ଷଷ୍ଠ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ, ଉତ୍ତର ପ୍ରଦେଶରେ ସର୍ବନିମ୍ନ

ନୂଆଦିଲ୍ଲୀ: ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ସହିତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନରେ ୬୩ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ସବୁଠୁ କମ୍ ଭୋଟ୍ ପଡ଼ିଛି। ପଶ୍ଚିମବଙ୍ଗରେ ଏହି ପର୍ଯ୍ୟାୟରେ ୮ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ  ୮୦% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ୨୦୧୪ରେ ଏହି ୮ଟି ଆସନରେ ୮୪.୯୮ ପ୍ରତିଶତ ମତଦାନ ହୋଇଥିଲା। ଉତ୍ତର […]

vote2

vote2

Subhransu Sekhar
  • Published: Monday, 13 May 2019
  • Updated: 13 May 2019, 11:43 AM IST

Sports

Latest News

ନୂଆଦିଲ୍ଲୀ: ଗତକାଲି ଷଷ୍ଠ ପର୍ଯ୍ୟାୟ ନିର୍ବାଚନରେ କେନ୍ଦ୍ର ଶାସିତ ଅଞ୍ଚଳ ଦିଲ୍ଲୀ ସହିତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନରେ ୬୩ ପ୍ରତିଶତ ମତଦାନ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ମତଦାନ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ସବୁଠୁ କମ୍ ଭୋଟ୍ ପଡ଼ିଛି।

ପଶ୍ଚିମବଙ୍ଗରେ ଏହି ପର୍ଯ୍ୟାୟରେ ୮ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ  ୮୦% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ୨୦୧୪ରେ ଏହି ୮ଟି ଆସନରେ ୮୪.୯୮ ପ୍ରତିଶତ ମତଦାନ ହୋଇଥିଲା।

ଉତ୍ତର ପ୍ରଦେଶରେ ୮୦ଟି ଲୋକସଭା ଆସନ ଥିବା ବେଳେ ଗତକାଲି ୧୪ଟି ଆସନ ପାଇଁ ମତଦାନ ହୋଇଥିଲା। ଏଥିରେ ମୋଟ ୫୪.୭୨% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ଏହି ପର୍ଯ୍ୟାୟରେ ଅନ୍ୟ ରାଜ୍ୟ ତୁଳନାରେ ଏଠାରେ ଭୋଟ୍ ହାର ସବୁଠୁ କମ୍ ରହିଥିଲା। ଅବଶ୍ୟ ୨୦୧୪ରେ ରାଜ୍ୟର ଏହି ୧୪ଟି ଆସନରେ ୫୪.୫୩% ଭୋଟିଂ ହୋଇଥିଲା।

ଏହି ପର୍ଯ୍ୟାୟରେ ହରିଆନାର ସମସ୍ତ ୧୦ଟି ଲୋକସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ୬୮.୧୭% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ତେବେ ୨୦୧୪ରେ ଏହି ହାର ଅଧିକ ଥିଲା। ସେଥର ୭୧.୮୬% ମତଦାନ ହୋଇଥିଲା।

ମଧ୍ୟପ୍ରଦେଶରେ ୮ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ୬୪.୫୫% ଭୋଟର ମତ ସାବ୍ୟସ୍ତ କରିଥିଲେ। ୨୦୧୪ରେ ଏହି ସବୁ ଆସନରେ ମିଶି ୫୭.୨୫% ପ୍ରତିଶତ ଭୋଟିଂ ହୋଇଥିଲା। ତେଣୁ ଏଥର ଏଠାରେ ଭୋଟ୍‌ ହାର ବଢ଼ିଛି।

ବିହାରରେ ମଧ୍ୟ ୮ଟି ଆସନ ପାଇଁ ଗତକାଲି ମତଦାନ ହୋଇଥିଲା। ଏହି ସବୁ ଆସନରେ ମୋଟ ୫୯.୨୯% ଭୋଟିଂ ହୋଇଛି। ୨୦୧୪ରେ ଏହି ସବୁ ଆସନରେ ୫୭.୨୫% ଭୋଟ୍ ପଡ଼ିଥିଲା।

ଝାରଖଣ୍ଡରେ ୪ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ୬୪.୫୦% ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଗତଥର ଏହି ସବୁ ଆସନରେ ୬୪.୫୩% ଭୋଟିଂ ହୋଇଥିଲା।

ଗତକାଲି ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ୫୯.୭୪% ଭୋଟର୍ ସେମାନଙ୍କ ମତ ସାବ୍ୟସ୍ତ କରିଛନ୍ତି। ଗତଥର ଦିଲ୍ଲୀରେ ୬୫.୧% ମତଦାନ ହୋଇଥିଲା।

ସୂଚନାଯୋଗ୍ୟ, ମେ’୧୯ରେ ଚଳିତ ସାଧାରଣ ନିର୍ବାଚନର ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ। ମେ’ ୨୩ରେ ଫଳାଫଳ ବାହାରିବ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos