ବ୍ୟାନ୍‌ ସତ୍ତ୍ୱେ ସୋଶାଲ ମିଡିଆରେ ଆସିଲା ଜୈଶ୍‌ ବାର୍ତ୍ତା, କଶ୍ମୀରରେ ଅଶାନ୍ତି ସୃଷ୍ଟି ପାଇଁ ଅପପ୍ରୟାସ

ଇସଲାମାବାଦ୍: ଆତଙ୍କୀ ସଂଗଠନମାନଙ୍କ ବିରୋଧରେ ପଦକ୍ଷେପ ନେଉଛି ବୋଲି ପାକିସ୍ତାନର କୁମ୍ଭୀର କାନ୍ଦଣା ଆମେରିକାରେ ପ୍ରଶଂସା ସାଉଁଟିବାର ଅଳ୍ପଦିନ ପରେ ଏହାର ଅସଲି ଚିତ୍ର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ଚାପ ପରେ ଅନ୍ତର୍ଜାତୀୟ ସ୍ତରରେ କୁଖ୍ୟାତି ଅର୍ଜନ କରିଥିବା ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଉପରେ ଗତ ଏପ୍ରିଲ ମାସରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇଥିଲା। କିନ୍ତୁ ବର୍ତ୍ତମାନ କଶ୍ମୀର ପ୍ରସଙ୍ଗରେ ଏହି ଆତଙ୍କବାଦୀ ସଂଗଠନ ସୋଶାଲ ମିଡିଆରେ ବାର୍ତ୍ତା ରଖିଛି। ଭାରତର ଭୂସ୍ୱର୍ଗ କୁହାଯାଉଥିବା କଶ୍ମୀରରେ ଶାନ୍ତି ରକ୍ଷା […]

masood

masood

Subrat Kumar Nayak
  • Published: Thursday, 22 August 2019
  • Updated: 22 August 2019, 04:31 PM IST

Sports

Latest News

ଇସଲାମାବାଦ୍: ଆତଙ୍କୀ ସଂଗଠନମାନଙ୍କ ବିରୋଧରେ ପଦକ୍ଷେପ ନେଉଛି ବୋଲି ପାକିସ୍ତାନର କୁମ୍ଭୀର କାନ୍ଦଣା ଆମେରିକାରେ ପ୍ରଶଂସା ସାଉଁଟିବାର ଅଳ୍ପଦିନ ପରେ ଏହାର ଅସଲି ଚିତ୍ର ସାମ୍ନାକୁ ଆସିଛି। ଅନ୍ତର୍ଜାତୀୟ ଚାପ ପରେ ଅନ୍ତର୍ଜାତୀୟ ସ୍ତରରେ କୁଖ୍ୟାତି ଅର୍ଜନ କରିଥିବା ଆତଙ୍କୀ ସଂଗଠନ ଜୈଶ-ଇ-ମହମ୍ମଦ ଉପରେ ଗତ ଏପ୍ରିଲ ମାସରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଇଥିଲା। କିନ୍ତୁ ବର୍ତ୍ତମାନ କଶ୍ମୀର ପ୍ରସଙ୍ଗରେ ଏହି ଆତଙ୍କବାଦୀ ସଂଗଠନ ସୋଶାଲ ମିଡିଆରେ ବାର୍ତ୍ତା ରଖିଛି।

ଭାରତର ଭୂସ୍ୱର୍ଗ କୁହାଯାଉଥିବା କଶ୍ମୀରରେ ଶାନ୍ତି ରକ୍ଷା ପାଇଁ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖିଥିବାବେଳେ ଜୈଶ ବର୍ତ୍ତମାନ ବିଷ ମଞ୍ଜି ବୁଣିବା ଆରମ୍ଭ କରିଛି। ଉର୍ଦ୍ଦୁ ଭାଷାରେ ଜାରି ହୋଇଥିବା ଏହି ବାର୍ତ୍ତାରେ କୁହାଯାଇଛି, ସେଠାରେ କିଛି ଲୋକ ନୀରବ ଅଛନ୍ତି, କିନ୍ତୁ ସେମାନେ କାମ କରି ଚାଲିଛନ୍ତି। ଏହି ବାର୍ତ୍ତା ସହ ଫଟୋରେ ୟୁନିଫର୍ମରେ ଥିବା ଜୈଶ ଆତଙ୍କବାଦୀ ମଧ୍ୟ ରହିଛନ୍ତି। ଏହା ଜୈଶ ମୁଖ୍ୟ ମାସୁଦ ଆଝାରର ବାର୍ତ୍ତା ବୋଲି ଏଥିରେ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ, ପାକିସ୍ତାନ କୁଆଡ଼େ ଆତଙ୍କବାଦ ଦମନ ପାଇଁ ଆଗଭର ହୋଇଛି ବୋଲି ଆମେରିକା କିଛି ଦିନ ଆଗରୁ ପ୍ରଶଂସା କରିଥିଲା।

ଗତ ସପ୍ତାହରେ ମଧ୍ୟ ଏଭଳି କିଛି ବାର୍ତ୍ତା ଆସିଥିଲା। ଏଥିରେ କିନ୍ତୁ ଜୈଶର ଚିହ୍ନ କିମ୍ବା ନାମ ବ୍ୟବହୃତ ହୋଇନଥିଲା। ଏଥିରେ କୁହାଯାଇଥିଲା, କଶ୍ମିରୀମାନେ ରାସ୍ତାକୁ ଓହ୍ଲାଇବା ଦରକାର। ଏହାପରେ ‘ଶତ୍ରୁ’ ଶାନ୍ତି ଏବଂ ଆଲୋଚନାକୁ ଓହ୍ଲାଇବ। ଏହି ବାର୍ତ୍ତାରୁ ସ୍ପଷ୍ଟ ଯେ, ଭାରତ କେବଳ ଆତଙ୍କବାଦ ଏବଂ ପିଓକେ ବାବଦରେ ହିଁ ଆଲୋଚନା କରିବ ବୋଲି ଜିଦ୍‌ ଧରିବା ପାକିସ୍ତାନର ଶାସକଙ୍କ ସହ ଆତଙ୍କବାଦୀଙ୍କୁ ମଧ୍ୟ ଚିନ୍ତାରେ ପକାଇଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos