୨ ମାସ ପାଇଁ ଖୋଲିଲା ସାବରୀମାଲା, ମହିଳାଙ୍କୁ ପ୍ରବେଶ ପାଇଁ ମିଳିଲାନି ଅନୁମତି

ଥିରୁଭନନ୍ତପୁରମ୍‌: ଗତବର୍ଷ ଏହି ସମୟରେ ଖୁବ୍‌ ଚର୍ଚ୍ଚାରେ ଥିବା ସାବରୀମାଲା ଚଳିତ ବର୍ଷ ମଧ୍ୟ ୨ ମାସ ପାଇଁ ଖୋଲିଛି। ଶନିବାର ଅପରାହ୍ଣ ୫ଟାବେଳେ ମହାମଣ୍ଡଳ ପୂଜା ପାଇଁ ମନ୍ଦିର ଖୋଲିଥିବାବେଳେ ଏଥିପାଇଁ କଡ଼ା ସୁରକ୍ଷା ଅବଲମ୍ବନ କରାଯାଇଥିଲା। ମନ୍ଦିର ଥିବା ଅଞ୍ଚଳ ପଥାନମ୍‌ଥିତ୍ତାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି ରହିଛି। ଗତ ଥରର ସ୍ଥିତିକୁ ଲକ୍ଷ୍ୟ କରି ମନ୍ଦିର ଭିତରେ ଏବଂ ବାହାରେ ଏଭଳି ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇଛି। ଆଜି ମନ୍ଦିର ଖୋଲିବା ପୂର୍ବରୁ ସାନ୍ନିଧନମ୍‌ […]

svarimala

svarimala

Subrat Kumar Nayak
  • Published: Saturday, 16 November 2019
  • Updated: 16 November 2019, 10:34 PM IST

Sports

Latest News

ଥିରୁଭନନ୍ତପୁରମ୍‌: ଗତବର୍ଷ ଏହି ସମୟରେ ଖୁବ୍‌ ଚର୍ଚ୍ଚାରେ ଥିବା ସାବରୀମାଲା ଚଳିତ ବର୍ଷ ମଧ୍ୟ ୨ ମାସ ପାଇଁ ଖୋଲିଛି। ଶନିବାର ଅପରାହ୍ଣ ୫ଟାବେଳେ ମହାମଣ୍ଡଳ ପୂଜା ପାଇଁ ମନ୍ଦିର ଖୋଲିଥିବାବେଳେ ଏଥିପାଇଁ କଡ଼ା ସୁରକ୍ଷା ଅବଲମ୍ବନ କରାଯାଇଥିଲା। ମନ୍ଦିର ଥିବା ଅଞ୍ଚଳ ପଥାନମ୍‌ଥିତ୍ତାରେ ମଧ୍ୟ ସୁରକ୍ଷା କଡ଼ାକଡ଼ି ରହିଛି। ଗତ ଥରର ସ୍ଥିତିକୁ ଲକ୍ଷ୍ୟ କରି ମନ୍ଦିର ଭିତରେ ଏବଂ ବାହାରେ ଏଭଳି ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରାଯାଇଛି।

ଆଜି ମନ୍ଦିର ଖୋଲିବା ପୂର୍ବରୁ ସାନ୍ନିଧନମ୍‌ ସହ ଶ୍ରଦ୍ଧାଳୁମାନେ ଧାଡ଼ି ଲମ୍ବାଇ ଥିଲେ। ତେବେ ପରମ୍ପରା ଅନୁଯାୟୀ ପ୍ରବେଶ ନିଷିଦ୍ଧ ଥିବା ୧୦ରୁ ୫୦ ବର୍ଷ ବୟସର ୧୦ ଜଣ ମହିଳା ବା ଯୁବତୀଙ୍କୁ ପାମ୍ବା ବେସ୍‌ କ୍ୟାମ୍ପରୁ ହିଁ ଆଜି ଫେରାଇ ଦିଆଯାଇଛି। ଆନ୍ଧ୍ରପ୍ରଦେଶର ଏହି ସମସ୍ତ ମହିଳାଙ୍କୁ ପଠାଇଦିଆଯିବାର କାରଣ ସ୍ୱରୂପ କୁହାଯାଇଛି ସେମାନେ ସାଙ୍ଗରେ ସାବରୀମାଲା ତୀର୍ଥ ପାଇଁ ଉଦ୍ଦିଷ୍ଟ ଇରୁମୁଣ୍ଡି ଆଣିନଥିଲେ। ତେବେ ଏହି ମହିଳାମାନେ ଆଉ ସାବରୀମାଲା ଚଢ଼ିବାର ପ୍ରୟାସ ନ କରି ଫେରିଯାଇଛନ୍ତି।

ଯଦିଓ ଏହା ବିରୋଧରେ ଗତ ବର୍ଷ ସୁପ୍ରିମ୍‌କୋର୍ଟ ରାୟ ଦେଇ ସାରିଛନ୍ତି ଏହା ଏଯାଏ ଠିକରେ ପ୍ରତିଫଳିତ ହୋଇପାରିନାହିଁ। ଗୁରୁବାର ଏହା ବିରୋଧରେ ଆଗତ ଆବେଦନ ସବୁର ରାୟ ଆସିବାରେ ଥିଲେ ମଧ୍ୟ ଏହି ମାମଲାକୁ ବୃହତ୍ତର ୭ ଜଣିଆ ଖଣ୍ଡପୀଠକୁ ପଠାଇଦିଆଯାଇଛି। କିନ୍ତୁ ସମସ୍ତ ବର୍ଗର ମହିଳାଙ୍କ ପ୍ରବେଶ ନେଇ ରହିଥିବା ରାୟ ପୂର୍ବବତ୍‌ କାଏମ ରହିଛି। ତଥାପି ମହିଳାଙ୍କୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ମିଳିନାହିଁ।

ଗତକାଲି ହିଁ କେରଳ ସରକାରଙ୍କ ପକ୍ଷରୁ କୁହାଯାଇଥିଲା, ସେମାନେ ମହିଳାଙ୍କୁ ବ୍ୟକ୍ତିଗତ ସୁରକ୍ଷା ଦେଇପାରିବେନାହିଁ। ଏହାକୁ ନେଇ ସାମାଜିକ କର୍ମୀ ତଥା ସାବରୀମାଲାରେ ଆଜି ପ୍ରବେଶ କରିବାକୁ ଘୋଷଣା କରିଥିବା ତୃପ୍ତି ଦେଶାଇ କହିଛନ୍ତି, “ଗତକାଲି ସୁରକ୍ଷା ଦେଇପାରିବେନି ବୋଲି କେରଳ ସରକାର କହିଥିଲେ। ଏବେ ମହିଳାଙ୍କୁ ଯିବାରୁ ରୋକାଯାଉଛି। ତେଣୁ ମୁଁ ଭାବୁଛି ସରକାର ମହିଳା ବିରୋଧୀ।”

ତେବେ ପ୍ରତିଥର ପରି ଏଥର ମଧ୍ୟ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମଣ୍ଡଳ ପୂଜା ପାଇଁ ଭିଡ଼ ଜମାଇଛନ୍ତି। ଜଣେ ଏଭଳି ଶ୍ରଦ୍ଧାଳୁ କହିଛନ୍ତି, ମହିଳାଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ମିଳିବା ଉଚିତ ନୁହେଁ। ସୁପ୍ରିମ୍‌କୋର୍ଟ ଭଗବାନଙ୍କଠାରୁ ବଡ଼ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story