ରବର୍ଟ ଭାଡ୍ରାଙ୍କୁ ଚିକିତ୍ସା ପାଇଁ ବିଦେଶ ଯିବାକୁ ଅନୁମତି ଦେଲେ କୋର୍ଟ

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆଜି ସର୍ତ୍ତମୂଳକ ଅନୁମତି ମିଳିଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ଶ୍ରୀ ଭଦ୍ରାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ସେ ଲଣ୍ଡନ କିମ୍ବା ବ୍ରିଟେନର କୌଣସି ସ୍ଥାନକୁ ଯାଇପାରିବେ ନାହିଁ। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଚାହିଁଲେ ଆମେରିକା କିମ୍ବା ନେଦରଲ୍ୟାଣ୍ଡସ ଯାଇପାରିବେ ବୋଲି କୋର୍ଟ […]

robert

robert

Subhransu Sekhar
  • Published: Monday, 03 June 2019
  • Updated: 03 June 2019, 03:43 PM IST

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଭିଣୋଇ ତଥା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆଜି ସର୍ତ୍ତମୂଳକ ଅନୁମତି ମିଳିଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ଶ୍ରୀ ଭଦ୍ରାଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ସେ ଲଣ୍ଡନ କିମ୍ବା ବ୍ରିଟେନର କୌଣସି ସ୍ଥାନକୁ ଯାଇପାରିବେ ନାହିଁ। ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ସେ ଚାହିଁଲେ ଆମେରିକା କିମ୍ବା ନେଦରଲ୍ୟାଣ୍ଡସ ଯାଇପାରିବେ ବୋଲି କୋର୍ଟ କହିଛନ୍ତି।

ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ଭଦ୍ରା ଆଗୁଆ ଜାମିନ୍‌ ପାଇଛନ୍ତି। ସିବିଆଇ ଭଦ୍ରାଙ୍କୁ ମନିଲଣ୍ଡରିଂ ମାମଲାରେ ଜେରା କରିବାକୁ ଜୁନ୍‌ ୪ ତାରିଖ ଧାର୍ଯ୍ୟ କରିଥିଲା। ହେଲେ ଭଦ୍ରା ଗୁରୁତର ଅସୁସ୍ଥ ଥିବାରୁ ଲଣ୍ଡନ ଯିବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଏହାର ଶୁଣାଣି କରି ରବର୍ଟ ଭଦ୍ରାଙ୍କୁ ୬ ସପ୍ତାହ ପାଇଁ ଆମେରିକା କିମ୍ବା ନେଦରଲ୍ୟାଣ୍ଡସ ଯିବାକୁ ଅନୁମତି ଦେଇଛନ୍ତି। ଏଥିସହ ଏହି ସମୟସୀମା ମଧ୍ୟରେ ସିବିଆଇ କୌଣସି ଲୁକ୍‌ ଆଉଟ୍‌ ସର୍କୁଲାର ଜାରି କରିପାରିବ ନାହିଁ କିମ୍ବା ମାମଲା ଆଗକୁ ବଢ଼ାଇବ ନାହିଁ ବୋଲି କୋର୍ଟ କହିଛନ୍ତି।

ଆଜି କୋର୍ଟରେ ସିବିଆଇ ଶ୍ରୀ ଭଦ୍ରାଙ୍କ ଆବେଦନକୁ ବିରୋଧ କରିଥିଲା। ଜେରାରୁ ବର୍ତ୍ତିବା ପାଇଁ ଶ୍ରୀ ଭଦ୍ରା ଏଭଳି ସ୍ୱାସ୍ଥ୍ୟଗତ ସମସ୍ୟା କଥା ଉଠାଇଛନ୍ତି। ଏଥିସହ କୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରନ୍ତୁ ବୋଲି ସିବିଆଇ ଯୁକ୍ତି ଉପସ୍ଥାପନ କରିଥିଲା।

ଶ୍ରୀ ଭଦ୍ରାଙ୍କ ଅନ୍ତନଳୀରେ ଟ୍ୟୁମର ହୋଇଛି ବୋଲି ସେ ଦାବି କରି ଏହାର ଚିକିତ୍ସା ପାଇଁ ସେ ବିଦେଶ ଯିବାକୁ ଚାହୁଁଥିଲେ।। ପୂର୍ବରୁ ଚିକିତ୍ସା ପାଇଁ ବିଦେଶ ଯିବା ପାଇଁ ଅନୁମତି ମାଗି ଅସଫଳ ହୋଇଥିବା ଭଦ୍ରା ଆଜି କିନ୍ତୁ କୋର୍ଟଙ୍କ ଠାରୁ ଅନୁମତି ପାଇଛନ୍ତି।  ଶୁଣାଣିତ ପୂର୍ବରୁ ଶ୍ରୀ ଭଦ୍ରା ଦିଲ୍ଲୀ ହାଉସ୍ ଆଭେନ୍ୟୁ ଅଦାଲତରେ ତାଙ୍କ ମେଡିକାଲ ସାର୍ଟିଫିକେଟ ଜମା କରିଥିଲେ। ଏହାପରେ କୋର୍ଟ ତାଙ୍କ ଆବେଦନକୁ ବିଚାର କରି ଚିକିତ୍ସା ପାଇଁ ଆମେରିକା କିମ୍ବା ନେଦରଲ୍ୟାଣ୍ଡସ ଯିବା ପାଇଁ ପରାମର୍ଶ ଦେଇଛନ୍ତି। ତେବେ ଆସନ୍ତାକାଲି ତାଙ୍କୁ ଇଡିର ସାମ୍ନା କରିବାକୁ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story