ଶ୍ରୀନଗର: ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକ୍ଙ୍କ ନିମନ୍ତ୍ରଣକୁ ଗ୍ରହଣ କରି ଆସନ୍ତାକାଲି କଶ୍ମୀର ଗସ୍ତରେ ଯିବେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତାଙ୍କ ସହ ଅନ୍ୟ କିଛି ନେତା ଯିବାର ଥିବାରୁ ରାଜ୍ୟପାଳ ମଲିକ୍ ଚେତାବନୀ ଦେଇଛନ୍ତି, ସେମାନଙ୍କ ଗସ୍ତ ସମୟରେ ଉପତ୍ୟକାରେ ଯେପରି କୌଣସି ହିଂସା ପରିସ୍ଥିତି ସୃଷ୍ଟି ନହୁଏ। ମିଳିଥିବା ସୂଚନା ଅନୁଯାୟୀ, ଆଜି ରାହୁଲ ଏହି ନିମନ୍ତ୍ରଣ ଗ୍ରହଣ କରିଛନ୍ତି ଏବଂ ତାଙ୍କ ସହ ୯ ଜଣ ନେତା କଶ୍ମୀର ଉପତ୍ୟକା ଗସ୍ତ କରିବାର ଅଛି।
ତେବେ ଏହାର ପ୍ରତିକ୍ରିୟାରେ ଜମ୍ମୁ-କଶ୍ମୀର ସରକାର ଟ୍ୱିଟର ଯୋଗେ କହିଛନ୍ତି, କଶ୍ମୀରରେ ସାଧାରଣ ଜୀବନ ସ୍ୱାଭାବିକ ହେବାକୁ ଆରମ୍ଭ କରିଥିବାରୁ ବରିଷ୍ଠ ନେତାମାନେ ଏଥିରେ ବାଧା ଉପୁଜାଇ ହିଂସା ସୃଷ୍ଟି କରାଇବାର ପ୍ରୟାସ କରିବା ଉଚିତ ନୁହେଁ।
ସରକାରଙ୍କ ପକ୍ଷରୁ କୁହାଯାଇଛି, ସରକାର ସୀମାପାର ଆତଙ୍କବାଦରୁ ଏବଂ ବିଚ୍ଛିନ୍ନତାବାଦୀଙ୍କ ଆକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି। ଏହି ନେତାମାନେ କଶ୍ମୀର ଆସିବା କଟକଣାର ଉଲ୍ଲଂଘନ ହେବ ଏବଂ ଅନ୍ୟ ଲୋକଙ୍କୁ ଅସୁବିଧାରେ ପକାଇବ। ତେଣୁ ସେମାନଙ୍କୁ ଅନୁରୋଧ କରାଯାଉଛି ସରକାରଙ୍କ ସହଯୋଗ କରନ୍ତୁ ଏବଂ ଶ୍ରୀନଗର ଗସ୍ତରୁ ବିରତ ରୁହନ୍ତୁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।