ନିଜକୁ ବଞ୍ଚାଇବାକୁ ଚେଷ୍ଟା କଲେ ବିଜେପିର କପିଲ ମିଶ୍ରା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା ଲୋକଙ୍କୁ ହଟାଇବା ପାଇଁ ଦିଲ୍ଲୀ ପୁଲିସ୍‌କୁ ୩ ଦିନର ସମୟ ସୀମା ଦେଇଥିବା କପିଲ ମିଶ୍ରା ଏବେ ନିଜର ସଫେଇ ଦେବା ଆରମ୍ଭ କରିଛନ୍ତି। ଯଦି ଦିଲ୍ଲୀ ପୁଲିସ୍‌ ୩ ଦିନ ମଧ୍ୟରେ ବିକ୍ଷୋଭକାରୀଙ୍କୁ ନ ହଟାଇବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କପିଲ ମିଶ୍ରା ରବିବାର କହିଥିଲେ। ଏହାପରେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଏଥିପାଇଁ ସମସ୍ତେ କପିଲ ମିଶ୍ରାଙ୍କୁ ଗିରଫ କରିବାକୁ ଦାବି […]

t

Hemant Lenka
  • Published: Wednesday, 26 February 2020
  • , Updated: 26 February 2020, 04:38 PM IST

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରୁଥିବା ଲୋକଙ୍କୁ ହଟାଇବା ପାଇଁ ଦିଲ୍ଲୀ ପୁଲିସ୍‌କୁ ୩ ଦିନର ସମୟ ସୀମା ଦେଇଥିବା କପିଲ ମିଶ୍ରା ଏବେ ନିଜର ସଫେଇ ଦେବା ଆରମ୍ଭ କରିଛନ୍ତି। ଯଦି ଦିଲ୍ଲୀ ପୁଲିସ୍‌ ୩ ଦିନ ମଧ୍ୟରେ ବିକ୍ଷୋଭକାରୀଙ୍କୁ ନ ହଟାଇବ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି କପିଲ ମିଶ୍ରା ରବିବାର କହିଥିଲେ।

ଏହାପରେ ଦିଲ୍ଲୀରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ଏଥିପାଇଁ ସମସ୍ତେ କପିଲ ମିଶ୍ରାଙ୍କୁ ଗିରଫ କରିବାକୁ ଦାବି କରୁଛନ୍ତି। ହେଲେ ଆଜି କପିଲ ମିଶ୍ରା ନିଜର ସଫେଇ ଦେଇ ଟ୍ୱିଟ କରିଛନ୍ତି।

ସେ କହିଛନ୍ତି, “ଯେଉଁମାନେ ବୁରହାନ ୱାନି ଓ ଅଫଜଲ ଗୁରୁକୁ ଆତଙ୍କବାଦୀ ବୋଲି ମାନୁନାହାନ୍ତି, ସେମାନେ କପିଲ ମିଶ୍ରାକୁ ଆତଙ୍କବାଦୀ କହୁଛନ୍ତି। ଯେଉଁମାନେ ୟାକୁବ ମେମନ, ଉମର ଖାଲିଦ ଓ ସର୍ଜିଲ ଇମାମଙ୍କ ଭଳି ଲୋକଙ୍କୁ ଜେଲରୁ ଖଲାସ କରିବାକୁ ଚାହୁଁଥିଲେ ସେମାନେ ଏବେ କପିଲ ମିଶ୍ରାଙ୍କ ଗିରଫ ଦାବି କରୁଛନ୍ତି। ଜୟ ଶ୍ରୀରାମ।”

ରବିବାର ମୌଜପୁର ଅଞ୍ଚଳରେ କପିଲ ମିଶ୍ରାଙ୍କ ନେତୃତ୍ୱରେ ସିଏଏ ସପକ୍ଷରେ ରାଲି ହୋଇଥିଲା। ଏହାର ନିକଟବର୍ତ୍ତୀ ଜାଫରାବାଦରେ ଶନିବାର ସକାଳୁ ଠାରୁ ହିଁ ସିଏଏ ବିରୋଧରେ ଶତାଧିକ ଲୋକ ଆନ୍ଦୋଳନ କରୁଥିଲେ।

କପିଲ ମିଶ୍ରା ଏହାକୁ ଦେଖି କହିଥିଲେ ଯେ “୩ ଦିନ ମଧ୍ୟରେ ଦିଲ୍ଲୀ ପୁଲିସ ଜାଫରାବାଦ ଓ ଚାନ୍ଦ ବାଗ ଅଞ୍ଚଳ ଖାଲି କରୁ। ନ ଚେତ ଏହା ପରେ ଆମେମାନେ ବାଧ୍ୟ ହୋଇ ରାସ୍ତାକୁ ଓହ୍ଲାଇବୁ। ସେତେବେଳେ କେହି ବି ଆମକୁ ରୋକି ପାରିବେ ନାହିଁ। ଆନ୍ଦୋଳନ ନ ହଟିଲେ ପରିସ୍ଥିତି ଭୟଙ୍କର ହେବ।”

ଏହି ସମୟରେ ଦିଲ୍ଲୀ ପୁଲିସ୍‌ର ଅଫିସର ତାଙ୍କ ପାଖରେ ଥିଲେ। ହେଲେ କେହି ବି ଏହି ଖୋଲା ଧମକୁ ପ୍ରତିବାଦ କରି ନଥିଲେ। ଏହି ବୟାନ ପରଠାରୁ ଦିଲ୍ଲୀରେ ହିଂସାକାଣ୍ଡ ଆରମ୍ଭ ହୋଇଛି।

Related story