ଚୁପ୍‌ ହୋଇ ବସିବୁ ନାହିଁ, ପାକିସ୍ତାନକୁ ଉଚିତ ଜବାବ ଦେବୁ

ନୂଆଦିଲ୍ଲୀ:  ଏଣିକି ପାକିସ୍ତାନକୁ ଆଉ ଦୟା ଦେଖାଯିବ ନାହିଁ। ପାକ୍‌ ବିରୋଧରେ ଯେସାକୁ ତେସା ନୀତି ଆପଣାଇବାକୁ ପ୍ରସ୍ତୁତ ଅଛି ଭାରତ। ଆମେ ଚୁପ୍‌ ହୋଇ ବସିବୁ ନାହିଁ, ପାକିସ୍ତାନକୁ ଉଚିତ ଜବାବ ଦେବୁ। ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ପ୍ରସଙ୍ଗରେ ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପାକିସ୍ତାନକୁ କଡ଼ା ଚେତାବନୀ ଦେଇ  ନିର୍ମଳା କହିଛନ୍ତି, “ଅସ୍ତ୍ରବିରତିକୁ ସମ୍ମାନ ଜଣାଇ ରମଜାନ ମାସରେ ଏହାକୁ ବନ୍ଦ ରଖିଥିଲୁ। ହେଲେ ପାକିସ୍ତାନ ଏହାର […]

nirmala-sitaraman

nirmala-sitaraman

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 09:21 PM IST

Sports

Latest News

ନୂଆଦିଲ୍ଲୀ:  ଏଣିକି ପାକିସ୍ତାନକୁ ଆଉ ଦୟା ଦେଖାଯିବ ନାହିଁ। ପାକ୍‌ ବିରୋଧରେ ଯେସାକୁ ତେସା ନୀତି ଆପଣାଇବାକୁ ପ୍ରସ୍ତୁତ ଅଛି ଭାରତ। ଆମେ ଚୁପ୍‌ ହୋଇ ବସିବୁ ନାହିଁ, ପାକିସ୍ତାନକୁ ଉଚିତ ଜବାବ ଦେବୁ। ପାକିସ୍ତାନର ବାରମ୍ବାର ଅସ୍ତ୍ରବିରତି ଉଲ୍ଲଙ୍ଘନ ପ୍ରସଙ୍ଗରେ ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ।

ପାକିସ୍ତାନକୁ କଡ଼ା ଚେତାବନୀ ଦେଇ  ନିର୍ମଳା କହିଛନ୍ତି, “ଅସ୍ତ୍ରବିରତିକୁ ସମ୍ମାନ ଜଣାଇ ରମଜାନ ମାସରେ ଏହାକୁ ବନ୍ଦ ରଖିଥିଲୁ। ହେଲେ ପାକିସ୍ତାନ ଏହାର ଫାଇଦା ଉଠାଇ ବାରମ୍ବାର ଗୁଳିଗୋଳା ବର୍ଷଣ କରୁଛି। ଏହାର ଦୃଢ଼ ଜବାବ ଦେବା ଲାଗି  ଭାରତୀୟ ସେନା ପାଖରେ ବିକଳ୍ପ ରହିଛି।”

ଆତଙ୍କବାଦ ଓ ଆଲୋଚନା ଏକା ସାଙ୍ଗରେ ହୋଇ ପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଅସ୍ତ୍ରଶସ୍ତ୍ର ଅଭାବ ପ୍ରସଙ୍ଗରେ ସେ କହିଛନ୍ତି, “ସେନା ପାଖରେ ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ।” ସେନାରେ ଦୁର୍ନୀତି ଅଭିଯୋଗକୁ ସେ ଖଣ୍ଡନ କରିବା ସହ ଏହା ଭିତ୍ତିହୀନ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos