ସୁଶାନ୍ତ ପୂର୍ବତନ ମ୍ୟାନେଜର ଦିଶାଙ୍କ ଶବ ବ୍ୟବଚ୍ଛେଦରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁର ଫାଇଲ ପୁଣି ଖୋଲିଛି। ମୁମ୍ବାଇ ପୁଲିସ୍‌ ଏ ସମ୍ପର୍କରେ ତଥ୍ୟ ମାଗିବା ପରେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଚାଞ୍ଚଲ୍ୟକର ବୟାନ ରହିଛି। ସୁଶାନ୍ତ ଓ ଦିଶାଙ୍କ ଆତ୍ମହତ୍ୟା ସ୍ୱାଭାବିକ ନୁହେଁ ବରଂ ଏହା ପଛରେ ଷଡ଼ଯନ୍ତ୍ର ଥିବା ଅନେକ ଅଭିଯୋଗ କରିଥିଲେ। ଏପରି ଉଭୟ ମୃତ୍ୟୁର ପରସ୍ପର ସହ ଲିଙ୍କ ରହିଥିବା ମଧ୍ୟ କୁହଯାଇଛି। ଏସବୁ ଭିତରେ ଦିଶାଙ୍କ ଶବ […]

uyd

Hemant Lenka
  • Published: Wednesday, 05 August 2020
  • , Updated: 05 August 2020, 08:04 PM IST

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁର ଫାଇଲ ପୁଣି ଖୋଲିଛି। ମୁମ୍ବାଇ ପୁଲିସ୍‌ ଏ ସମ୍ପର୍କରେ ତଥ୍ୟ ମାଗିବା ପରେ ତାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ନେଇ ଚାଞ୍ଚଲ୍ୟକର ବୟାନ ରହିଛି। ସୁଶାନ୍ତ ଓ ଦିଶାଙ୍କ ଆତ୍ମହତ୍ୟା ସ୍ୱାଭାବିକ ନୁହେଁ ବରଂ ଏହା ପଛରେ ଷଡ଼ଯନ୍ତ୍ର ଥିବା ଅନେକ ଅଭିଯୋଗ କରିଥିଲେ।

ଏପରି ଉଭୟ ମୃତ୍ୟୁର ପରସ୍ପର ସହ ଲିଙ୍କ ରହିଥିବା ମଧ୍ୟ କୁହଯାଇଛି। ଏସବୁ ଭିତରେ ଦିଶାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ରହସ୍ୟକୁ ଆହୁରି ଘନୀଭୂତ କରିଛି।

ଦିଶାଙ୍କ ଶବ ବ୍ୟବଚ୍ଛେଦ ଅନୁଯାୟୀ, ତାଙ୍କ ମୁଣ୍ଡ ଓ ତାଙ୍କ ଶରୀରର ଏକାଧିକ ସ୍ଥାନରେ ଅସ୍ୱାଭାବିକ କ୍ଷତ ଚିହ୍ନ ରହିଛି। ମୁମ୍ବାଇର ଏକ ୧୪ ମହଲା ବିଶିଷ୍ଟ ବିଲଡିଂରେ ଦିଶା ରହୁଥିଲେ। କୁହାଯାଉଥିଲା ଯେ ସେ ଏହା ଉପରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ବେଳେ ୨୫ ବର୍ଷୀୟ ଦିଶା ତାଙ୍କ ଭାବୀ ସ୍ୱାମୀ ରୋହନ ରୟଙ୍କ ସହ ଥିଲେ। ତେବେ ତାଙ୍କ ଶରୀରରେ ଥିବା କ୍ଷତ ଚିହ୍ନ ଛାତରୁ ଡେଇଁବା ଯୋଗୁ ହୋଇଛି ନା ଆଉ କୌଣସି କାରଣରୁ ହୋଇଛି, ତାହା ଏଯାଏ ଜଣାପଡ଼ି ନାହିଁ।

ଜୁନ୍‌ ୯ ତାରିଖ ରାତି ପ୍ରାୟ ୨ଟା ବେଳେ ଛାତରୁ ଡେଇଁ ଦିଶା ଜୀବନ ହାରିଥିଲେ। ତେବେ ମୃତ୍ୟୁର ଦୁଇ ଦିନ ପରେ ତାଙ୍କର ଶବ ବ୍ୟବଚ୍ଛେଦ ହୋଇଥିଲା। ତେବେ ଦୁଇ ଦିନ ବିଳମ୍ବରେ କାହିଁକି ଶବ ବ୍ୟବଚ୍ଛେଦ ହେଲା, ତା’କୁ ନେଇ ପ୍ରଶ୍ନ ଉଠିଛି। ବୋରିଭାଲି ଶବ ବ୍ୟବଚ୍ଛେଦ କେନ୍ଦ୍ରରେ ଦିଶାଙ୍କ ମୋଷ୍ଟମର୍ଟମ ହୋଇଥିଲା।

ଏହି ରିପୋର୍ଟରେ କୁହାଯାଇଛି ଯେ ଦିଶାଙ୍କ ମୁଣ୍ଡରେ ଓ ଶରୀରରେ ଏକାଧିକ ଅସ୍ୱାଭାବିକ କ୍ଷତ ଚିହ୍ନ ରହିଛି। ଏହାପୂର୍ବରୁ ବିଜେପି ନେତା ନାରାୟଣ ରାଣେ କହିଥିଲେ ଯେ ଦିଶାଙ୍କ ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ରହିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। କିନ୍ତୁ ଏବେ ସାମ୍ନାକୁ ଆସିଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଗୁପ୍ତାଙ୍ଗରେ କ୍ଷତଚିହ୍ନ ସଂପର୍କରେ କିଛି ବି କୁହାଯାଇ ନାହିଁ। ତେବେ ସେ ଅତି ଉଚ୍ଚରୁ ଖସିଥିବାରୁ ତାଙ୍କ ଶରୀରରେ ଏକାଧିକ କ୍ଷତ ଚିହ୍ନ ଥିବା କୁହାଯାଇଛି।

ନିୟମ ଅନୁସାରେ କୌଣସି ମହିଳାଙ୍କ ଅସ୍ୱାଭାବିକ ମୃତ୍ୟୁ ବେଳେ ତାଙ୍କ ଭଜିନାଲ ସ୍ୱାବ ପରୀକ୍ଷା ପାଇଁ ସଂଗ୍ରହ କରାଯାଏ। ଏହି ମାମଲାରେ ମଧ୍ୟ ଭଜିନାଲ ସ୍ୱାବ ସଂଗ୍ରହ କରାଯାଇଛି ଓ କେମିକାଲ ବିଶ୍ଲେଷଣ ପାଇଁ ପଠାଯାଇଛି। କିନ୍ତୁ ଏଥିରୁ କ’ଣ ମିଳିଛି, ତା’ର ଖବର ମଧ୍ୟ ମୁମ୍ବାଇ ପୁଲିସ୍‌ ପାଖରେ ନାହିଁ।

ନାରାୟଣ ରାଣେ କହିଛନ୍ତି, ଦିଶା ଓ ସୁଶାନ୍ତଙ୍କ ମୃତ୍ୟୁର ଲିଙ୍କ ରହିଛି। ଦିଶାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସୋଶାଲ ମିଡିଆରେ ମଧ୍ୟ ସୁଶାନ୍ତ ଓ ଦିଶାଙ୍କ ମୃତ୍ୟୁରେ ଲିଙ୍କ ଥିବା କହିଛନ୍ତି। କାରଣ ଦିଶା ଜୁନ୍‌ ୯ରେ ଓ ସୁଶାନ୍ତ ଜୁନ୍‌ ୧୪ରେ ଜୀବନ ହାରିଥିଲେ।

Related story