ଚାଷୀ ଏବଂ ଗ୍ରାମାଞ୍ଚଳ ଅର୍ଥନୀତିକୁ ସିଧାସଳଖ ସହଯୋଗ
ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଅଭିଯାନରେ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଆଜି ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗରିବ, ଶ୍ରମିକ ଶ୍ରେଣୀ ଏବଂ ଚାଷୀଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି। ଚାଷୀଙ୍କ ବାବଦରେ ପ୍ୟାକେଜ ଘୋଷଣା କରିବାକୁ ଯାଇ ଅର୍ଥମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭର ଭାରତ ଅଭିଯାନ ଜରିଆରେ ଚାଷୀ ଏବଂ ଗ୍ରାମାଞ୍ଚଳ ଅର୍ଥନୀତିକୁ ସିଧାସଳଖ ସହଯୋଗ କରିବେ ସରକାର।
ଦେଶରେ ଯଦିଓ କରୋନା ଆକ୍ରାନ୍ତ ହୋଇଛି। ତଥାପି ଏହି ସମୟରେ ଗାଁ ଗୁଡ଼ିକ ଉପରେ ନଜର ରଖିଛନ୍ତି ସରକାର। ବ୍ୟାଙ୍କ ଜରିଆରେ ଗାଁ ଗୁଡ଼ିକର ଆର୍ଥିକ ଗତିବିଧି ଉପରେ ସରକାର ନଜର ରଖିଛନ୍ତି। ବିଗତ ଦୁଇ ମାସ ମଧ୍ୟରେ ୬୩ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯାଇଛି। ୬୩ ଲକ୍ଷ ଚାଷୀଙ୍କୁ ମୋଟ ପ୍ରାୟ ୮୬୬୦୦ କୋଟି ଋଣ ମିଳିଛି। ରବି ଚାଷ ଅମଳ ପରବର୍ତ୍ତୀ ସହାୟତା ପାଇଁ ନାବାର୍ଡକୁ ତୁରନ୍ତ ୩୦ ହଜାର କୋଟି ଯୋଗାଣ ନେଇ ଘୋଷଣା କରିଛନ୍ତି ସରକାର।
୩ କୋଟି ଚାଷୀଙ୍କୁ ୪ ଲକ୍ଷ କୋଟି ଟଙ୍କାର ରିଲିଫ୍ ମିଳିସାରିଛି। ଗତ ୨ ମାସରେ ୨୫ ଲକ୍ଷ କିସାନ କ୍ରେଡିଟ୍ କାର୍ଡ ଦିଆଯାଇଛି। ଏହି କ୍ରେଡିଟ୍ ଜରିଆରେ ୨୫ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି। ଏମ୍ଏସଏମ୍ଇ ପ୍ୟାକେଜ ଜରିଆରେ କେନ୍ଦ୍ର ଶ୍ରମିକ ଏବଂ ଦିନ ମଜୁରିଆ ଏବଂ ଚାଷୀଙ୍କୁ ମଧ୍ୟ ସହଯୋଗ ମିଳିବ। ତେବେ ୩୧ ମେ’ ଯାଏ ଚାଷୀଙ୍କୁ ଋଣ ପରିଶୋଧ ନେଇ ସାମୟିକ ଆଶ୍ୱସ୍ତି ଦେଇଛନ୍ତି ସରକାର।
Direct Support to #Farmers & Rural Economy provided post #COVID19 as part of #AatmaNirbharBharatPackage : Finance Minister @nsitharaman pic.twitter.com/OTfY7MbBP2
— PIB India #StayHome #StaySafe (@PIB_India) May 14, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।