ବନ୍ଦ ଘରେ ଶବ ରଖି ୩ମାସ ହେଲା ପୂଜାର୍ଚ୍ଚନା: କାଳେ ଜୀଇଁ ଉଠିବ ?

କେରଳ: ଜନ୍ମ ପରି ମୃତ୍ୟୁ ମଧ୍ୟ ଏକ ଏମିତି ସତ ଯାହା ସମସ୍ତଙ୍କ କ୍ଷେତ୍ରରେ ଆସିଥାଏ। ମୃତ୍ୟୁ ହେଉଛି ଶେଷ ଯାତ୍ରା। ଏହାପରେ ମଣିଷ ଆଉ କେବେ ଫେରି ନ ଥାଏ। କାହାର ମୃତ୍ୟୁ ଘଟିଲେ ପରିଜନ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥାନ୍ତି। ହେଲେ ମୃତ୍ୟୁ ପରେ କେହି କେବେ ଫେରିଥିବା ଶୁଣିଛନ୍ତି। ହେଲେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକେ ଗ୍ରହଣ କରି ନ ପାରି ସେ ପୁଣି ଜିଇଁ ଉଠିବେ ବୋଲି ଘରେ […]

sead-body

sead-body

Rakesh Mallick
  • Published: Friday, 07 July 2017
  • Updated: 07 July 2017, 04:48 PM IST

କେରଳ: ଜନ୍ମ ପରି ମୃତ୍ୟୁ ମଧ୍ୟ ଏକ ଏମିତି ସତ ଯାହା ସମସ୍ତଙ୍କ କ୍ଷେତ୍ରରେ ଆସିଥାଏ। ମୃତ୍ୟୁ ହେଉଛି ଶେଷ ଯାତ୍ରା। ଏହାପରେ ମଣିଷ ଆଉ କେବେ ଫେରି ନ ଥାଏ। କାହାର ମୃତ୍ୟୁ ଘଟିଲେ ପରିଜନ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥାନ୍ତି। ହେଲେ ମୃତ୍ୟୁ ପରେ କେହି କେବେ ଫେରିଥିବା ଶୁଣିଛନ୍ତି। ହେଲେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ତାଙ୍କ ପରିବାର ଲୋକେ ଗ୍ରହଣ କରି ନ ପାରି ସେ ପୁଣି ଜିଇଁ ଉଠିବେ ବୋଲି ଘରେ ଶବ ରଖି ପୂଜାର୍ଚ୍ଚନା କରୁଥିଲେ। ଏପରି ଘଟଣା ଘଟିଛି କେରଳର ମଲ୍ଲପୁରମରେ। ମୃତକଙ୍କୁ ପୁଣି ଥରେ ଜୀବିତ କରିବା ପାଇଁ ପରିବାର ଲୋକେ ଘରେ ୩ ମାସ ଶବ ରଖିଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରିଛି।

ସୂଚନା ଅନୁଯାୟୀ ମୃତକ ଜଣଙ୍କ ହେଲେ ସେୟଦ। ବିଦେଶରେ କାମ କରୁଥିବା ସେୟଦ କିଛିଦିନ ହେବ ଭାରତ ଆସି ଧାର୍ମିକ ଗୁରୁ ପାଲଟି ଯାଇଥିଲେ। ପରିବାର ଲୋକଙ୍କ ସହ ତାଙ୍କର କୌଣସି ସମ୍ପର୍କ ନଥିଲା। ଏଥିପାଇଁ ତାଙ୍କ ପରିବାର ଲୋକେ ପୋଲିସ ଆଗରେ ଅଭିଯୋଗ କରିଥିଲେ। ପୋଲିସ କିଛିଦିନ ସନ୍ଧାନ କଲା ପରେ ସେୟଦଙ୍କ ଘରେ ପହଁଚିଥିଲା। ଘରର କବାଟ ବହୁତ ଦିନ ହେବ ବନ୍ଦ ରହିଥିବାର ଦେଖି କବାଟ ଭାଙ୍ଗି ଭିତରକୁ ପସିଥିଲା। ଘର ଭିତରେ ଚଟାଣରେ ସେୟଦଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା ଓ ଚାରିପଟେ ତାଙ୍କ ପରିବାର ଲୋକେ ବସି ପୂଜାର୍ଚ୍ଚନା କରୁଥିଳେ। ଏ ସମ୍ପର୍କରେ ପଚରାଯିବାରୁ ପୂଜାର୍ଚ୍ଚନା ପରେ ସେୟଦ ଜୀବିତ ହୋଇ ଉଠିବ ବୋଲି ପରିବାର ଲୋକେ କହିଥିଲେ। ପୋଲିସ ଏସବୁ ଘଟଣାରୁ ପରିବାର ଲୋକଙ୍କୁ ନିବୃତ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos