ଚୀନ୍‌ ପାଇଁ ମାସୁଦ ଉପରେ ହେବ ଭିନ୍ନ ଧରଣର କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ: କ୍ରମାଗତ ୪ର୍ଥଥର ପାଇଁ ଜାତିସଂଘର ସୁରକ୍ଷା ପରିଷଦରେ କୁଖ୍ୟାତ ଆତଙ୍କୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ଚୀନ୍ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ ହେବାରୁ ରକ୍ଷା କରିଦେଇଛି। ମାସୁଦ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅନେକ ପ୍ରମାଣ ମିଳିଥିଲେ ହେଁ ଚୀନ୍ ତଥାପି ତା’କୁ ଆତଙ୍କବାଦୀ ଘୋଷଣା କରିବାକୁ ଚାହିଁନାହିଁ। ଚୀନର ଏଭଳି ଆଭିମୁଖ୍ୟକୁ କେବଳ ଭାରତ ନୁହେଁ, ବରଂ ଆମେରିକା ଓ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନେ ମଧ୍ୟ ବିରୋଧ କରିଛନ୍ତି। ଚୀନର […]

sd

sd

Hemant Lenka
  • Published: Thursday, 14 March 2019
  • Updated: 14 March 2019, 04:01 PM IST

Sports

Latest News

ନୂଆଦିଲ୍ଲୀ: କ୍ରମାଗତ ୪ର୍ଥଥର ପାଇଁ ଜାତିସଂଘର ସୁରକ୍ଷା ପରିଷଦରେ କୁଖ୍ୟାତ ଆତଙ୍କୀ ତଥା ଜୈଶ-ଏ-ମହମ୍ମଦର ପ୍ରତିଷ୍ଠାତା ମାସୁଦ ଆଝାରକୁ ଚୀନ୍ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷିତ ହେବାରୁ ରକ୍ଷା କରିଦେଇଛି। ମାସୁଦ ବିଭିନ୍ନ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଅନେକ ପ୍ରମାଣ ମିଳିଥିଲେ ହେଁ ଚୀନ୍ ତଥାପି ତା’କୁ ଆତଙ୍କବାଦୀ ଘୋଷଣା କରିବାକୁ ଚାହିଁନାହିଁ।

ଚୀନର ଏଭଳି ଆଭିମୁଖ୍ୟକୁ କେବଳ ଭାରତ ନୁହେଁ, ବରଂ ଆମେରିକା ଓ ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟମାନେ ମଧ୍ୟ ବିରୋଧ କରିଛନ୍ତି। ଚୀନର ଏଭଳି ଆଭିମୁଖ୍ୟ ମାସୁଦ ବିରୋଧରେ ଭିନ୍ନ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାପ ସୃଷ୍ଟି କରୁଛି ବୋଲି ଜାତିସଂଘର ବିଭିନ୍ନ ରାଷ୍ଟ୍ର ଓ ଆମେରିକା ରାଷ୍ଟ୍ରଦୂତ କହିଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦର ଜଣେ ରାଷ୍ଟ୍ରପୂତ କହିଛନ୍ତି, “ ଚୀନ୍ ଯଦି ଏମିତି ନିୟମିତ ଭାବେ ମାସୁଦକୁ ନିଜର ଭିଟୋ କ୍ଷମତା ବଳରେ ସମର୍ଥନ କରିଚାଲିବ, ତା’ହେଲେ ଆଗକୁ ସ୍ଥିତି ଭୟଙ୍କର ମୋଡ଼ ନେବ। କାରଣ ଜାତିସଂଘ ସୁରକ୍ଷା ପରିଷଦରେ ଥିବା ଅନ୍ୟ ରାଷ୍ଟ୍ରଗୁଡ଼ିକ ବାଧ୍ୟ ହୋଇ ମାସୁଦ ବିରୋଧରେ ଭିନ୍ନ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ତେଣୁ ଚୀନ୍‌ ସେଭଳି ସ୍ଥିତି ଆସିବା ପୂର୍ବରୁ ନିଜର ଆଭିମୁଖ୍ୟ ବଦଳାଇବା ଦରକାର।

ଚୀନ୍‌ ୪ର୍ଥଥର ପାଇଁ ମାସୁଦ ଉପରେ ଲାଗିବାକୁ ଥିବା ବ୍ୟାନ୍‌ରେ ପ୍ରତିବନ୍ଧକ ସାଜିଛି। ଚୀନ୍‌ର ନିଜର ସ୍ୱାର୍ଥ ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରୁଛି। ନିଜର ଫାଇଦା ପାଇଁ ଚୀନ୍‌ ଦକ୍ଷିଣ ଏସିଆ ରାଷ୍ଟ୍ରଗୁଡ଼ିକର ଶାନ୍ତି ସହ ଖେଳୁଛି। ଚୀନ୍‌ର ଏଭଳି ପଦକ୍ଷେପ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି।”

ଆଉ ଜଣେ ରାଷ୍ଟ୍ରଦୂତ କହିଛନ୍ତି, “ପାକିସ୍ତାନ ବିଭିନ୍ନ ପ୍ରସଙ୍ଗରେ ଚୀନ୍‌କୁ ସମର୍ଥନ କରୁଛି। ଚୀନ୍‌କୁ ସମର୍ଥନ କରି ପାକିସ୍ତାନ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଉଛି।”

ଜାତିସଂଘ ସୁରକ୍ଷା ପରିଷଦରେ ଥିବା ଆମେରିକା ରାଷ୍ଟ୍ରଦୂତ କହିଛନ୍ତି, “ ଚୀନ୍‌ ଯଦି ପ୍ରକୃତରେ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଚାହୁଁଛି, ତା’ହେଲେ ପାକିସ୍ତାନ ମାଟିରେ କିମ୍ବା ବିଶ୍ୱର ଯେ କୌଣସି ସ୍ଥାନରେ ଥିବା ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ବନ୍ଦ କରୁ। ନହେଲେ ଜାତିସଂଘ ସୁରକ୍ଷା ପରିଷଦ ବାଧ୍ୟ ହୋଇ ଭିନ୍ନ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେତେବେଳେ ଚୀନ୍‌ ପାଖରେ କୌଣସି ବିକଳ୍ପ ନଥିବ।”

ପୁଲୱାମା ଆତଙ୍କବାଦୀ ହମ୍‌ଲା ପଛରେ ଜୈଶ-ଏ-ମହମ୍ମଦ ଓ ମାସୁଦ ଆଝାରର ହାତ ଥିବା ଜଣାପଡ଼ିଛି। ଏହାପରେ ଫ୍ରାନ୍ସ, ବ୍ରିଟେନ୍‌ ଓ ଆମେରିକା ମାସୁଦକୁ ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ କରିଥିଲେ।

ରୁଷ ମଧ୍ୟ ଏହି ପ୍ରସ୍ତାବକୁ ସମର୍ଥନ କରି ଭାରତ ସପକ୍ଷରେ ରହିଥିଲା। ହେଲେ ଚୀନ୍‌ ସମସ୍ତଙ୍କ ଉଦ୍ୟମରେ ପାଣି ପକାଇଦେଇଛି। ଚୀନ୍‌ର ଏଭଳି ଆଭିମୁଖ୍ୟ ଆଦୌ ଗ୍ରହଣୀୟ ବୋଲି ଭାରତ ସରକାର କହିଛନ୍ତି।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ “ମାସୁଦ ପ୍ରସଙ୍ଗରେ ଯେଉଁମାନେ ଭାରତକୁ ସମର୍ଥନ କରିଛନ୍ତି, ସେମାନଙ୍କୁ ସରକାର ଧନ୍ୟବାଦ ଜଣାଉଛନ୍ତି। ଭାରତ ଆଗକୁ ମଧ୍ୟ ଆତଙ୍କବାଦ ବିରୋଧରେ କାର୍ଯ୍ୟ କରିବ। ଆତଙ୍କବାଦର ମୂଳପୋଛ ପାଇଁ ଭାରତ ସରକାର ଅନ୍ୟ ଦେଶକୁ ମଧ୍ୟ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story