ଜାମ୍ମୁ ଏବଂ କାଶ୍ମୀର ଗସ୍ତରେ ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ: ସୁରକ୍ଷା ବ୍ୟବସ୍ଥା ନେଇ ସମୀକ୍ଷା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାମ୍ମୁ-କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ସେ  ପ୍ରଥମ ଥର ପାଇଁ ଜାମ୍ମୁ ଓ କାଶ୍ମୀର ଗସ୍ତ କରିଛନ୍ତି। ଆଜି ଶ୍ରୀନଗର ଓଲ୍ଡ ଏୟାଫିଲ୍ଡରେ ପହଞ୍ଚିବା ପରେ ବରିଷ୍ଠ ସେନା ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ ଅବସରରେ ନିର୍ମଳା ସୀମାରେ ସେନାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ସେନାର କିଛି ଫରୱାର୍ଡ ପୋଷ୍ଟ ମଧ୍ୟ ସେ ବୁଲି […]

xnirmala-sitharaman-29-1506674872.jpg.pagespeed.ic.Fw75O0qDaV

Rakesh Mallick
  • Published: Friday, 29 September 2017
  • , Updated: 29 September 2017, 01:29 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାମ୍ମୁ-କାଶ୍ମୀର ଗସ୍ତରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତିରକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ସେ  ପ୍ରଥମ ଥର ପାଇଁ ଜାମ୍ମୁ ଓ କାଶ୍ମୀର ଗସ୍ତ କରିଛନ୍ତି। ଆଜି ଶ୍ରୀନଗର ଓଲ୍ଡ ଏୟାଫିଲ୍ଡରେ ପହଞ୍ଚିବା ପରେ ବରିଷ୍ଠ ସେନା ଅଧିକାରୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଦୁଇ ଦିନିଆ ଜମ୍ମୁ କାଶ୍ମୀର ଗସ୍ତ ଅବସରରେ ନିର୍ମଳା ସୀମାରେ ସେନାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ସେନାର କିଛି ଫରୱାର୍ଡ ପୋଷ୍ଟ ମଧ୍ୟ ସେ ବୁଲି ଦେଖିଥିଲେ ଏଥିସହ ସେ  ଲାଇନ ଅଫ୍  କଣ୍ଟ୍ରୋଲ ଓ ଚୀନ ସୀମାକୁ ସଂଲଗ୍ନ ଲାଇନ୍ ଅଫ୍ ଆକଚୁଆଲ୍ କଣ୍ଟ୍ରୋଲରେ ଥିବା ସୀମାନ୍ତ ପୋଷ୍ଟଗୁଡିକୁ ମଧ୍ୟ ପରିଦର୍ଶନ କରିଛନ୍ତି। ଆସନ୍ତାକାଲି ପ୍ରତିରକ୍ଷା ମନ୍ତ୍ରୀ ସିଆଚେନ ଗ୍ଲାସିୟର ସହ ଲଦାଖ ଅଞ୍ଚଳ ବୁଲି ଦେଖିବେ। ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଏହି ଗସ୍ତରେ ଅଛନ୍ତି।

Related story