ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଲା 'କରୋନା'

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସରକାରୀ କାର୍ଯ୍ୟାଳୟରେ କରୋନା ମାମଲା ବଢ଼ିବାରେ ଲାଗିଛି। ଏବେ କରୋନା ସଂକ୍ରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି। କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ୪ କର୍ମଚାରୀ ନିକଟରେ କରୋନା ସଂକ୍ରମଣ ଥିବା ଜଣାପଡ଼ିଛି। କରୋନାର ଏହି ମାମଲା ମନ୍ତ୍ରାଳୟର ରାଜସ୍ୱ ବିଭାଗରେ ହିଁ ବାହାରିଛି। ପଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ପୂରା ଅଫିସକୁ ସାନିଟାଇଜ୍ କରାଯାଇଛି। ଅନ୍ୟପକ୍ଷରେ ରାଜୀବ ଗାନ୍ଧି ଭବନ ଓ ନ୍ୟୁ ଅଫିସ୍ କମ୍ପ୍ଲେକ୍ସରେ ଏୟାର […]

ministry

Ranjit Kumar Jena
  • Published: Tuesday, 02 June 2020
  • , Updated: 02 June 2020, 09:20 PM IST

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ସରକାରୀ କାର୍ଯ୍ୟାଳୟରେ କରୋନା ମାମଲା ବଢ଼ିବାରେ ଲାଗିଛି। ଏବେ କରୋନା ସଂକ୍ରମଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଛି।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ୪ କର୍ମଚାରୀ ନିକଟରେ କରୋନା ସଂକ୍ରମଣ ଥିବା ଜଣାପଡ଼ିଛି। କରୋନାର ଏହି ମାମଲା ମନ୍ତ୍ରାଳୟର ରାଜସ୍ୱ ବିଭାଗରେ ହିଁ ବାହାରିଛି। ପଜିଟିଭ୍ ମାମଲା ସାମ୍ନାକୁ ଆସିବା ପରେ ପୂରା ଅଫିସକୁ ସାନିଟାଇଜ୍ କରାଯାଇଛି। ଅନ୍ୟପକ୍ଷରେ ରାଜୀବ ଗାନ୍ଧି ଭବନ ଓ ନ୍ୟୁ ଅଫିସ୍ କମ୍ପ୍ଲେକ୍ସରେ ଏୟାର ଅଥରିଟି ଅଫ୍‌ ଇଣ୍ଡିଆର ୪ କର୍ମଚାରୀଙ୍କୁ କରୋନା ହୋଇଛି। ଏହାସହ ଦୁଇଟି ଯାକ କମ୍ପ୍ଲେକ୍ସକୁ ୪ ଜୁନ୍ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି।

ଅନ୍ୟପକ୍ଷରେ ଡିଏଫସିସିଆଇଏଲର କିଛି କର୍ମଚାରୀଙ୍କର ମଧ୍ୟ କରୋନା ପଜିଟିଭ୍ ଆସିଛି, ଯାହା ପରେ ପ୍ରଗତି ମଇଦାନସ୍ଥିତ ମେଟ୍ରୋ ଭବନକୁ ୪ ଜୁନ୍ ପର୍ଯ୍ୟନ୍ତ ବନ୍ଦ କରାଯାଇଛି। ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜାଲଙ୍କ କାର୍ଯ୍ୟାଳୟରେ ୧୩ଜଣଙ୍କର କରୋନା ରିପୋର୍ଟ ପଜିଟିଭ୍ ବାହାରିଛି।

Related story