ନୂଆଦିଲ୍ଲୀ: ଜେଏନୟୁ ହିଂସାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ସମୟରେ ବଲିଉଡ କଳାକାର ସ୍ୱରା ଭାସ୍କର ଏବଂ ଫିଲ୍ମ ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟ ପରସ୍ପର ବିରୋଧରେ ସୋଶାଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ନିର୍ଦ୍ଦେଶକ ଜଣଙ୍କ ନିଜ ମନ୍ତବ୍ୟ ପାଇଁ କ୍ଷମା ମାଗିବା ସହିତ ସ୍ୱରାଙ୍କୁ କିଛି ପରାମର୍ଶ ଦେଇଛନ୍ତି।
ସ୍ୱରା ଭାସ୍କର ସେହି ସୋଶାଲ ମିଡିଆରେ ଦୁଇ ଜଣଙ୍କ ମଧ୍ୟରେ ବିବାଦର ସ୍କ୍ରିନ ସଟ୍ ପୋଷ୍ଟ କରିଛନ୍ତି। ଯେଉଁଥିରେ ଉଲ୍ଲେଖ ରହିଛି, ଶସ୍ତା ଜିନିଷ ଉପରେ ଧ୍ୟାନ ଦେବା ଠିକ୍ ନୁହେଁ। ସ୍ୱରା ଭାସ୍କରଠୁ ମହଙ୍ଗା ‘ଦୈନିକ ଭାସ୍କର’। ଫିଲ୍ମ ନିର୍ଦ୍ଦେଶକ ରାଜଙ୍କ ଏହି ମନ୍ତବ୍ୟର ଜବାବ ଦେବାକୁ ଯାଇ ସ୍ୱରା ସୋଶାଲ ମିଡିଆରେ ଲେଖିଛନ୍ତି, ଆଗକୁ ଫିଲ୍ମରେ ଅଭିନୟ କିମ୍ୱା ଟ୍ରେଲର ଶେୟାର କରିବା ପାଇଁ ଅନୁରୋଧ କରିବା ପୂର୍ବରୁ ଶସ୍ତା କାମ ବାବଦରେ ଚିନ୍ତା କରିବା ଉଚିତ୍।
https://twitter.com/writerraj/status/1214419317581737985
ଏହାପରେ ନିର୍ଦ୍ଦେଶକ ରାଜ୍ ମଧ୍ୟ ଜବାବ ଦେବାକୁ ଯାଇ ସେ ‘ସ୍ୱରା ଭାସ୍କରଠୁ ମହଙ୍ଗା ‘ଦୈନିକ ଭାସ୍କର’’ ମନ୍ତବ୍ୟ ପାଇଁ ସ୍ୱରାଙ୍କୁ କ୍ଷମା ମାଗିଛନ୍ତି। ଏଥିସହ ସ୍ୱରାଙ୍କୁ ପରାମର୍ଶ ଦେବାକୁ ଯାଇ ରାଜ୍ କହିଛନ୍ତି, ଆଗକୁ କୈଣସି ବ୍ୟକ୍ତି ହେଉ କି ଦେଶ ବାବଦରେ କିଛି କହିବା ପୂର୍ବରୁ ଥରେ ଭାବିବା ଉଚିତ୍ ବୋଲି ସ୍ୱରାଙ୍କୁ ସେ କହିଛନ୍ତି। ଆଗାମୀ ଦିନରେ ସେ କିନ୍ତୁ ଅଭିନୟ ପାଇଁ ସ୍ୱରାଙ୍କୁ ଅଫର କରିବେ ବୋଲି ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି। ସ୍ୱରାଙ୍କ ଭଳି କଳାକାର ତାଙ୍କ ଫିଲ୍ନ ପାଇଁ ଆବଶ୍ୟକ ବୋଲି ଫିଲ୍ମ ନିର୍ଦ୍ଦେଶକ କହିଛନ୍ତି।
ସୂଚନାଯୋଗ୍ୟ, ସ୍ୱରା ଭାସ୍କର ହେଉଛନ୍ତି ଜେଏନୟୁର ପ୍ରଫେସର ଇରା ଭାସ୍କରଙ୍କ ଝିଅ। ଜେଏନୟୁ ହିଂସା ପ୍ରତିବାଦରେ ସୋମବାର ମୁମ୍ୱାଇର ଗେଟଓ୍ୱେ ନିକଟରେ ବଲିଉଡ କଳାକାରଙ୍କୁ ଏକାଠି କରି ହିଂସା ବିରୋଧରେ ପ୍ରତିବାଦ କରିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।