କେଜ୍ରିଓ୍ୱାଲଙ୍କ ଚିନ୍ତା ବଢ଼ିଲା: ଆସନ୍ତା ୧୮ରେ ଦିଲ୍ଲୀ ପୋଲିସ କରିବ ଜେରା

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ।  ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାଡ ଘଟଣାରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲାଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବ ପୋଲିସ୍।  ଏନେଇ ଦିଲ୍ଲୀ ପୋଲିସ ଅଧିକ ତଥ୍ୟ ସଂଗ୍ରହ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ୧୮ ତାରିଖରେ ପଚରାଉଚରା ପାଇଁ ଡାକିଛି। ଗତ ଫେବ୍ରୁୟାରୀ ୧୯ରେ ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁପ୍ରକାଶଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆମ ଆଦମୀ ପାର୍ଟିର ବିଧାୟକମାନେ […]

Arvind-Kejriwal-for-Inuth

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 05:15 PM IST

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ।  ଦିଲ୍ଲୀ ମୁଖ୍ୟ ସଚିବଙ୍କୁ ମାଡ ଘଟଣାରେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲାଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବ ପୋଲିସ୍।  ଏନେଇ ଦିଲ୍ଲୀ ପୋଲିସ ଅଧିକ ତଥ୍ୟ ସଂଗ୍ରହ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ୧୮ ତାରିଖରେ ପଚରାଉଚରା ପାଇଁ ଡାକିଛି। ଗତ ଫେବ୍ରୁୟାରୀ ୧୯ରେ ଦିଲ୍ଲୀ ମୁଖ୍ୟ ସଚିବ ଅଂଶୁପ୍ରକାଶଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆମ ଆଦମୀ ପାର୍ଟିର ବିଧାୟକମାନେ ମାଡ ମାରିଥିବା ଅଭିଯୋଗ ହୋଇଥିଲା। ଏହାପରେ ୧୧ଜଣ ଆପ୍ ବିଧାୟକଙ୍କୁ ଡାକି ପୋଲିସ ପଚରାଉଚରା କରିଥିଲା। ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଥିଲା।

Related story