ଧରାପଡ଼ିଲେ କଳାଧନର କଳାହାତୀ: କେନ୍ଦ୍ର ନଜରରେ ୫୮୦୦ ନକଲି କମ୍ପାନୀ

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀ ସରକାରଙ୍କ ଭୁଲ ନିଷ୍ପତ୍ତି ବୋଲି ସବୁ କ୍ଷେତ୍ରରେ କୁହାଯିବା ସହ ମୋଦିଙ୍କୁ ସମାଲୋଚନା କରାଯାଉଛି। ହେଲେ ଏପରି ସମାଲୋଚନା କରୁଥିବା ଲୋକଙ୍କ ମୁହଁ ବନ୍ଦ ହେବାକୁ ଯାଉଛି। କାରଣ ନୋଟ୍‌ବନ୍ଦୀର ପ୍ରଭାବରେ କଳାଧନକୁ ଧଳା କରିବାକୁ ଚେଷ୍ଟା କରି ଫସିଛନ୍ତି ୫୮୦୦ ନକଲି କମ୍ପାନୀ। ଏମାନେ ଏବେ କେନ୍ଦ୍ରର ନଜରରେ ରହିଛନ୍ତି। ଏହି ତଥ୍ୟ ପଦାକୁ ଆସିବା ପରେ ନୋଟ୍‌ବନ୍ଦୀକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ସୂଚନା ଅନୁସାରେ […]

kala-dhan

kala-dhan

Rakesh Mallick
  • Published: Friday, 06 October 2017
  • Updated: 06 October 2017, 04:26 PM IST

Sports

Latest News

ନୂଆଦିଲ୍ଲୀ: ନୋଟ୍‌ବନ୍ଦୀ ସରକାରଙ୍କ ଭୁଲ ନିଷ୍ପତ୍ତି ବୋଲି ସବୁ କ୍ଷେତ୍ରରେ କୁହାଯିବା ସହ ମୋଦିଙ୍କୁ ସମାଲୋଚନା କରାଯାଉଛି। ହେଲେ ଏପରି ସମାଲୋଚନା କରୁଥିବା ଲୋକଙ୍କ ମୁହଁ ବନ୍ଦ ହେବାକୁ ଯାଉଛି। କାରଣ ନୋଟ୍‌ବନ୍ଦୀର ପ୍ରଭାବରେ କଳାଧନକୁ ଧଳା କରିବାକୁ ଚେଷ୍ଟା କରି ଫସିଛନ୍ତି ୫୮୦୦ ନକଲି କମ୍ପାନୀ। ଏମାନେ ଏବେ କେନ୍ଦ୍ରର ନଜରରେ ରହିଛନ୍ତି। ଏହି ତଥ୍ୟ ପଦାକୁ ଆସିବା ପରେ ନୋଟ୍‌ବନ୍ଦୀକୁ ନେଇ ଉଠୁଥିବା ପ୍ରଶ୍ନ ଉପରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି।

ସୂଚନା ଅନୁସାରେ ୧୩ଟି ବ୍ୟାଙ୍କ ସନ୍ଦେହଜନକ ନେଣଦେଣର ତଥ୍ୟ କେନ୍ଦ୍ର ସରକାରଙ୍କୁ ଦେଇଛନ୍ତି। ନକଲି କମ୍ପାନୀ ଜରିଆରେ ଏପରି ନେଣଦେଣ କରାଯାଇ କଳାଧନକୁ ଧଳା କରିବାକୁ ଚେଷ୍ଟା କରାଯାଉଥିଲା। ଏପରି ୨ ଲକ୍ଷରୁ ଅଧିକ କମ୍ପାନୀ କେନ୍ଦ୍ର ରାଡରେ ରହିଛନ୍ତି। ଏହି କମ୍ପାନୀଗୁଡିକ ଉପରେ କଟକଣା ଜାରି କରାଯାଇଛି। ଏହାସହ ବ୍ୟାଙ୍କ ଗୁଡିକ ପକ୍ଷରୁ ୫୮୦୦ ନକଲି କମ୍ପାନୀଙ୍କ ନେଣଦେଣର ସବିଶେଷ ତଥ୍ୟ ଜାରି କରାଯାଇଛି। ଏହି କମ୍ପାନୀ ଗୁଡିକ ମନି ଲେଣ୍ଡରିଂ ଓ କଳାଧନକୁ ଧଳା କରିବାକୁ ଚେଷ୍ଟା କରୁଥିଲେ।

ସୂଚନାଯୋଗ୍ୟ ୨,୦୯,୦୩୨ କମ୍ପାନୀଙ୍କ ପାଖରେ ୧୦୦ରୁ ଅଧିକ ବ୍ୟାଙ୍କ ଖାତା ରହିଛି। ଏମାନଙ୍କ ମଧ୍ୟରୁ ଗୋଟିଏ କମ୍ପାନୀର ୨୧୩୪ଟି ବ୍ୟାଙ୍କ ଖାତା ରହିଛି। ନୋଟ୍‌ବନ୍ଦୀ ପରେ ଏହି ନକଲି କମ୍ପାନୀଗୁଡିକ ପ୍ରାୟ ୪୫୭୩.୮୭ କୋଟି ଟଙ୍କାର ନେଣଦେଣ କରିଛନ୍ତି।

ମୋଦି ସରକାର ସେଲ କମ୍ପାନୀ ଉପରେ ବାରମ୍ବାର କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର କହିଥିଲେ ସେଲ କମ୍ପାନୀ ସହ ସମ୍ପର୍କ ରଖିଥିବା ୪.୫ ଲକ୍ଷ ଡାଇରେକ୍ଟର୍ସଙ୍କୁ ଅଯୋଗ୍ୟ ଘୋଷଣା କରାଯାଇପାରେ।

କେନ୍ଦ୍ରମନ୍ତ୍ରୀ ପିପି ଚୌଧୁରୀ କହିଛନ୍ତି- “କଳାଧାନ ବିରୋଧରେ କେନ୍ଦ୍ର ସରକାରଙ୍କ ଲଢେଇ ଜାରି ରହିଛି। ବୈଧ କମ୍ପାନୀଙ୍କୁ ଏହି ପ୍ରକ୍ରିୟାରେ କୌଣସି ସମସ୍ୟା ହେବନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos