ଆହୁରି ୧୪ ଦିନ ଇଡି ହେପାଜତରେ ରହିବେ ରତୁଲ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଦିଲ୍ଲୀ କୋର୍ଟ ସେପ୍ଟେମ୍ବର ୧୭ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏକ ବ୍ୟାଙ୍କ ଋଣ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ସେ ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି। ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍‌ ସଞ୍ଜୟ ଗର୍ଗ ଏହି ରାୟ ଦେଇଛନ୍ତି। ଏହି ମାମଲାରେ ଇଡି ଗତ ଅଗଷ୍ଟ ୨୦ ତାରିଖରେ ରତୁଲଙ୍କୁ ଗିରଫ କରିଥିଲା। ଏହି ମାମଲା ବ୍ୟତୀତ ଅଗୁସ୍ତାଲ୍ୟାଣ୍ଡ ଭିଭଆଇପି ହେଲିକପ୍ଟର କିଣା […]

Ratul_Puri

Subrat Kumar Nayak
  • Published: Tuesday, 03 September 2019
  • , Updated: 03 September 2019, 04:46 PM IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଭଣଜା ରତୁଲ ପୁରୀଙ୍କୁ ଦିଲ୍ଲୀ କୋର୍ଟ ସେପ୍ଟେମ୍ବର ୧୭ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏକ ବ୍ୟାଙ୍କ ଋଣ ସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ସେ ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି। ସ୍ୱତନ୍ତ୍ର ବିଚାରପତି ଜଷ୍ଟିସ୍‌ ସଞ୍ଜୟ ଗର୍ଗ ଏହି ରାୟ ଦେଇଛନ୍ତି।

ଏହି ମାମଲାରେ ଇଡି ଗତ ଅଗଷ୍ଟ ୨୦ ତାରିଖରେ ରତୁଲଙ୍କୁ ଗିରଫ କରିଥିଲା। ଏହି ମାମଲା ବ୍ୟତୀତ ଅଗୁସ୍ତାଲ୍ୟାଣ୍ଡ ଭିଭଆଇପି ହେଲିକପ୍ଟର କିଣା ଦୁର୍ନୀତି ମାମଲା ମଧ୍ୟ ତାଙ୍କ ନାମରେ ରହିଛି। ଏହି ମାମଲରେ ସେ ଆଗୁଆ ଜାମିନ ପାଇବାରେ ପୂର୍ବରୁ ବିଫଳ ହୋଇଛନ୍ତି।

ଗତ ଅଗଷ୍ଟ ୧୭ରେ ସିବିଆଇ ରୁଜୁ କରିଥିବା ମାମଲରେ ରତୁଲଙ୍କ ସହ ତାଙ୍କ ବାପା ଦୀପକ ପୁରୀ, ମା ନୀତା (କମଲ ନାଥଙ୍କ ଭଉଣୀ) ଏବଂ ଅନ୍ୟ କିଛି ଜଣଙ୍କ ନାମ ରହିଛି।

Related story