ଏଚ୍‌ଆଇଭି ଓ ଏଡସ୍‌ ରୋଗୀଙ୍କ ସହ ଏମିତି କଲେ ମିଳିବ ଦଣ୍ଡ

ନୂଆଦିଲ୍ଲୀ: ଏଚ୍‌ଆଇଭି ପୋଜିଟିଭ ଓ ଏଡସ ରୋଗୀଙ୍କୁ ସମାଜରେ ଖରାପ ଦୃଷ୍ଟିରେ ଦେଖାଯାଇଥାଏ। ଏଡସ୍‌ ହେବାର ଏକାଧିକ କାରଣ ଥିଲେ ମଧ୍ୟ ଅଧିକାଂଶ ଲୋକ ଏହାକୁ ଅସୁରକ୍ଷିତ ଯୌନ ସମ୍ପର୍କରୁ ହୋଇଥାଏ ବୋଲି ଭାବିଥାନ୍ତି। ଏହି କାରଣରୁ କିଛି ଲୋକ ଏମାନଙ୍କୁ ଭଲ ଦୃଷ୍ଟିରେ ଦେଖିନଥାନ୍ତି ଓ ଭେଦଭାବ କରିଥାନ୍ତି। ଆଉ ଏମାନଙ୍କ ସହ ଭେଦଭାବ କେହି କରିପାରିବେ ନାହିଁ। ଯଦି କରିବେ କଠୋର ଦଣ୍ଡ ପାଇବେ। ଏଥିପାଇଁ ଅଭିଯୁକ୍ତ ଜେଲ୍‌ ଯାଇପାରନ୍ତି। ଏହାସହ ଏକ ଲକ୍ଷ […]

hiv

Rakesh Mallick
  • Published: Tuesday, 11 September 2018
  • , Updated: 11 September 2018, 10:02 AM IST

ନୂଆଦିଲ୍ଲୀ: ଏଚ୍‌ଆଇଭି ପୋଜିଟିଭ ଓ ଏଡସ ରୋଗୀଙ୍କୁ ସମାଜରେ ଖରାପ ଦୃଷ୍ଟିରେ ଦେଖାଯାଇଥାଏ। ଏଡସ୍‌ ହେବାର ଏକାଧିକ କାରଣ ଥିଲେ ମଧ୍ୟ ଅଧିକାଂଶ ଲୋକ ଏହାକୁ ଅସୁରକ୍ଷିତ ଯୌନ ସମ୍ପର୍କରୁ ହୋଇଥାଏ ବୋଲି ଭାବିଥାନ୍ତି। ଏହି କାରଣରୁ କିଛି ଲୋକ ଏମାନଙ୍କୁ ଭଲ ଦୃଷ୍ଟିରେ ଦେଖିନଥାନ୍ତି ଓ ଭେଦଭାବ କରିଥାନ୍ତି।
ଆଉ ଏମାନଙ୍କ ସହ ଭେଦଭାବ କେହି କରିପାରିବେ ନାହିଁ। ଯଦି କରିବେ କଠୋର ଦଣ୍ଡ ପାଇବେ। ଏଥିପାଇଁ ଅଭିଯୁକ୍ତ ଜେଲ୍‌ ଯାଇପାରନ୍ତି। ଏହାସହ ଏକ ଲକ୍ଷ ଟଙ୍କା ଜୋରିମାନା ବି ଲାଗିପାରେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏଚ୍‌ଆଇଭି/ଏଡସ୍‌ ଅଧିନିୟମ, ୨୦୧୭ ସୂଚନା ଜାରି କରାଯାଇଛି। ଗତକାଲି ୧୦ ସେପ୍ଟେମ୍ବରରୁ ଏହାକୁ ଲାଗୁ କରାଯାଇଥିବା ଅଧିସୂଚନାରେ ଉଲ୍ଲେଖ ରହିଛି।

Related story