ଦୀପକ ମାଲବ୍ୟ ଲୋକସେବକ ମଣ୍ଡଳର ନୂଆ ସଭାପତି

ନୂଆଦିଲ୍ଲୀ: ବିଶିଷ୍ଟ ଯୁବ ସଙ୍ଗଠକ ତଥା ସମାଜସେବୀ ଦୀପକ ମାଲବ୍ୟ ଲୋକ ସେବକମଣ୍ଡଳର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସୋମବାର ଲଜପତ୍ ଭବନ ଠାରେ ଅନୁଷ୍ଠିତ ସଙ୍ଗଠନର ସାଧାରଣ ପରିଷଦ ବୈଠକରେ ମାଲବ୍ୟ ନିର୍ବାଚିତ ହୋଇଛନ୍ତି । ପଞ୍ଚାବକେଶରୀ ଲାଲା ଲଜପତ୍ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ୯୪ ବର୍ଷ ପୁରୁଣା ଦେଶର ଅନ୍ୟତମ ଏହି ସେବାମୂଳକ ସଙ୍ଗଠନ ଲୋକ ସେବକ ମଣ୍ଡଳର ସମ୍ମାନଜନକ ସଭାପତି ପଦ ଅଳଙ୍କୃତ କରିବାରେ ମାଲବ୍ୟ […]

dipak

Rakesh Mallick
  • Published: Tuesday, 30 June 2015
  • , Updated: 30 June 2015, 04:45 AM IST

ନୂଆଦିଲ୍ଲୀ: ବିଶିଷ୍ଟ ଯୁବ ସଙ୍ଗଠକ ତଥା ସମାଜସେବୀ ଦୀପକ ମାଲବ୍ୟ ଲୋକ ସେବକମଣ୍ଡଳର ନୂଆ ରାଷ୍ଟ୍ରୀୟ ସଭାପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସୋମବାର ଲଜପତ୍ ଭବନ ଠାରେ ଅନୁଷ୍ଠିତ ସଙ୍ଗଠନର ସାଧାରଣ ପରିଷଦ ବୈଠକରେ ମାଲବ୍ୟ ନିର୍ବାଚିତ ହୋଇଛନ୍ତି । ପଞ୍ଚାବକେଶରୀ ଲାଲା ଲଜପତ୍ ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ୯୪ ବର୍ଷ ପୁରୁଣା ଦେଶର ଅନ୍ୟତମ ଏହି ସେବାମୂଳକ ସଙ୍ଗଠନ ଲୋକ ସେବକ ମଣ୍ଡଳର ସମ୍ମାନଜନକ ସଭାପତି ପଦ ଅଳଙ୍କୃତ କରିବାରେ ମାଲବ୍ୟ ସର୍ବକନିଷ୍ଠ। ୨ ବର୍ଷ ଧରି ସେ ଏହି ଦାୟିତ୍ୱରେ ରହିବେ। ଉତ୍ତରପ୍ରଦେଶର କାନପୁର ନିବାସୀ ମାଲବ୍ୟ ଜଣେ ସକ୍ରିୟ ସମାଜସେବୀ ଭାବେ ବହୁ ସଙ୍ଗଠନ ସହ ଜଡିତ। ସେ ପୂର୍ବରୁ ଲୋକ ସେବକ ମଣ୍ଡଳର  ରାଷ୍ଟ୍ରୀୟ ସଂପାଦକ ଥିଲେ।

ସୂଚନାଯୋଗ୍ୟ,ବିଶିଷ୍ଟ ସ୍ୱେଚ୍ଛାସେବୀ ମନୁଭାଇ ପଟେଲଙ୍କ ଦେହାନ୍ତ ପରେ ଲୋକ ସେବକ ମଣ୍ଡଳର ସଭାପତି ପଦ ଖାଲି ପଡିଥିଲା। ଲୋକସେବକ ମଣ୍ଡଳ ଏକ ସେବାମୂଳକ ଅନୁଷ୍ଠାନ ଭାବେ ଲଜପତ୍ ରାୟଙ୍କ ଦ୍ୱାରା ୧୯୨୧ରେ ପ୍ରତିଷ୍ଠିତ ହୋଇଥିଲା । ମହାତ୍ମା ଗାନ୍ଧିଙ୍କ ଦ୍ୱାରା ଉଦଘାଟିତ ଏହି ଅନୁଷ୍ଠାନର ପ୍ରଥମ ସଭାପତି ଥିଲେ ଏହାର ପ୍ରତିଷ୍ଠାତା ଲଜପତ୍ ରାୟ। ତାଙ୍କ ପରେ ରାଜଶ୍ରୀ ପୁରୁଷୋତ୍ତମ ଦାସ ଟଣ୍ଡନ, ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବଳବନ୍ତ ରାୟ ମେହେତା, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ, ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ,ବିଶିଷ୍ଟ ସମାଜ ସେବୀ ଡକ୍ଟର ରାଥାନାଥ ରଥ, ଭାରତର ପୂର୍ବତନ ଉପରାଷ୍ଟ୍ରପତି କୃଷ୍ଣକାନ୍ତ , ସ୍ୱଧୀନତା ସଂଗ୍ରାମୀ ଓଁକାର ଚାନ୍ଦ ଓ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ମନୁ ଭାଇ ପଟେଲ ଏହି ଅନୁଷ୍ଠାନର ସଭାପତି ଦାୟିତ୍ୱ ନିର୍ବାହ କରିଛନ୍ତି।

 

 

Related story