ନୂଆଦିଲ୍ଲୀ: ବିଳାସମୟ ଜୀବନରୁ ଜେଲ୍ର ଆବଦ୍ଧ କୋଠରୀ। ବଦଳି ଯାଇଛି ସମୟ, ବଦଳି ଯାଇଛି ଜୀବନ। ପ୍ରାଚୁର୍ଯ୍ୟ ଭିତରେ ରାଜା ପରି ଜୀବନ ଜୀଉଁଥିବା ଜେରା ସଚ୍ଚା ସୌଦା ଧାର୍ମିକ ସଂଗଠନର ମୁଖ୍ୟ, ବିବାଦୀୟ ବାପା ରାମ ରହିମଙ୍କ ଠିକଣା ବଦଳିଛି। ତାଙ୍କ ପାଇଁ ଏବେ ଜେଲ୍ ଭିତରେ ଆରମ୍ଭ ହୋଇଛି ନୂଆ ଜୀବନ। ଦୀର୍ଘ ୧୫ ବର୍ଷର ଆଇନ୍ ଯୁଦ୍ଧ ପରେ ଶେଷରେ ହାରି ଯାଇଛନ୍ତି ବାବା ରାମ ରହିମ। ନିଜର ଦୁଇଜଣ ସାଧ୍ବୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ତେଣୁ ସେ ଏବେ ରହୁଛନ୍ତି ରୋହତକସ୍ଥିତ ସୁନାରିଆ ଜିଲ୍ଲା ଜେଲ୍ରେ। ସେ ଏବେ କଏଦୀ ନମ୍ବର ୮୬୪୭। ଏବେ ଆସନ୍ତୁ ଜାଣିବା ଗତକାଲି ଗୋଟିଏ ଦିନ ଜେଲ୍ ଭିତରେ ବାବାଙ୍କର କେମିତି କଟିଲା।
ଅନିଦ୍ରା ରହିଲେ: ଆଜୀବନ ବିଳାସ ବ୍ୟସନରେ ସମୟ କାଟିଥିବା ବାବା ରାମ ରହିମ ଗତକାଲି ରାତିରେ ଜେଲର କୋଠରୀରେ ଶୋଇପାରି ନଥିଲେ। ରାତି ସାରା ସେ ନାମ ଜପ କରିଥିଲେ। ଜେଲର କୋଠରୀ ଭିତରେ ଏପଟ ସେପଟ ବୁଲୁଥିବା ଦେଖିବାକୁ ମିଳିଥିଲା।
ଅଧା ଖାଇଲେ ରୁଟି: ଚଉଷଠୀ ବ୍ୟଞ୍ଜନରେ ଜୀବନ କାଟୁଥିବା ବାପା ରାମ ରହିମ ନିଜେ ହୁଏତ ଭାବି ନଥିବେ ଯେ ତାଙ୍କୁ ଏପରି ସାଧା ଖାଦ୍ୟ ଦିନେ ଖାଇବାକୁ ପଡ଼ିବ। ନିଜ ପସନ୍ଦ ବାହାରେ ଖାଦ୍ୟ ସେ ଖାଉ ନଥିଲେ। କିନ୍ତୁ ଜେଲ୍ରେ ଗତକାଲି ରାତ୍ରି ଭୋଜନରେ ବାବାଙ୍କୁ ଦିଆଯାଇଥିଲା ୪ଟି ରୁଟି ଓ ଅଳ୍ପ କିଛି ତରକାରୀ। କିନ୍ତୁ ବାବାଙ୍କୁ ତାହା ରୁଚି ନଥିଲା। ସେଥିରେ ସେ ମାତ୍ର ଗୋଟିଏ ରୁଟିରୁ ଅଧା ହିଁ ଖାଇଥିଲେ।
ମାଳି କାମ କଲେ: କୋଟିକୋଟି ଟଙ୍କାର ମାଲିକ, ଅପର୍ଯ୍ୟାପ୍ତ ଧନସଂପତ୍ତିର ଉତ୍ତରାଧିକାରୀ। ତାଙ୍କ ଅଧୀନରେ ହଜାର ହଜାର ଲୋକ କାମ କରୁଥିଲେ। ସେବା କରିବାକୁ ସବୁବେଳେ ଭକ୍ତଙ୍କ ଭିଡ଼। ତେଣୁ ବାପା ନିଜେ ନିଜ ହାତରେ କାମ କରିବା ତ ଦୂରେ ଥାଉ, ତାଙ୍କ ପରିବାର ଓ ନିଜ ସଂପର୍କୀୟ ମାନେ ମଧ୍ୟ ଚାକର ବାକରଙ୍କ ଦ୍ବାରା କାମ କରାଉଥିଲେ। କିନ୍ତୁ ଦୁର୍ଯୋଗ ଏହି ଯେ, ଏବେ ଜେଲ୍ରେ ଥିବା ବାବା ରାମ ରହିମଙ୍କୁ ଆଜିଠାରୁ ମାଳି ଭାବେ କାମ କରିବାକୁ ପଡ଼ିବ। ଏଥିସହ ସେ ଏକ ଫ୍ୟାକ୍ଟ୍ରିରେ ମଧ୍ୟ କାମ କରିବେ। ଏଥିପାଇଁ ତାଙ୍କୁ ମଜୁରି ହିସାବରେ ଦୈନିକ ମିଳିବ ୪୦ ଟଙ୍କା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।