ପ୍ରଧାନମନ୍ତ୍ରୀଙ୍କ ବୈଠକରେ କେଉଁ ମୁଖ୍ୟମନ୍ତ୍ରୀ କ’ଣ କହିଲେ?

ନୂଆଦିଲ୍ଲୀ: ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡ଼ାଉନ୍ ଅବଧି ଶେଷ ହେବା ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ପଞ୍ଚମ ଥର ପାଇଁ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୩ଟାରେ ଏହି ବୈଠକ ହୋଇଥିଲା। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ନବୀନ ପଟ୍ଟନାୟକ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଜିଲ୍ଲା ବଦଳରେ ଛୋଟ ଛୋଟ ଓ ସାଇଣ୍ଟିଫିକ ୟୁନିଟକୁ କୋଭିଡ୍‌ ଜୋନରେ ପରିଣତ […]

modi virtual meeting

modi virtual meeting

Subhransu Sekhar
  • Published: Monday, 11 May 2020
  • Updated: 11 May 2020, 08:15 PM IST

ନୂଆଦିଲ୍ଲୀ: ମେ’ ୧୭ରେ ତୃତୀୟ ପର୍ଯ୍ୟାୟ ଲକଡ଼ାଉନ୍ ଅବଧି ଶେଷ ହେବା ପୂର୍ବରୁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ପଞ୍ଚମ ଥର ପାଇଁ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ ୩ଟାରେ ଏହି ବୈଠକ ହୋଇଥିଲା। ଏହି ବୈଠକରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କରୋନା ପ୍ରସଙ୍ଗରେ ନିଜର ମତ ରଖିଛନ୍ତି।

ନବୀନ ପଟ୍ଟନାୟକ, ଓଡ଼ିଶା ମୁଖ୍ୟମନ୍ତ୍ରୀ

ଜିଲ୍ଲା ବଦଳରେ ଛୋଟ ଛୋଟ ଓ ସାଇଣ୍ଟିଫିକ ୟୁନିଟକୁ କୋଭିଡ୍‌ ଜୋନରେ ପରିଣତ କରିବା ଓ ଏସଂପର୍କରେ ନିଷ୍ପତ୍ତି ନେବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦେବା ପାଇଁ ନବୀନ ପ୍ରସ୍ତାବ ରଖିଛନ୍ତି। ସେହିପରି ଲକ୍‌ଡାଉନ୍‌ ଓ ଅନ୍ୟାନ୍ୟ କଟକଣାକୁ ନେଇ ଜାତୀୟ ସ୍ତରରେ ନୀତି ନିର୍ଦ୍ଧାରଣ କରି କାର୍ଯ୍ୟକାରୀ କରିବା ଲାଗି ସ୍ଥାନୀୟ ପ୍ରଶାସନକୁ କ୍ଷମତା ଦିଆଯିବା ସପକ୍ଷରେ ମତ ଦେଇଛନ୍ତି ନବୀନ।
ଦେଶର ଅର୍ଥନୀତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ପାଇଁ ଜାତୀୟସ୍ତରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସେଜିଅର (ଏସଓପି) ପ୍ରସ୍ତୁତ ପାଇଁ ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ। କେନ୍ଦ୍ର ଓ ରାଜ୍ୟ ଦ୍ୱାରା ପରିଚାଳିତ ଶିଳ୍ପ ସଂସ୍ଥାଗୁଡିକ ପରସ୍ପର ଉପରେ ନିର୍ଭରଶୀଳ ଥିବାରୁ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇବାରେ ଏସଓପି ସହାୟତା କରିବ।

କୋଭିଡ୍ ପରିଚାଳନାରେ ପଞ୍ଚାୟତିରାଜ ସଂସ୍ଥାଗୁଡିକୁ ସିଧାସଳଖ ସଂପୃକ୍ତ କରିବା ଓ ସେମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବାଲାଗି ପ୍ରଚଳିତ ସ୍କିମରେ ସଂଶୋଧନ ଲାଗ ପ୍ରସ୍ତାବ ରଖିଛନ୍ତି ନବୀନ। ସେହିପରି ଫସି ରହିଥିବା ଲୋକଙ୍କୁ ଉଦ୍ଧାର ଲାଗି ସରକାର ଟ୍ରେନ୍ ଚଳାଚଳ ଲାଗି ଯେଭଳି ରାଜ୍ୟମାନଙ୍କ ପରାମର୍ଶ ନେଇଥିଲେ ଯାତ୍ରୀବାଦୀ ଟ୍ରେନ୍ ସେବା କ୍ଷେତ୍ରରେ ତାହା କରାଯିବା ଉପରେ ନବୀନ ଗୁରୁତ୍ୱ ଦେଇଛନ୍ତି।

କେ ପଲାନିସ୍ୱାମୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ

ମେ’ ୩୧ ଯାଏ ବିମାନ ଓ ରେଳ ସେବା ଆରମ୍ଭ ନକରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି ପଲାନିସ୍ୱାମୀ। ରାଜ୍ୟରେ ଏମଏସଏମଇ ଶିଳ୍ପର ପୁନରୁଦ୍ଧାର ପାଇଁ ନୂଆ ଋଣ ପ୍ୟାକେଜର ଆବଶ୍ୟକତା ରହିଛି। ସେହିପରି ତାମିଲନାଡୁ ଶିଳ୍ପର ପୁନରୁଦ୍ଧାର ପାଇଁ ୨,୫୦୦ କୋଟି ଟଙ୍କାର ଆର୍ଥିକ ସହଯୋଗ ସହିତ ଅନ୍ୟାନ୍ୟ ବିଭାଗ ପାଇଁ ଆର୍ଥିକ ସହାୟତା ଦାବି କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ।

କେସିଆର, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ
କରୋନା ସଂକ୍ରମଣ ବ୍ୟାପୁଥିବାରୁ ରେଳ ସେବା ଆରମ୍ଭ ନହେବା ଦରକାର। ଟ୍ରେନରେ ଏବେ ପ୍ରବାସୀମାନେ ଫେରିଲେ ରାଜ୍ୟରେ କରୋନା ମୁକାବିଲା ଆହୁରି ଜଟିଳ ହୋଇଯିବ। ସ୍ଥିତି ଆହୁରି ଜଟିଳ ହୋଇପାରେ। ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ହାଇଦ୍ରାବାଦରେ ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ରହିଛି। ଯଦି ଏହି ସହରଗୁଡିକ ମଧ୍ୟରେ ଟ୍ରେନ୍ ଚଳାଚଳ କରିବ ତା’ହେଲେ କରୋନା ଆକ୍ରାନ୍ତଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇଯିବ।

ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
କରୋନା ଭାଇରସ ମହାମାରୀ ବେଳେ କେନ୍ଦ୍ର ରାଜନୀତି ନକରିବା ଉଚିତ୍। ରାଜ୍ୟରେ ଏହି ଭାଇରସର ମୁକାବିଲା କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ରାଜନୀତି ନ କରନ୍ତୁ। ସଂଘୀୟ ବ୍ୟବସ୍ଥା ପ୍ରତି ସମ୍ମାନ ଦିଆଯିବା ଦରକାର। ସମସ୍ତ ରାଜ୍ୟକୁ ସମାନ ଗୁରୁତ୍ୱ ଦିଆଯିବା ଦରକାର। ଆମେ ସମସ୍ତେ ଟିମ୍ ଇଣ୍ଡିଆ ଭାବରେ କାମ କରିବା ଦରକାର ବୋଲି ମମତା ବାନାର୍ଜୀ କହିଛନ୍ତି।

ଜଗନ ରେଡ୍ଡୀ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ
କରୋନା ସଂକ୍ରମଣକୁ ରୋକିବା ପାଇଁ ନିର୍ଦ୍ଦିଷ୍ଟ ଏସଓପି ସହିତ କୃଷି ବଜାର, ପରିବହନ, ବଜାର ଏବଂ ସପିଂ ମଲ୍ ଖୋଲିବା ଦରକାର। ଏହାଦ୍ୱାରା ଅର୍ଥନୀତିରେ ସୁଧାର ଆସିବ।

ଉଦ୍ଧବ ଠାକରେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ
ଦେଶରେ କରୋନା ମେ ଅଧା କିମ୍ୱା ଜୁନ୍ ଜୁଲାଇରେ ଅଧିକ ପ୍ରକୋପ ଦେଖାଇପାରେ। ଉହାନରେ ମଧ୍ୟ ମଝିରେ କରୋନା ଅଧିକ ପ୍ରକୋପ ଦେଖାଇଥିଲା। ତେଣୁ ଲକଡାଉନ୍ ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଲୋକଙ୍କ କାମ ପାଇଁ ଲୋକାଲ ଟ୍ରେନକୁ ଚାଲୁ କରିବା ଦରକାର।

ଅରବିନ୍ଦ କେଜ୍ରିଓ୍ୱାଲ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ
କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଦିଲ୍ଲୀର ଅନ୍ୟ ସ୍ଥାନ ମାନଙ୍କରେ ଅର୍ଥନୀତିକ ବ୍ୟବସ୍ଥା ଆରମ୍ଭ ହେବା ଦରକାର।

ଭୂପେଶ ବାଘେଲ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଅର୍ଥନୀତିକ କାର୍ଯ୍ୟକଳାପ ବାବଦରେ ରାଜ୍ୟ ସରକାରଙ୍କୁ କ୍ଷମତା ଦେବା ଦରକାର। ରେଡ୍, ଗ୍ରୀନ ଓ ଅରେଞ୍ଜ ଜୋନ୍ ଘୋଷଣା କରିବାର ଦାୟିତ୍ ରାଜ୍ୟ ସରକାର ପାଇବା ଦରକାର। ମନରେଗା ଯୋଜନା ଆଧାରରେ ଦିନ ମଜୁରିଆଙ୍କୁ ଦୈନିକ ୨୦୦ ଟଙ୍କା ଦେବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos