ନୂଆଦିଲ୍ଲୀ: ଛାତ୍ରୀଙ୍କୁ ଛାତ୍ରମାନେ କିଭଳି ବ୍ୟବହାର ଦେଖାଇବେ ଏ ନେଇ ପ୍ରଶିକ୍ଷିଣ ଦିଆଯିବ। ଆଗାମୀ ଦିନରେ ଦିଲ୍ଲୀ ସରକାର ସମସ୍ତ ସ୍କୁଲରେ ଏଭଳି ପ୍ରଶିକ୍ଷିଣ ଦେବେ। ଏ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ଘୋଷଣା କରିଛନ୍ତି। ଖାଲି ସରକାର ନୁହେଁ ପ୍ରତ୍ୟେକ ପରିବାରର ମହିଳା ମଧ୍ୟ ଘରର ପୁଅଙ୍କୁ ବ୍ୟବହାର ବାବଦରେ ଶିକ୍ଷା ଦେବାର ଆବଶ୍ୟକ ରହିଛି ବୋଲି କେଜ୍ରିଓ୍ୱାଲ କହିଛନ୍ତି। ମହିଳାଙ୍କ ପ୍ରତି ବଢ଼ୁଥିବା ଅପରାଧ ବୃଦ୍ଧିକୁ ଦେଖି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଥିବା ସୂଚନା ରହିଛି।
ମହିଳାଙ୍କ ବିରୋଧରେ ବଢ଼ୁଥିବା ଅପରାଧକୁ ନେଇ ନିକଟରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ ଦିଲ୍ଲୀ ବିଧାନସଭାରେ ନିଜର ମନ୍ତବ୍ୟ ରଖିଥିଲେ। ବଢ଼ୁଥିବା ଅପରାଧ ପାଇଁ ଦିଲ୍ଲୀ ସରକାର ଓ ପୁଲିସକୁ ଦାୟୀ କରିବା ଠିକ୍ ନୁହେଁ। ଆମେ ମାନେ ସମସ୍ତେ ଉଭୟ ପୁଅ ଏବଂ ଝିଅଙ୍କର ବଦଳୁଥିବା ମାନସିକତା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ ବୋଲି ସେ କହିଥିଲେ।