ଅନ୍ତିମ ସଂସ୍କାର ପୂର୍ବରୁ ଜୁଇର ଶେଯରୁ ଉଠିଲେ ଯୁବକ

ଲକ୍ଷ୍ନୌ: ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପରେ ପରିବାର ଲୋକ ଯୁବକଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ। ହେଲେ ଶବକୁ ପୋତା ଯିବା ପୂର୍ବରୁ ଜୁଇର ଶେଯରୁ ହଠାତ୍‌ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥିଲା। ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଉତ୍ତର ପ୍ରଦେଶରେ ଏଭଳି ଘଟଣା ଘଟିଛି। ୨୦ ବର୍ଷୀୟ ମହମ୍ମଦ ଫୁରକାନ ଏକ ଦୁର୍ଘଟଣାର ଶିକାର ହୋଇ ଜୁନ୍‌ ୨୧ରୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। […]

qwa

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 05:22 PM IST

ଲକ୍ଷ୍ନୌ: ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପରେ ପରିବାର ଲୋକ ଯୁବକଙ୍କ ମୃତଦେହ ଧରି ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ। ହେଲେ ଶବକୁ ପୋତା ଯିବା ପୂର୍ବରୁ ଜୁଇର ଶେଯରୁ ହଠାତ୍‌ ଯୁବକ ଜଣଙ୍କ ବଞ୍ଚିଥିବା ଜଣାପଡ଼ିଥିଲା। ଏହା କୌଣସି ଫିଲ୍ମର କାହାଣୀ ନୁହେଁ ବରଂ ଉତ୍ତର ପ୍ରଦେଶରେ ଏଭଳି ଘଟଣା ଘଟିଛି।

୨୦ ବର୍ଷୀୟ ମହମ୍ମଦ ଫୁରକାନ ଏକ ଦୁର୍ଘଟଣାର ଶିକାର ହୋଇ ଜୁନ୍‌ ୨୧ରୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସୋମବାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ମହମ୍ମଦଙ୍କ ମୃତଦେହ ଆମ୍ବୁଲାନ୍ସରେ ଘରକୁ ପଠାଇ ଦେଇଥିଲେ। ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ି ଅନ୍ତିମ ସଂସ୍କାର ପାଇଁ ମହମ୍ମଦଙ୍କ ମୃତଦେହକୁ ନେଇଥିଲେ। ହେଲେ ମହମ୍ମଦଙ୍କୁ ପୋତା ଯାଉଥିବା ବେଳେ ହଠାତ୍‌ ତାଙ୍କ ହାତ ହଲୁଥିବା ପରିବାର ଲୋକ ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଲୋକେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନେଇଥିଲେ। ଏବେ ସେ ଭେଣ୍ଟିଲେଟର୍‌ରେ ରହିଥିବା ଜଣାପଡ଼ିଛି।

ମହମ୍ମଦଙ୍କ ବଡ଼ ଭାଇ ମହମ୍ମଦ ଇରଫାନ କହିଛନ୍ତି, “ଆମେ ଅନ୍ତିମ ସଂସ୍କାର କାର୍ଯ୍ୟ କରୁଥିବା ବେଳେ ମହମ୍ମଦଙ୍କ ଶରୀରର କିଛି ଅଙ୍ଗପ୍ରତ୍ୟେଙ୍ଗ ହଲୁଥିବା ଦେଖିବାକୁ ପାଇଥିଲୁ। ଏହାପରେ ଆମେ ତୁରନ୍ତ ମହମ୍ମଦଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲ୍‌କୁ ନେଇଥିଲୁ। ସେଠାରେ ଡାକ୍ତର ମହମ୍ମଦ ଜୀବିତ ଥିବା କହିଥିଲେ ଏବଂ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖିଥିଲେ।

ଆମେ ମହମ୍ମଦ ପୂର୍ବରୁ ଚିକିତ୍ସିତ ହେଉଥିବା ଘରୋଇ ହସ୍ପିଟାଲକୁ ୭ ଲକ୍ଷ ଟଙ୍କା ଦେଇଛୁ। ଯେତେବେଳେ ଟଙ୍କା ସରିଗଲା, ସେମାନେ ମହମ୍ମଦଙ୍କୁ ମୃତ ଘୋଷଣା କରିଦେଲେ।”  ଲକ୍ଷ୍ନୌ ମୁଖ୍ୟ ମେଡିକାଲ ଅଧିକାରୀ ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି।

Related story