ଏକବର୍ଷ ପାଇଁ ରାଜଧାନୀ ଦିଲ୍ଲୀରେ ତମାଖୁ ବ୍ୟାନ୍
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗୁଟଖା, ପାନ ମସଲା, ଖଇନି ଓ ଜର୍ଦ୍ଦା ସହିତ ତମ୍ୱାକୁ ଭଳି ମାଦକ ଦ୍ରବ୍ୟ କିଣାବିକା ଓ ଗଚ୍ଛିତ କରିବା ଉପରେ ଦିଲ୍ଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏକବର୍ଷ ପାଇଁ ରାଜଧାନୀରେ ଏହାକୁ ବ୍ୟାନ୍ କରାଯାଇଛି। ଖାଦ୍ୟ ସୁରକ୍ଷା ବିଭାଗ ଏ ନେଇ ଗତକାଲି ଏକ ବିଜ୍ଞପ୍ତି ପ୍ରକାଶ କରିଛି। ତମାଖୁ ଜାତୀୟ ଦ୍ରବ୍ୟ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥିବାରୁ ଏହାକୁ ବ୍ୟାନ କରାଯାଇଥିବା ଉଲ୍ଲେଖ କରାଯାଇଛି।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଗୁଟଖା, ପାନ ମସଲା, ଖଇନି ଓ ଜର୍ଦ୍ଦା ସହିତ ତମ୍ୱାକୁ ଭଳି ମାଦକ ଦ୍ରବ୍ୟ କିଣାବିକା ଓ ଗଚ୍ଛିତ କରିବା ଉପରେ ଦିଲ୍ଲୀ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏକବର୍ଷ ପାଇଁ ରାଜଧାନୀରେ ଏହାକୁ ବ୍ୟାନ୍ କରାଯାଇଛି।
ଖାଦ୍ୟ ସୁରକ୍ଷା ବିଭାଗ ଏ ନେଇ ଗତକାଲି ଏକ ବିଜ୍ଞପ୍ତି ପ୍ରକାଶ କରିଛି। ତମାଖୁ ଜାତୀୟ ଦ୍ରବ୍ୟ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥିବାରୁ ଏହାକୁ ବ୍ୟାନ କରାଯାଇଥିବା ଉଲ୍ଲେଖ କରାଯାଇଛି।