ଶ୍ମଶାନରେ ନାଚିଗାଇ ଦୀପାବଳି ପାଳନ୍ତି ଏହି ସହରର ଲୋକେ

ଭୋପାଳ: ଦୀପାବଳିରେ ସମସ୍ତେ ଘରେ ରହି ନହେଲେ ଖୋଲା ପଡ଼ିଆରେ ଦୀପ ଜାଳିବା ସହିତ ବାଣ ଫୁଟାଇଥା’ନ୍ତି। ହେଲେ ମଧ୍ୟପ୍ରଦେଶରେ ଗୋଟିଏ ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ରତଲମ ସହରର ଲୋକେ ଶ୍ମଶାନରେ ଦୀପାବଳି ପାଳନ କରନ୍ତି। ସାଧାରଣତଃ ଶ୍ମଶାନକୁ ମହିଳାଙ୍କୁ ଯିବାକୁ ବାରଣ କରାଯାଏ। କିନ୍ତୁ ଏହି ସହରରେ ଭିନ୍ନ ଚିତ୍ର ଦେଖିବାକୁ ମିଳେ। ଦୀପାବଳି ଦିନ ସନ୍ଧ୍ୟାରେ ମହିଳାମାନେ ଶ୍ମଶାନରେ ଦୀପ ଜାଳିବା ସହିତ ବିଭିନ୍ନ ପ୍ରକାରର ଝୋଟି ପକାନ୍ତି। ତା’ସହିତ ଗୀତ […]

diwali

Subhransu Sekhar
  • Published: Saturday, 14 November 2020
  • , Updated: 14 November 2020, 12:13 PM IST

ଭୋପାଳ: ଦୀପାବଳିରେ ସମସ୍ତେ ଘରେ ରହି ନହେଲେ ଖୋଲା ପଡ଼ିଆରେ ଦୀପ ଜାଳିବା ସହିତ ବାଣ ଫୁଟାଇଥା’ନ୍ତି। ହେଲେ ମଧ୍ୟପ୍ରଦେଶରେ ଗୋଟିଏ ସହରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ରତଲମ ସହରର ଲୋକେ ଶ୍ମଶାନରେ ଦୀପାବଳି ପାଳନ କରନ୍ତି।

ସାଧାରଣତଃ ଶ୍ମଶାନକୁ ମହିଳାଙ୍କୁ ଯିବାକୁ ବାରଣ କରାଯାଏ। କିନ୍ତୁ ଏହି ସହରରେ ଭିନ୍ନ ଚିତ୍ର ଦେଖିବାକୁ ମିଳେ। ଦୀପାବଳି ଦିନ ସନ୍ଧ୍ୟାରେ ମହିଳାମାନେ ଶ୍ମଶାନରେ ଦୀପ ଜାଳିବା ସହିତ ବିଭିନ୍ନ ପ୍ରକାରର ଝୋଟି ପକାନ୍ତି। ତା’ସହିତ ଗୀତ ଗାଆନ୍ତି ଓ ନୃତ୍ୟ ବି କରନ୍ତି। ୧୧ ବର୍ଷ ହେଲା ଏଠାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି।

ଦୀପାବଳି ଦିନ ପରିବାର ଲୋକେ ଏହି ଶ୍ମାଶାନକୁ ନିଜ ପିତୃପୁରୁଷଙ୍କୁ ମନେ ପକାଇବା ପାଇଁ ଆସନ୍ତି। ପୂର୍ବ ପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ଏଭଳି କାର୍ଯ୍ୟକ୍ରମ କରନ୍ତି।

Related story