ଦାଦନ ଶ୍ରମିକଙ୍କ ଉପରେ ସ୍ପ୍ରେ କରାଇଲା ୟୁପି ପ୍ରଶାସନ, ମାନବିକତା ନେଇ ଲୋକେ ଉଠାଇଲେ ପ୍ରଶ୍ନ
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରୁ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ ବେଶ କିଛି ଲୋକଙ୍କୁ ତଳେ ବସାଇ ରସାୟନ ମିଶ୍ରିତ ପାଣି ସ୍ପ୍ରେ କରାଯାଉଛି। ଏମାନେ ସମସ୍ତେ ନୋଏଡା ଏବଂ ଦିଲ୍ଲୀରୁ ଆସିଥିବା ଶ୍ରମିକ ବୋଲି ଜଣାପଡ଼ିଛି। ବସ୍ଷ୍ଟାଣ୍ଡରେ ଖାଦ୍ୟ ଓ ବସ୍ ପାଇଁ ଅପେକ୍ଷା କରିଥିବା ଏହି ଶ୍ରମିକମାନଙ୍କୁ ‘ସାନିଟାଇଜ୍’ କରିବା ନାମରେ ଏପରି କରାଯାଇଛି। ଏହାପରେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି। ଏପରିକି କିଛି ଲୋକ ମାନବିକତାକୁ ନେଇ […]
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଲିରୁ ଏଭଳି ଏକ ଭିଡିଓ ଆସିଛି ଯେଉଁଥିରେ ବେଶ କିଛି ଲୋକଙ୍କୁ ତଳେ ବସାଇ ରସାୟନ ମିଶ୍ରିତ ପାଣି ସ୍ପ୍ରେ କରାଯାଉଛି। ଏମାନେ ସମସ୍ତେ ନୋଏଡା ଏବଂ ଦିଲ୍ଲୀରୁ ଆସିଥିବା ଶ୍ରମିକ ବୋଲି ଜଣାପଡ଼ିଛି। ବସ୍ଷ୍ଟାଣ୍ଡରେ ଖାଦ୍ୟ ଓ ବସ୍ ପାଇଁ ଅପେକ୍ଷା କରିଥିବା ଏହି ଶ୍ରମିକମାନଙ୍କୁ ‘ସାନିଟାଇଜ୍’ କରିବା ନାମରେ ଏପରି କରାଯାଇଛି। ଏହାପରେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି। ଏପରିକି କିଛି ଲୋକ ମାନବିକତାକୁ ନେଇ ମଧ୍ୟ ପ୍ରଶ୍ନ କରିଛନ୍ତି।
https://twitter.com/Habeebinamdar/status/1244540976342827008?s=20
ମହମ୍ମଦ ଅଫଜଲ୍ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଆମେ ପ୍ରାୟ ୫୦ ଜଣ ଖାଦ୍ୟ ଓ ବସ୍ ଅପେକ୍ଷାରେ ବସିଥିଲୁ। କିଛି ଲୋକ ହଠାତ ପହଞ୍ଚି ଆମ ଉପରେ ସ୍ପ୍ରେ କରିବା ଆରମ୍ଭ କରିଥିଲେ। ସେମାନେ ସାନିଟାଇଜ୍ ଟିମ୍ରୁ ବୋଲି କହିଥିଲେ। ଏହାପରେ ପିଲାମାନେ କାନ୍ଦିବାକୁ ଆରମ୍ଭ କରିଥିଲେ ଏବଂ ମହିଳାମାନେ ମଧ୍ୟ ହତ୍ବାକ ହୋଇଯାଇଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଏହା ସୋଡିଅମ୍ ହାଇପୋକ୍ଲୋରାଇଟ୍ ମିଶ୍ରିତ ପାଣି ଥିଲା। ଏହି ରସାୟନ ଲଣ୍ଡରୀରେ, କପଡ଼ା କମ୍ପାନୀରେ, କାଗଜ କଳରେ ଆଦି ବ୍ୟବହାର ହୋଇଥାଏ। ଅନ୍ୟପକ୍ଷରେ ଡିସ୍ଇନଫେକ୍ସନ୍ ପାଇଁ ମଧ୍ୟ ଏହା ବ୍ୟବହାର ହୋଇଥାଏ।
ମହମ୍ମଦ ଅଫଜଲ୍ ଅଭିଯୋଗ ଆଣିଛନ୍ତି, ଏହି ସ୍ପ୍ରେ ପରେ ପିଲାଏ ଆଖି କୁଣ୍ଡାଇ ହେଉଥିବା କହିଥିଲେ। ଏହା ଅଜବ ବାସ୍ନା ମଧ୍ୟ ହେଉଥିଲା। ଏହି ଘଟଣା ପରେ ସେମାନେ ଆଉ ଅପେକ୍ଷା ନକରି ପୁଣି ପାଦରେ ଚାଲିବାକୁ ଆରମ୍ଭ କରିଥିଲେ।
ସୋମବାରର ଏହି ଘଟଣା ପରେ କଂଗ୍ରେସ ଏହାକୁ କଡ଼ା ସମାଲୋଚନା କରିଛି। କଂଗ୍ରେସର ଜିତିନ୍ ପ୍ରସାଦ କହିଛନ୍ତି, କିଏ ଦାୟିତ୍ୱରେ ଅଛି? ଉତ୍ତରପ୍ରଦେଶ ସରକାର ଏସବୁକୁ ଅନୁମତି କିପରି ଦେଉଛନ୍ତି। ନିର୍ଯାତନାର ଶିକାର ହୋଇଥିବା ଶ୍ରମିକମାନଙ୍କ ସହ ଏପରି ବ୍ୟବହାର ଗ୍ରହଣୀୟ ନୁହେଁ।