ଦିଲ୍ଲୀ ଏମସ୍ ପାଖରେ ନାହିଁ ଅଗ୍ନିଶମ ବିଭାଗର ଏନଓସି ସାର୍ଟିଫିକେଟ୍

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଛାତି ଉପରେ ଛିଡ଼ା ହୋଇଥିବା କେନ୍ଦ୍ର ସରକାରଙ୍କ ଏମସ୍ ହସ୍ପିଟାଲ ପାଖରେ ନାହିଁ ଅଗ୍ନିଶମ ବିଭାଗର ନୋ ଅବଜେକସନ ସାର୍ଟିଫିକେଟ୍ (ଏନଓସି)। ଏକଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। କାରଣ ଦିଲ୍ଲୀର ଅଗ୍ନିଶମ ବିଭାଗ ଏହା କହିଛି। ଗତକାଲି ଏମସ୍ ହସ୍ପିଟାଲରେ ନିଆଁ ଲାଗିବା ପରେ ଏହା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ଦିଲ୍ଲୀ ପୁଲିସ ପରିବର୍ତ୍ତେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଦିଲ୍ଲୀ ଅଗ୍ନିଶମ ବିଭାଗର […]

delhi aiims

Subhransu Sekhar
  • Published: Sunday, 18 August 2019
  • , Updated: 18 August 2019, 05:01 PM IST
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ଛାତି ଉପରେ ଛିଡ଼ା ହୋଇଥିବା କେନ୍ଦ୍ର ସରକାରଙ୍କ ଏମସ୍ ହସ୍ପିଟାଲ ପାଖରେ ନାହିଁ ଅଗ୍ନିଶମ ବିଭାଗର ନୋ ଅବଜେକସନ ସାର୍ଟିଫିକେଟ୍ (ଏନଓସି)। ଏକଥା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। କାରଣ ଦିଲ୍ଲୀର ଅଗ୍ନିଶମ ବିଭାଗ ଏହା କହିଛି। ଗତକାଲି ଏମସ୍ ହସ୍ପିଟାଲରେ ନିଆଁ ଲାଗିବା ପରେ ଏହା ଜଣାପଡ଼ିଛି। ନିଆଁ ଲାଗିବାର କାରଣ ଦିଲ୍ଲୀ ପୁଲିସ ପରିବର୍ତ୍ତେ ଦିଲ୍ଲୀ କ୍ରାଇମ୍ ବ୍ରାଞ୍ଚ ତଦନ୍ତ କରିବ ବୋଲି ଜଣାପଡ଼ିଛି।

ଦିଲ୍ଲୀ ଅଗ୍ନିଶମ ବିଭାଗର ଅଧିକାରୀଙ୍କ ସୂଚନା ଅନୁଯାୟୀ ଗତକାଲି ଏମ୍ସର ଯେଉଁ ବ୍ଲକରେ ନିଆଁ ଲାଗିଥିଲା ସେହି ବ୍ଲକ ଅଗ୍ନିଶମ ବିଭାଗ ପାଖରୁ ଏନଓସି ଗ୍ରହଣ କରି ନାହିଁ। ଏହି କୋଠା ବହୁତ ପୁରୁଣା। ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଏନଓସି ସାର୍ଟିଫିକେଟ ନବୀକରଣ ହେବା କଥା, କିନ୍ତୁ ଏହା ହୋଇନାହିଁ।

ଗତକାଲି ଏମସରେ ନିଆଁ ଲାଗିବାପରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଯାଇ ନିଜେ ସ୍ଥିତିର ସମୀକ୍ଷା କରିଥିଲେ। ଏହି ସମୟରେ  ଏମସ୍ ନିର୍ଦ୍ଦେଶକ ଏବଂ ଅଧ୍ୟାପକ ଉପସ୍ଥିତ ଥିଲେ। ଏମସ୍ ଏବେ ନିଜ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଗତକାଲି ନିଆଁ ଲାଗିବା ପରେ ଏମସ୍ ଏକ ସ୍ପଷ୍ଟୀକରଣ ରଖିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ଏମସ୍  ପାଖରେ ଅଗ୍ନି ନିର୍ବାପନ ନିମନ୍ତେ ରେଗୁଲାର ସିଷ୍ଟମ୍ ରହିଛି ଏବଂ ୨୪ ଘଣ୍ଟା ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହୁଛନ୍ତି। ନିଆଁ ଲାଗିବା ପରେ ଏମସ୍ ଡାଇରେକ୍ଟର ଓ ସମସ୍ତ ଡିପାର୍ଟମେଣ୍ଟର ପ୍ରମୁଖ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।

ଏହାରି ଭିତରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଘଟଣାସ୍ଥଳକୁ ଆସି ବୁଲି ଦେଖିଛନ୍ତି। ନିଆଁ ଲାଗିବା ପରେ ଏମସ୍ ପକ୍ଷରୁ ତତକ୍ଷଣାତ ନିଆଯାଇଥିବା ପଦକ୍ଷେପ ବାବଦରେ ସେ ଟ୍ୱିଟ କରି ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ ନିଆଁ ଲାଗିବାର କାରଣ ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସେହିପରି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ କହିଛନ୍ତି ରୋଗୀଙ୍କର କୌଣସି ସମସ୍ୟା ହୋଇ ନାହିଁ। ନିଆଁ ଲାଗିଲା ପରେ ଯେଉଁ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା ସେମାନେ ସମସ୍ତେ ପୁଣି ନିଜ ନିଜ ସ୍ଥାନରେ ଆସି ରହିଥିବା ସେ କହିଛନ୍ତି। ତେବେ ନିଆଁ ଲାଗିବା ଯୋଗୁ କେତେ କ୍ଷତି ହୋଇଛି, ତାହା ଆକଳନ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ଶର୍ଟ ସର୍କିଟ କାରଣରୁ  ଏମସର ଟିଚିଂ ବ୍ଲକରେ ନିଆଁ ଲାଗିଥିଲା। ଏଥିରେ କେହି ମୃତାହତ ହୋଇନଥିଲେ। ୩୪ଟି ଅଗ୍ନିଶମ ବିଭାଗ ଗାଡ଼ି ଆସି ନିଆଁକୁ ନିୟନ୍ତ୍ରଣ କରିଥିଲେ।

Related story