ହଟିଲେ ମନୋଜ ତିୱାରୀ, ଆଦେଶ ଗୁପ୍ତା ହେଲେ ଦିଲ୍ଲୀ ବିଜେପି ଅଧ୍ୟକ୍ଷ

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା ବେଳେ ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ବଡ଼ ପରିବର୍ତ୍ତନ କରିଛି। ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଭାର ସମ୍ଭାଳୁଥିବା ମନୋଜ ତିୱାରୀଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତାଙ୍କୁ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହାକୁ ନେଇ ପାର୍ଟିର ମହାସଚିବ ଅରୁଣ ସିଂଙ୍କ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞାପନ ଜାରି କରାଯାଇଛି। ଏହା ବ୍ୟତୀତ […]

adesh-gupta-and-manoj-tiwari

Ranjit Kumar Jena
  • Published: Tuesday, 02 June 2020
  • , Updated: 02 June 2020, 04:13 PM IST

ନୂଆଦିଲ୍ଲୀ: ସାରା ଦେଶ ଏବେ କରୋନା ମହାମାରୀ ବିରୋଧରେ ଲଢ଼େଇ ଜାରି ରଖିଥିବା ବେଳେ ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ବଡ଼ ପରିବର୍ତ୍ତନ କରିଛି। ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଭାର ସମ୍ଭାଳୁଥିବା ମନୋଜ ତିୱାରୀଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ଆଦେଶ କୁମାର ଗୁପ୍ତାଙ୍କୁ ଦିଲ୍ଲୀ ବିଜେପିର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏହାକୁ ନେଇ ପାର୍ଟିର ମହାସଚିବ ଅରୁଣ ସିଂଙ୍କ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞାପନ ଜାରି କରାଯାଇଛି।

ଏହା ବ୍ୟତୀତ ଛତିଶଗଡ଼ର ବିଜେପି ଅଧ୍ୟକ୍ଷଙ୍କୁ ମଧ୍ୟ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ବିଷ୍ଣୁଦେବ ସାଇଙ୍କୁ ପ୍ରଦେଶର ଅଧ୍ୟକ୍ଷ କରାଯାଇଛି। ମଣିପୁରରେ ମଧ୍ୟ ନୂଆ ପ୍ରଦେଶ ଅଧ୍ୟକ୍ଷଙ୍କ ନିଯୁକ୍ତ କରାଯାଇଛି। ଏବେ ଟିକେନ୍ଦ୍ର ସିଂଙ୍କୁ ମଣିପୁର ବିଜେପିର ନୂଆ ଅଧ୍ୟକ୍ଷ ଭାବେ କରାଯାଇଛି। ବିଜେପିର ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶକ୍ରମେ ତିନୋଟି ପ୍ରଦେଶର ଅଧ୍ୟକ୍ଷ ଘୋଷଣା କରାଯାଇଛି।

ଦିଲ୍ଲୀ ଓ ଛତିଶଗଡ଼ ବିଧାନସଭାରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେବେ ଦିଲ୍ଲୀରେ ବିଜେପି ଆମ୍ ଆଦମୀ ପାର୍ଟି (ଆପ୍) ନିକଟରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଅନ୍ୟପକ୍ଷରେ ଛତିଶଗଡ଼ରେ ବିଜେପି ତା'ର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ଠାରୁ ପରାଜିତ ହୋଇଥିଲା। ଯାହା ପରେ ଉଭୟ ରାଜ୍ୟର ଅଧ୍ୟକ୍ଷଙ୍କୁ ହଟାଇବା ନେଇ ଦାବି ଜୋର ଉଠିଥିଲା। ଦିଲ୍ଲୀ ବିଧାନସଭା ନିର୍ବାଚନ ପରେ ବିଜେପିର ପ୍ରଦେଶ ଅଧ୍ୟକ୍ଷ ଓ ସାଂସଦ ତିୱାରୀ ଇସ୍ତଫା ପତ୍ର ପୈଠ କରିଥିଲେ, କିନ୍ତୁ ତାଙ୍କ ଇସ୍ତଫାକୁ ନାମଞ୍ଜୁର କରାଯାଇଥିଲା।

ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ଆଦେଶ ଗୁପ୍ତା ଜଣେ ତ୍ରୁଣମୂଳସ୍ତରର ନେତା ଭାବେ ଖୁବ୍ ପରିଚିତ। ସେ ପଶ୍ଚିମ ପଟେଲ୍ ନଗରର କାଉନସିଲର ଅଛନ୍ତି। ଏହାଛଡ଼ା ନର୍ଥ ଦିଲ୍ଲୀର ମେୟର ମଧ୍ୟ ରହିସାରିଛନ୍ତି। କୁହାଯାଉଛି ଯେ ଆଦେଶ ଗୁପ୍ତାଙ୍କ ଅଧ୍ୟକ୍ଷ ହେବା ପରେ ବିଜେପି ଏବେ ଏମସିଡି ନିର୍ବାଚନ ଉପରେ ପୂରା ଫୋକସ୍ କରିବ।

Related story