ନ୍ୟୁଜିଲ୍ୟାଣ୍ଡ: ମସଜିଦ୍‌ରେ ଭୟଙ୍କର ଆତଙ୍କୀ ହମ୍‌ଲା, ୪୯ ମୃତ

ୱେଲିଙ୍ଗଟନ୍‌: ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚଠାରେ ଥିବା ଦୁଇଟି ମସଜିଦ୍‌ ଉପରେ ଆଜି ଜଣେ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ମସଜିଦ୍‌ ମଧ୍ୟରେ ପ୍ରାର୍ଥନା କରୁଥିବା ୪୯ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ କହିଛନ୍ତି। ତେବେ ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୁଲିସ୍‌ ଅଟକ ରଖିଥିବା ବେଳେ ସମଗ୍ର […]

sew

sew

Hemant Lenka
  • Published: Friday, 15 March 2019
  • Updated: 15 March 2019, 04:14 PM IST

Sports

Latest News

ୱେଲିଙ୍ଗଟନ୍‌: ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚଠାରେ ଥିବା ଦୁଇଟି ମସଜିଦ୍‌ ଉପରେ ଆଜି ଜଣେ ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ମସଜିଦ୍‌ ମଧ୍ୟରେ ପ୍ରାର୍ଥନା କରୁଥିବା ୪୯ ଜଣ ନିରୀହ ଲୋକଙ୍କ ଜୀବନ ଯାଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ନ୍ୟୁଜିଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡର୍ଣ୍ଣ କହିଛନ୍ତି।

ତେବେ ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୁଲିସ୍‌ ଅଟକ ରଖିଥିବା ବେଳେ ସମଗ୍ର ନ୍ୟୁଜିଲ୍ୟାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି। ଅଟକ ଥିବା ୪ ଜଣଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି। ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଜେସିଣ୍ଡା କହିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ନ୍ୟୁଜିଲ୍ୟାଣ୍ଡରେ ଟେଷ୍ଟ ସିରିଜ ଖେଳିବାକୁ ଯାଇଥିବା ବାଂଲାଦେଶ ଟିମ୍‌ର ସଦସ୍ୟମାନେ ଆଜି ଆକ୍ରମଣର ଶିକାର ହୋଇଥିବା ଗୋଟିଏ ମସଜିଦ୍‌କୁ ପ୍ରାର୍ଥନା କରିବାକୁ ଆସୁଥିବା ବେଳେ ଏଭଳି ଗୁଳିମାଡ଼ ହୋଇଛି। ତେବେ ସେମାନଙ୍କୁ ସୁରକ୍ଷିତ ରଖାଯାଇଥିବା ଜଣାପଡ଼ିଛି।

ସ୍ଥାନୀୟ ସମୟ ୧.୪୦ ବେଳେ ଶୁକ୍ରବାର ପ୍ରାର୍ଥନା ଚାଲିଥିବା ସମୟରେ ସମ୍ପୃକ୍ତ ବନ୍ଧୁକଧାରୀ ମସଜିଦ୍‌କୁ ଟାର୍ଗେଟ କରିଥିଲା। ସେ ଆଖିବୁଜା ଗୁଳିମାଡ଼ କରିବା ସହ ୧୫ ମିନିଟ୍‌ କାଳ ସୋଶାଲ୍‌ ମିଡିଆରେ ଏହାର ସିଧାପ୍ରସାରଣ କରିଥିଲା। ସେ କ୍ରାଏଷ୍ଟଚର୍ଚ୍ଚରେ ଥିବା ମସଜିଦ୍‌ ଅଲ ନୁର ଓ ଲିନଉଡ୍‌ ମସଜିଦ୍‌କୁ ଟାର୍ଗେଟ କରିଥିଲା। ଆତଙ୍କବାଦୀ ଜଣଙ୍କ ସେନା ପୋଷାକରେ ମସଜିଦ୍‌ ନିକଟରେ ପହଞ୍ଚିଥିଲା। କେହି କିଛି ବୁଝିବା ଆଗରୁ ସେ ଆଖିବୁଜା ଗୁଳିମାଡ଼ କରିଥିଲା।

ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, "ଶ୍ୱେତବର୍ଣ୍ଣର ଜଣେ ବ୍ୟକ୍ତି ଏକ ବଡ଼ ବନ୍ଧୁକ ଧରି ଆଖିବୁଜା ଗୁଳିମାଡ଼ କରିଥିଲା। କିନ୍ତୁ ଆମେ ସୌଭାଗ୍ୟବଶତଃ ମସଜିଦ୍‌ର ଝରକା କାଚ ଭାଙ୍ଗି ସୁରକ୍ଷିତ ବାହାରକୁ ଚାଲି ଆସିଥିଲୁ।"

ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ କିଛି ବିଦେଶୀ ରହିଥିବା ଅନୁମାନ କରାଯାଉଛି। ବ୍ରିଟେନ୍‌ ସରକାର ନ୍ୟୁଜିଲ୍ୟାଣ୍ଡ ସରକାରଙ୍କୁ ଆତଙ୍କବାଦୀ ଅପରେସନ୍‌ରେ ସମସ୍ତ ପ୍ରକାରର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଅଲନୁରରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲିନ୍‌ଉଡ୍‌ ମସଜିଦ୍‌ରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ଜଣଙ୍କ ଯେଉଁ ଗାଡ଼ିରେ ଆସିଥିବା ସେଥିରେ ମଧ୍ୟ ଆଇଇଡି ବିସ୍ଫୋରକ ଖଞ୍ଜା ଯାଇଥିଲା। କିନ୍ତୁ ସୁରକ୍ଷାକର୍ମୀମାନେ ଏହାକୁ ଡିଫ୍ୟୁଜ କରିବାରେ ସଫଳ ହୋଇଛନ୍ତି। ପୁଲିସ୍‌ କହିଛି ଆକ୍ରମଣକାରୀ ଜଣେ ଦକ୍ଷିଣପନ୍ଥୀ ଉଗ୍ରବାଦୀ।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମାରିସନ୍‌ କହିଛନ୍ତି, ଏହି ଗୁଳିକାଣ୍ଡ ଘଟାଇଥିବା ଆତଙ୍କୀ "ଜଣେ ଉଗ୍ରବାଦୀ, ଦକ୍ଷିଣପନ୍ଥୀ ଏବଂ ହିଂସ୍ର ଆତଙ୍କବାଦୀ’। ସେ ଜଣେ ଅଷ୍ଟ୍ରେଲୀୟ ଆତଙ୍କବାଦୀ।" ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ କର୍ତ୍ତୃପକ୍ଷଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ କରାଯାଉଥିବାରୁ ସେ ଅନ୍ୟ କିଛି ବିଶେଷ ତଥ୍ୟ ଦେବାକୁ ମନା କରିଛନ୍ତି। ତେବେ ଏହି ଘଟଣାକୁ ସେ ଦୃଢ଼ ନିନ୍ଦା କରିଛନ୍ତି।

ଏହାବ୍ୟତୀତ ଇଣ୍ଡୋନେସିଆ, ମ୍ୟାଲେସିୟା, ବ୍ରିଟେନ୍‌, ପାକିସ୍ତାନ ଭଳି ପ୍ରମୁଖ ରାଷ୍ଟ୍ରଗୁଡ଼ିକ ଏହି ଘଟଣାକୁ ନିନ୍ଦା କରିଛନ୍ତି। ଏହି ଘଟଣା ପରେ ନ୍ୟୁଜିଲ୍ୟାଣ୍ଡ ସରକାର ସମସ୍ତ ମସଜିଦ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏଥିସହ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯିବାକୁ କୁହାଯିବା ସହ ଲୋକଙ୍କୁ ଅତି ଜରୁରୀ କାମ ନଥିଲେ ଘରୁ ନ ବାହାରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story