ଦିଲ୍ଲୀରେ ମହିଳାଙ୍କ ପାଇଁ ବସ ଏବଂ ମେଟ୍ରୋ ଟ୍ରେନରେ ଯାତ୍ରା ମାଗଣା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ଆଠ ମାସ ପୂର୍ବରୁ ଦିଲ୍ଲୀର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ଏଣିକି ମହିଳାମାନେ ମେଟ୍ରୋ ଓ ସରକାରୀ ବସ, କ୍ଲଷ୍ଟର ବସ ଗୁଡ଼ିକରେ ମାଗଣାରେ ଯାତ୍ରା କରିପାରିବେ। ଅବଶ୍ୟ ଯଦି କୌଣସି ମହିଳା ଟିକେଟ କିଣି ବସ କିମ୍ୱା ମେଟ୍ରୋରେ ଯାତ୍ରା କରିବା ପାଇଁ ଚାହିଁବେ, ତା’ହେଲେ ସେମାନେ ତାହା କରିପାରିବେ। ଏଭଳି ଯାତ୍ରୀଙ୍କୁ ଦିଲ୍ଲୀ ସରକାର ପ୍ରଶଂସା କରିବେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି। କେଜ୍ରିଓ୍ୱାଲ କହିଛନ୍ତି […]

DELHI METRO

DELHI METRO

Subhransu Sekhar
  • Published: Monday, 03 June 2019
  • Updated: 03 June 2019, 03:43 PM IST

Sports

Latest News

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନର ଆଠ ମାସ ପୂର୍ବରୁ ଦିଲ୍ଲୀର ମହିଳାଙ୍କୁ ବଡ଼ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ୍। ଏଣିକି ମହିଳାମାନେ ମେଟ୍ରୋ ଓ ସରକାରୀ ବସ, କ୍ଲଷ୍ଟର ବସ ଗୁଡ଼ିକରେ ମାଗଣାରେ ଯାତ୍ରା କରିପାରିବେ। ଅବଶ୍ୟ ଯଦି କୌଣସି ମହିଳା ଟିକେଟ କିଣି ବସ କିମ୍ୱା ମେଟ୍ରୋରେ ଯାତ୍ରା କରିବା ପାଇଁ ଚାହିଁବେ, ତା'ହେଲେ ସେମାନେ ତାହା କରିପାରିବେ। ଏଭଳି ଯାତ୍ରୀଙ୍କୁ ଦିଲ୍ଲୀ ସରକାର ପ୍ରଶଂସା କରିବେ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ କହିଛନ୍ତି।

କେଜ୍ରିଓ୍ୱାଲ କହିଛନ୍ତି ଏହି ମାଗଣା ସେବା ପାଇଁ କେନ୍ଦ୍ରର ସହଯୋଗ ଦରକାର ନାହିଁ। ଉଭୟ ଡିଟିସି ଏବଂ କ୍ଲଷ୍ଟର ବସରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି। ଦିଲ୍ଲୀରେ ପାଖାପାଖି ୫ ହଜାର ୫୦୦ ଉଭୟ ଡିଟିସି ଏବଂ କ୍ଲଷ୍ଟର ବସ ଚାଲୁଛି ବୋଲି ସେ କହିଛନ୍ତି। ଏହାଦ୍ୱାରା ୪୦ ହଜାର ଲୋକ ଉପକୃତ ହେବେ ବୋଲି ଜଣାପଡ଼ିଛି। ଏଥିପାଇଁ ଦିଲ୍ଲୀ ସରକାର ଚଳିତ ବର୍ଷ ୭୦୦ କୋଟି ଟଙ୍କା ବ୍ୟୟ ଭାର ବହନ କରିବେ ବୋଲି କେଜ୍ରିଓ୍ୱାଲ କହିଛନ୍ତି।

ତେବେ ମେଟ୍ରୋରେ ମହିଳାଙ୍କୁ ମାଗଣା ଯାତ୍ରା ପାଇଁ ଉଭୟ ଦିଲ୍ଲୀ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ୫୦:୫୦ ପ୍ରତିଶତ ଶେୟାର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos