ନୂଆଦିଲ୍ଲୀ: ଜେଏନ୍ୟୁରେ କିଛି ଦୃର୍ବୃତ୍ତଙ୍କ ଆକ୍ରମଣପରେ ଚାଲୁରହିଥିବା ବିକ୍ଷୋଭରେ ଆଜି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ୍ ଯୋଗ ଦେଇଥିଲେ। ରବିବାର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ତୁମୂଳକାଣ୍ଡ ପରେ ଏଭଳି ସ୍ଥିତି ଉପୁଜିଥିଲା। ଏହାପରେ ବିକ୍ଷୋଭ ଲାଗିରହିଛି। ଦୀପିକା ଏହି ବିକ୍ଷୋଭର ସମର୍ଥନରେ ସନ୍ଧ୍ୟା ୭.୪୫ରେ ଜେଏନ୍ୟୁ ପହଞ୍ଚିଥିଲେ। ସେଠାରେ ୧୦ ମିନିଟ୍ ରହିଥିଲେ। ସେ କିନ୍ତୁ କିଛି ନକହି ଚାଲିଯାଇଥିଲେ। କୁହାଯାଉଛି ଆଜାଦୀ ସ୍ଲୋଗାନ୍ରେ ତାଙ୍କୁ ସ୍ୱାଗତ କରାଯାଇଥିଲା।
ସେ ଆଜି ତାଙ୍କ ଫିଲ୍ମ ଛପାକ୍ର ପ୍ରମୋଶନ ପାଇଁ ଦିଲ୍ଲୀରେ ଥିଲେ। ଏହି ଅବସରରେ ସେ ଜେଏନ୍ୟୁ ପହଞ୍ଚିଥିଲେ। ସେ କଳା ରଙ୍ଗର ପୋଷାକ ପିନ୍ଧିଥିଲେ, ଯାହାକି ଆନ୍ଦୋଳନକାରୀଙ୍କ ସମର୍ଥନରେ ଥିଲା।
ଏହାପରେ ତାଙ୍କ ଫଟୋ ଥିବା କିଛି ଟ୍ୱିଟ୍ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋରେ ସେ ଆହତ ଜେଏନ୍ୟୁଏସ୍ୟୁ ସଭାପତି ଆଇଶୀ ଘୋଷଙ୍କ ସହ ଅଛନ୍ତି।
https://twitter.com/TajinderBagga/status/1214561442357080070?s=20
ତେବେ ଦିଲ୍ଲୀ ବିଜେପିର ନେତା ତାଜିନ୍ଦର ପଲ ସିଂହ ବାଗା ଦୀପିକାଙ୍କ ଜେଏନ୍ୟୁ ଗସ୍ତକୁ ସମାଲୋଚନା କରିଛନ୍ତି। ସେ ଟ୍ୱିଟ୍ରେ କହିଛନ୍ତି, “ଦୀପିକା ପାଦ୍ୟୁକୋନ୍ ଟୁକ୍ଡ଼େ ଟୁକ୍ଡ଼େ ଓ ଆଫ୍ଜଲ ଗ୍ୟାଙ୍ଗକୁ ସମର୍ଥନ କରୁଥିବାରୁ ତାଙ୍କ ଫିଲ୍ମକୁ ତୁମେ ଯଦି ବୟକଟ୍ କରିବ, ତାହାଲେ ରିଟ୍ୱିଟ୍ କର।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।