁଲିଆ ଜିଲ୍ଲା ଅନ୍ତର୍ଗତ ବଲରାମପୁରରେ ଏକ ବିଦ୍ୟୁତ୍ ଖୁଣ୍ଟରେ ତାଙ୍କ ମୃତଦେହ ଝୁଲୁଥିଲା। ମୃତକଙ୍କ ନାଁ ଦୁଲାଲ କୁମାର (୩୨)। ସେ ବଲାରାମପୁରର ବାସିନ୍ଦା ଥିଲେ। ତାଙ୍କୁ ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି ଅଭିଯୋଗ ହୋଇଛି।

ଏହା ପୂର୍ବରୁ ମେ’ ୩୦ ତାରିଖରେ ବିଜେପିର ଜଣେ ୧୮ ବର୍ଷୀୟ କର୍ମୀଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ବିଜେପି ପାଇଁ କାମ କଲେ ପରିଣାମ ଏମିତି ହେବ ବୋଲି ତାଙ୍କ ସାର୍ଟ ପଛରେ ଲେଖାଯାଇଥିଲା।

ତୃଣମୂଳ କଂଗ୍ରେସକୁ ଦାୟୀ କଲା ବିଜେପି

ଏହି ଦୁଇଟି ଘଟଣା ପାଇଁ ତୃଣମୂଳ କଂଗ୍ରେସକୁ ଦାୟୀ କରିଛି କଂଗ୍ରେସ। ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଟ୍ୱିଟ୍ କରି ସିଧାସଳଖ ଭାବେ ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ୍ କରିଛି। ଟ୍ୱିଟ୍‌ରେ ଲେଖାହୋଇଛି- ତୃଣମୂଳ କଂଗ୍ରାସର ଗୁଣ୍ଡା ସାଂସଦ ଅଭିଷେକଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁରୁଲିଆରେ ବିରୋଧୀଙ୍କୁ ହତ୍ୟା କରାଯାଉଛି। ଏଭଳି ଘଟଣାର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଦିଲୀପ ଘୋଷ।

ପୋଲିସ୍‌ର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ

ଏହି ଘଟଣା ପରେ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠିଛି।  ବିଜେପି ମହାସଚିବ ତଥା ପଶ୍ଚିମବଙ୍ଗ ପ୍ରଭାରୀ କୈଳାସ ବିଜୟବର୍ଗୀୟ ଟ୍ୱିଟ୍ କରି କହିଛନ୍ତି,“ଆମେ ଲଜ୍ଜିତ। ବୋଧହୁଏ ଗଣତନ୍ତ୍ର ବି ଲଜ୍ଜିତ। ପୋଲିସ୍‌ର ସବୁ ଉଦ୍ୟମ ସତ୍ତ୍ୱେ ପୁରୁଲିଆ ଜିଲ୍ଲାରେ ଭାଜପା କର୍ମୀଙ୍କ ମୃତଦେହ ବିଦ୍ୟୁତ୍ ଖୁଣ୍ଟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଗଲା। ମୁଁ କାଲି ରାତିରେ ଏଡିଜି (ଆଇନ ଓ ଶୃଙ୍ଖଳା) ଅନୁଜ ଶର୍ମାଙ୍କ ସହିତ କଥା ହୋଇଥିଲି। ଦୁଲାଲଙ୍କ ଜୀବନ ପ୍ରତି ବିପଦ ଥିବା କଥା ତାଙ୍କୁ ବାରମ୍ବାର କହିଥିଲି। ତାଙ୍କୁ ଯେମିତି ହେଲେ ବଞ୍ଚାଇବା ପାଇଁ ଏଡିଜିଙ୍କୁ  କହିଥିଲି। ସେ ନିଜେ ଏ ଦିଗରେ ପ୍ରୟାସ କରିବେ ବୋଲି ବି କହିଥିଲେ।”

ବିଜେପି ପାଇଁ କାମ କରିବାର ପରିଣାମ

ମେ’ ୩୦ ତାରିଖରେ ବିଜେପି କର୍ମୀ ତ୍ରିଲୋଚନ ମହତୋଙ୍କ ମୃତଦେହକୁ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କ ଶବ ସହିତ ଏକ ପୋଷ୍ଟର ମଧ୍ୟ ଜବତ କରାଯାଇଥିଲା। ଏଥିରେ ଲେଖାଯାଇଥିଲା, ଏହା ହେଉଛି ବିଜେପି ପାଇଁ କାମ କରିବାର ପରିଣାମ। ଏହି ଘଟଣାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦୁଃଖ ପ୍ରକାଶ କରିଥିଲେ ଓ ତୃଣମୂଳ କଂଗ୍ରେସକୁ ଟାର୍ଗେଟ କରିଥିଲେ।

deadbodyତ୍ରିଲୋଚନ ବଲରାମପୁର କଲେଜରେ ଇତିହାସ ଅନର୍ସ ନେଇ ପଢୁଥିଲେ। ଗତ ମଙ୍ଗଳବାର ସନ୍ଧ୍ୟା ୬ଟା ବେଳେ ଶେଷ ଥର ପାଇଁ ସେ ତାଙ୍କ ଭାଇଙ୍କ ସହିତ ଫୋନ୍‌ରେ କଥା ହୋଇଥିଲେ ଓ ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ। ତା’ପରେ ସେ ଘରକୁ ଫେରି ନଥିଲେ। ବୁଧବାର ଦିନ ତାଙ୍କ ମୃତଦେହ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story