ମୋଦି ସରକାରରେ ଗଣତନ୍ତ୍ର ସବୁଠୁ ଖରାପ ସ୍ଥିତିରେ କହି ବର୍ଷିଲେ ସୋନିଆ

ନୂଆଦିଲ୍ଲୀ: ବିରୋଧୀ ଦଳ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ ରବିବାର ମୋଦି ସରକାର ବିରୋଧରେ ଜୋରଦାର ବର୍ଷିଛନ୍ତି। ମହାମାରୀ ବିରୋଧରେ କୌଣସି ନୀତି ନାହିଁ, ଚିନ୍ତା ନାହିଁ, କୌଣସି ଉପାୟ ନାହିଁ କିମ୍ବା କୌଣସି ସମାଧାନ ନାହିଁ ବୋଲି କହି ସରକାରକୁ ସିଧା ସିଧା ଟାର୍ଗେଟ କରିଛନ୍ତି। ଦେଶରେ କୋଭିଡ ପରିଚାଳନାରେ ସରକାର ବିଫଳ ବୋଲି ମଧ୍ୟ ସେ କହିଛନ୍ତି। ବିଭିନ୍ନ ରାଜ୍ୟର ପ୍ରଭାରୀ ଏବଂ ଦଳର ସାଧାରଣ ସଚିବଙ୍କୁ ନେଇ ବସିଥିବା ବୈଠକ ଅବସରରେ ସୋନିଆ […]

modi-and-sonia

Subhransu Sekhar
  • Published: Sunday, 18 October 2020
  • , Updated: 18 October 2020, 10:41 PM IST
ନୂଆଦିଲ୍ଲୀ: ବିରୋଧୀ ଦଳ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀ ରବିବାର ମୋଦି ସରକାର ବିରୋଧରେ ଜୋରଦାର ବର୍ଷିଛନ୍ତି। ମହାମାରୀ ବିରୋଧରେ କୌଣସି ନୀତି ନାହିଁ, ଚିନ୍ତା ନାହିଁ, କୌଣସି ଉପାୟ ନାହିଁ କିମ୍ବା କୌଣସି ସମାଧାନ ନାହିଁ ବୋଲି କହି ସରକାରକୁ ସିଧା ସିଧା ଟାର୍ଗେଟ କରିଛନ୍ତି। ଦେଶରେ କୋଭିଡ ପରିଚାଳନାରେ ସରକାର ବିଫଳ ବୋଲି ମଧ୍ୟ ସେ କହିଛନ୍ତି। ବିଭିନ୍ନ ରାଜ୍ୟର ପ୍ରଭାରୀ ଏବଂ ଦଳର ସାଧାରଣ ସଚିବଙ୍କୁ ନେଇ ବସିଥିବା ବୈଠକ ଅବସରରେ ସୋନିଆ ଗାନ୍ଧୀ ମୋଦି ସରକାର ବିରୋଧରେ ଏଭଳି ବର୍ଷିଛନ୍ତି। କଂଗ୍ରେସରେ ବିଭିନ୍ନ ନେତାଙ୍କ ପଦ ପରିବର୍ତ୍ତନ ପରେ ଏହା ସୋନିଆଙ୍କର ପ୍ରଥମ ବୈଠକ ଥିଲା। ଆଗାମୀ ଦିନରେ କଂଗ୍ରେସ ଦେଶରେ ନେତୃତ୍ୱ ନେଇ ବିଜେପି ସରକାରକୁ କଡ଼ା ଜବାବ ଦେବାକୁ ଦଳୀୟ ନେତାଙ୍କୁୁ ଆହ୍ୱାନ କରିଛନ୍ତି ସୋନିଆ।
ସୋନିଆ କହିଛନ୍ତି ଯେ କେନ୍ଦ୍ର ସରକାର ଦେଶବାସୀ ଝାଳବୁହା ପରିଶ୍ରମ ଏବଂ କଂଗ୍ରେସ ସରକାର ବେଳେ ସୃଷ୍ଟି ହୋଇଥିବା ଶକ୍ତିଶାଳୀ ଅର୍ଥନୀତିକୁ ନଷ୍ଟ କରିଛନ୍ତି। ଦେଶର ଅର୍ଥନୀତି ଯେପରି ପଛକୁ ଯାଇଛି, ଏହା ପୂର୍ବରୁ କେବେ ହୋଇ ନଥିଲା। ଆଜି ଦେଶର ଯୁବକମାନଙ୍କ ପାଖରେ ରୋଜଗାର ନାହିଁ। ପାଖାପାଖି ୧୪ କୋଟି ଚାକିରି ହରାଇଛନ୍ତି। ସେହିପରି କ୍ଷୁଦ୍ର ବ୍ୟବସାୟୀ, ଦୋକାନୀ ଏବଂ ଶ୍ରମିକଙ୍କ ଜୀବିକା ଏକ ପ୍ରକାଶ ଶେଷ ହୋଇଛି। ହେଲେ ସରକାର ଏଥିପ୍ରତି ଦୃଷ୍ଟି ଦେଉ ନାହାନ୍ତି ବୋଲି ସୋନିଆ ଗାନ୍ଧୀ କହିଛନ୍ତି।
ବର୍ତ୍ତମାନ ଭାରତ ସରକାର ସାମ୍ବିଧାନିକ ଦାୟିତ୍ୱବୋଧକୁ ଭୁଲି ଯାଇଛନ୍ତି। ରାଜ୍ୟଗୁଡିକୁ ଜିଏସଟି ପଇସା ଦିଆଯାଉ ନାହିଁ। ଯଦି କେନ୍ଦ୍ର ସରକାର ନଦେବେ ତାହେଲେ କେମିତି ରାଜ୍ୟ ସରକାର ନିଜ ରାଜ୍ୟବାସୀଙ୍କୁ ଚଳାଇବେ ବୋଲି ସୋନିଆ କେନ୍ଦ୍ର ସରକାରକୁ ପ୍ରଶ୍ନ କରିଛନ୍ତି। ଦେଶରେ ବଢ଼ୁଥିବା ବିଶୃଙ୍ଖଳା ଏବଂ ସାମ୍ବିଧାନିକତା ଉଲ୍ଲଂଘନ ପାଇଁ ସିଧା ମୋଦି ସରକାରକୁ ଦାୟୀ କରିଛନ୍ତି ସୋନିଆ।
ଦେଶରେ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ଅଭିଯୋଗ କରି ସେ କହିଛନ୍ତି ଯେ ଦେଶର ଝିଅଙ୍କୁ ସୁରକ୍ଷା ଯୋଗାଇବା ପରିବର୍ତ୍ତେ ବିଜେପି ନେତୃତ୍ୱାଧୀନ ସରକାର ଅପରାଧୀଙ୍କୁ ସମର୍ଥନ କରୁଛନ୍ତି। ଗାନ୍ଧୀ କହିଛନ୍ତି, ପୀଡିତଙ୍କ ପରିବାରର ସ୍ୱରକୁ ଚପାଇ ଦିଆଯାଉଛି। ଏହା କେଉଁ ରାଜଧର୍ମ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହି ଅବସରରେ ସୋନିଆ କେନ୍ଦ୍ରର ତିନୋଟି କୃଷି ଆଇନକୁ ଅସାମ୍ୱାଧାନିକ ବୋଲି କହିଛନ୍ତି।

Related story