ଦେଶରେ ଖାଲି ପଡ଼ିଛି ୯୦୬ଟି ଆଇପିଏସ୍ ପଦବୀ, ଓଡ଼ିଶାରେ ୭୯

ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଛି ୯୦୬ଟି ଆଇପିଏସ୍ ପଦବୀ। ୪,୭୫୪ଟି ମଂଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ମଧ୍ୟରୁ ଏତିକି ଖାଲି ପଡ଼ିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ୩,୮୪୮ ଜଣ ଆଇପିଏସ୍ ଅଫିସର ଦେଶରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ୨୦୧୪ ବ୍ୟାଚର ୧୪୫ ଜଣ ଆଇପିଏସ୍ ପ୍ରୋବେସନରେ ଅଛନ୍ତି। ୨୦୧୫ ଜାନୁଆରୀ ମାସ ୧ ତାରିଖ ପର୍ଯ୍ୟନ୍ତ ଥିବା ସ୍ଥିତିକୁ ନେଇ ଏହି ରିପୋର୍ଟ ଦିଆଯାଇଛି।

ips

Rakesh Mallick
  • Published: Sunday, 12 July 2015
  • , Updated: 12 July 2015, 06:38 AM IST

ନୂଆଦିଲ୍ଲୀ: ଦେଶରେ ଖାଲି ପଡ଼ିଛି ୯୦୬ଟି ଆଇପିଏସ୍ ପଦବୀ। ୪,୭୫୪ଟି ମଂଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ମଧ୍ୟରୁ ଏତିକି ଖାଲି ପଡ଼ିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବର୍ତ୍ତମାନ ୩,୮୪୮ ଜଣ ଆଇପିଏସ୍ ଅଫିସର ଦେଶରେ କାର୍ଯ୍ୟ କରୁଛନ୍ତି। ଏହା ବ୍ୟତୀତ ୨୦୧୪ ବ୍ୟାଚର ୧୪୫ ଜଣ ଆଇପିଏସ୍ ପ୍ରୋବେସନରେ ଅଛନ୍ତି। ୨୦୧୫ ଜାନୁଆରୀ ମାସ ୧ ତାରିଖ ପର୍ଯ୍ୟନ୍ତ ଥିବା ସ୍ଥିତିକୁ ନେଇ ଏହି ରିପୋର୍ଟ ଦିଆଯାଇଛି।

ସବୁଠୁ ଅଧିକ ଆଇପିଏସ୍ ପଦବୀ ଖାଲି ପଡ଼ିଛି ଉତ୍ତର ପ୍ରଦେଶରେ। ଏଠାରେ ମୋଟ ମଂଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ସଂଖ୍ୟା ୫୧୭ ହୋଇଥିବା ବେଳେ ୧୨୯ଟି ଖାଲଇ ପଡ଼ିଛି। ଏହା ପଛକୁ ରହିଛି ପଶ୍ଚିମବଙ୍ଗ। ଏଠାରେ ମୋଟ ମଂଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ସଂଖ୍ୟା ୩୪୭ ହୋଇଥିବା ବେଳେ ୯୮ଟି ଖାଲି ପଡ଼ିଛି। ଓଡ଼ିଶାରେ ୧୮୮ ଜଣ ଆଇପିଏସ୍ ଅଧିକାରୀ କାମ କରିବା କଥା। କିନ୍ତୁ ଏଠାରେ ପାଖାପାଖି ଅଧା ଆଇପିଏସ୍ ପଦବୀ ଖାଲି ପଡ଼ିଛି କହିଲେ ଭୁଲ ହେବ ନାହିଁ। ଏଠାରେ ୭୯ଟି ଆଇପିଏସ୍ ପଦବୀ ଖାଲି ପଡ଼ିଛି। ସେହିପରି ମହାରାଷ୍ଟ୍ରରେ ୩୦୨ଟି ମଂଜୁରୀପ୍ରାପ୍ତ ଆଇପିଏସ୍ ପଦରୁ ୬୨ଟି, କର୍ଣ୍ଣାଟକରେ ୨୦୫ଟିରୁ ୫୯ଟି ପଦବୀ ଖାଲି ପଡ଼ିଛି। କେନ୍ଦ୍ର ଶାସିତ ଅଞ୍ଚଳ କ୍ୟାଡରର ମୋଟ ଆଇପିଏସ୍ ମଂଜୁରୀପ୍ରାପ୍ତ ପଦବୀ ସଂଖ୍ୟା ୨୯୫ ହୋଇଥିବା ବେଳେ ସେଥିରୁ ୫୩ଟି ଖାଲି ପଡ଼ିଛି।

ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ୍ଚ ଆଣ୍ଡ୍ ଡେଭଲପମେଣ୍ଟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୨୦୧୪ ଜାନୁଆରୀ ୧ ତାରିଖ ସୁଦ୍ଧା ଦେଶରେ ପ୍ରତି ଲକ୍ଷେ ଜନସଂଖ୍ୟାରେ ୧୩୯.୭୬ ଜଣ ପୋଲିସ୍ ଅଛନ୍ତି।

Related story