ଲଣ୍ଡନ: ଲଣ୍ଡନରେ ଅବସ୍ଥାପିତ ଭାରତୀୟ ଦୂତାବାସ ଉପରକୁ ଗତକାଲି ଅଣ୍ଡା ଓ ଚପଲ ମାଡ଼ ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି। ଏଭଳି ଘଟଣାକୁ ନିନ୍ଦା କରିବା ସହିତ ଦୁଃଖଦ ବୋଲି ବ୍ରିଟେନର ବୈଦେଶିକ ସଚିବ ଡୋମିନିକ୍ ରଆବ୍ କହିଛନ୍ତି।
ବ୍ରିଟେନ ସଂସଦରେ ଉଦବୋଧନ ଦେବା ଅବସରରେ ବୈଦେଶିକ ସଚିବ କହିଛନ୍ତି କୌଣସି ହିଂସା ଘଟଣା ଦୁଃଖଜନକ। ବ୍ରିଟେନ୍ ହେଉ କିମ୍ୱା ଅନ୍ୟ କୌଣସି ଦେଶରେ ଗୋଟିଏ ସମ୍ପ୍ରଦାୟ ବିରୋଧରେ ହିଂସା ଘଟଣା ଘଟିବା ନିନ୍ଦନୀୟ। ଏଥିସହ କଶ୍ମୀର ପ୍ରସଙ୍ଗର ସମାଧାନ ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ସଠିକ୍ ଆଲୋଚନା ଦେବା ଦରକାର ବୋଲି ବୈଦେଶିକ ସଚିବ ଡୋମିନିକ୍ ରଆବ୍ କହିଛନ୍ତି।
Violence against British Indians or any other community in the UK is "deplorable" says Foreign Secretary.@foreignoffice @HCI_London pic.twitter.com/BJAZBPjhEL
— Shailesh Vara MP (@ShaileshVara) September 3, 2019
ସୂଚନାଯୋଗ୍ୟ, ଗତକାଲି ବ୍ରିଟେନରେ ଥିବା ଭାରତୀୟ ଦୂତବାସଙ୍କ କୋଠା ଆଗରେ ହଜାର ହଜାର ପାକିସ୍ତାନୀ ଆସି କଶ୍ମୀର ପ୍ରସଙ୍ଗରେ ନାରାବାଜି କରିଥିଲେ। ଏହାପରେ ବିକ୍ଷୋଭକାରୀମାନେ ଭାରତୀୟ ଦୂତବାସଙ୍କ କୋଠା ଉପରକୁ ଅଣ୍ଡା, ଜୋତା ଓ ଟମାଟୋ ମାଡ଼ କରିଥିଲେ। ଏପରିକି ସ୍ମୋକ ବୋମା ମଧ୍ୟ ଫିଙ୍ଗିଥିଲେ। ପରିଣାମ ସ୍ୱରୂପ କୋଠାର ଅନେକ ସ୍ଥାନରେ ବ୍ୟାପକ କ୍ଷତି ହୋଇଛି। ପାକିସ୍ତାନୀମାନେ ଏହି ବିରୋଧ ପ୍ରଦର୍ଶନକୁ କାଶ୍ମୀର ଫ୍ରିଡମ ମାର୍ଚ୍ଚ ନାମ ଦେଇଛନ୍ତି।
ଏହାପରେ ବ୍ରିଟେନର ସାଂସଦ ଶୈଳେଶ ଭରା ଏମପି ଆଜି ସଂସଦରେ ଏହି ହିଂସା ଘଟଣା ଉପସ୍ଥାପନ କରିଥିଲେ। ଯାହାର ଜବାବ ରଖିଥିଲେ ବ୍ରିଟେନର ବୈଦେଶିକ ସଚିବ।