ଡିଜିଟାଲ ଇଣ୍ଡିଆର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମିନିମମ୍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଟେକ୍ନୋଲୋଜି ପ୍ରମୁଖ ଭୂମିକା ନେଇଛି। ଇ-ଗଭର୍ଣ୍ଣାସ୍ ଖୁବ୍ ସହଜ, ପ୍ରଭାବଶାଳୀ ଏବଂ ଖର୍ଚ୍ଚ ମଧ୍ୟ କମ୍। ଦୁର୍ନୀତି ନିମୂର୍ଳ କରିବାକୁ ସୂଚନା ପ୍ରଯୁକ୍ତିର ବହୁଳ ବ୍ୟବହାର ଜରୁରୀ। ଆଜି ନୂଆ ଯୋଜନା ଡିଜିଟାଲ୍ ଇଣ୍ଡିଆର ଶୁଭାରମ୍ଭ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସବୁ ଲୋକ ଯେଭଳି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଲାଭ ଉଠାଇ ପାରିବେ, ସେଇ ଲକ୍ଷ୍ୟରେ ଏ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। […]

modi

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 03:20 PM IST

ନୂଆଦିଲ୍ଲୀ: ମିନିମମ୍ ଗଭର୍ଣ୍ଣମେଣ୍ଟ, ମ୍ୟାକ୍ସିମମ୍ ଗଭର୍ଣ୍ଣାନ୍ସ କ୍ଷେତ୍ରରେ ଟେକ୍ନୋଲୋଜି ପ୍ରମୁଖ ଭୂମିକା ନେଇଛି। ଇ-ଗଭର୍ଣ୍ଣାସ୍ ଖୁବ୍ ସହଜ, ପ୍ରଭାବଶାଳୀ ଏବଂ ଖର୍ଚ୍ଚ ମଧ୍ୟ କମ୍। ଦୁର୍ନୀତି ନିମୂର୍ଳ କରିବାକୁ ସୂଚନା ପ୍ରଯୁକ୍ତିର ବହୁଳ ବ୍ୟବହାର ଜରୁରୀ। ଆଜି ନୂଆ ଯୋଜନା ଡିଜିଟାଲ୍ ଇଣ୍ଡିଆର ଶୁଭାରମ୍ଭ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ସବୁ ଲୋକ ଯେଭଳି ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଲାଭ ଉଠାଇ ପାରିବେ, ସେଇ ଲକ୍ଷ୍ୟରେ ଏ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।

ଏହି ଅବସରରେ ମୋଦି କହିଛନ୍ତି, ଖୁବଶୀଘ୍ର ଇ-ଗଭର୍ଣ୍ଣାନ୍ସ, ଏମ୍ ବା ମୋବାଇଲ୍ ଗଭର୍ଣ୍ଣାନ୍ସରେ ପରିଣତ ହେବ। ଏପରିକି ଦେଶର ଅତି ଗରିବ ଲୋକଙ୍କୁ ବି ଡିଜିଟାଲ୍ ସଂଯୋଗରେ ରଖାଯିବ। ଡିଜିଟାଲ୍ ଇଣ୍ଡିଆ ଯୋଜନାରେ ରହିଛି, ଡିଜିଟାଲ୍ ଲକର, ଇ-ଏଜୁକେସନ୍, ଇ-ହେଲ୍ଥ, ନ୍ୟାସନାଲ ସ୍କଲାରସିପ୍ ପୋର୍ଟାଲ୍, ଭାରତ ନେଟ୍ ଓ ନେକ୍ସଟ ଜେନେରେସନ୍ ନେଟୱର୍କ ଭଳି ବ୍ୟବସ୍ଥା। ଡିଜିଟାଲ୍ ଇଣ୍ଡିଆ ଯୋଜନା ଅନ୍ତର୍ଗତ, ଇଲେକ୍ଟ୍ରୋନିକ ବ୍ୟବସ୍ଥା ମାଧ୍ୟମରେ ଲୋକଙ୍କ ନିକଟରେ ସରକାରୀ ସେବା ଓ ଅତ୍ୟାଧୁନିକ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଜ୍ଞାନ ପହଞ୍ଚାଇବାକୁ ଉଦ୍ୟମ କରାଯିବ। ଏନେଇ ଡିଜିଟାଲ୍ ଇଣ୍ଡିଆ ପୋର୍ଟାଲ, ମାଇଁ ଗଭ୍ ମୋବାଇଲ ଆପ୍, ସ୍ୱଚ୍ଛ ଭାରତ୍ ମିଶନ୍ ନ୍ୟାସନାଲ ଆପ୍ ଓ ଆଧାର ମୋବାଇଲ୍ ଅପଡେଟ୍ ଆପ୍ ଭଳି ଆପ୍ଲିକେସନ୍ ଆରମ୍ଭ କରାଯିବ। ଆଇଟି ଓ ଯୋଗାଯୋଗ ମନ୍ତ୍ରାଳୟ ନୋଡାଲ୍ ଏଜେନ୍ସି ଭାବେ ଏସବୁ ଯୋଜନାକୁ କାର୍ଯ୍ୟକାରୀ କରିବେ। ଏହି ଯୋଜନା ଦ୍ବାରା ଆଇଟି କ୍ଷେତ୍ରରେ ବହୁ ନିଯୁକ୍ତୁ ସୁଯୋଗ ସୃଷ୍ଟି ହେବ ବୋଲି ଶିଳ୍ପପତିମାନେ କହିଛନ୍ତି।

Related story