ନୂଆଦିଲ୍ଲୀ: ପୂର୍ବ ଦିଲ୍ଲୀ ସାଂସଦ ଗୌତମ ଗମ୍ଭୀର ଶୁକ୍ରବାର ସଂସଦରେ ପ୍ରଦୂଷଣକୁ ନେଇ ଆଲୋଚନା ସମୟରେ ଅନୁପସ୍ଥିତ ରହିବା ନେଇ ମୁହଁ ଖୋଲିଛନ୍ତି। ତାଙ୍କୁ ସାମଲୋଚନା କରିବା ନେଇ ଗମ୍ଭୀର ଆମ୍ ଆଦମୀ ପାର୍ଟି ଉପରେ ସେ ବର୍ଷିଛନ୍ତି। ସେ କହିଛନ୍ତି ମୋ କାମ କଥା କହେ।
ଟ୍ୱିଟ୍ କରି ସେ କହିଛନ୍ତି, ମୋ କାମ ନିଜ ବିଷୟରେ କଥା କହେ। ଯଦି ମୋତେ ଗାଳି କଲେ ପ୍ରଦୂଷଣ କମିଯିବ ମନଭରି ଗାଳି କରିପାରିବେ। ମୁଁ ମୋ ନିର୍ବାଚନମଣ୍ଡଳୀ ପାଇଁ କ’ଣ କାମ କରିଛି ତାହା ସେଇ କାମରୁ ପରୀକ୍ଷା କରାଯାଉ। ସେ ଏହାପରେ ତାଙ୍କ କାମ ବାବଦରେ ତାଲିକା ଦେଇଥିଲେ। ଗତ ୬ ମାସରେ ସେ ଯାହା କରିଛନ୍ତି ତାହା ତାଙ୍କ ପୁରା କାର୍ଯ୍ୟକାଳରେ କରିବାକୁ ଥିବା କାମର ୧% ବି ନୁହେଁ ବୋଲି ସେ କହିଛନ୍ତି। ସେ ପ୍ରତିଦିନ ସକାଳ ୧୧ରୁ ପୂର୍ବ ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ବସୁଛନ୍ତି ଏବଂ ଅଭିଯୋଗର ସମାଧାନ ନହେଲା ଯାଏ ଛାଡ଼ୁନାହାନ୍ତି।
ସେ ବାୟୁକୁ ସ୍ୱଚ୍ଛ କରିବା ପାଇଁ ବୃହତ ପ୍ୟୁରିଫାୟର ବ୍ୟବହାର କରାଯିବାର ଅଛି ବୋଲି ଘୋଷଣା କରିଛନ୍ତି। ସେ ଟଙ୍କା କମାଇବା ପାଇଁ ରାଜନୀତିକୁ ଆସିନାହାନ୍ତି ଏବଂ କଷ୍ଟ ଅର୍ଜିତ ଟଙ୍କାରେ ହିଁ ବଞ୍ଚନ୍ତି ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ନିର୍ବାଚନ ପୂର୍ବରୁ ଫାଟ, 'ଇଣ୍ଡି ବ୍ଲକ୍'ରୁ କଂଗ୍ରେସକୁ ଆଉଟ୍ କରିବାକୁ ଚାହୁଁଛି ଆପ୍
ଦିଲ୍ଲୀ ନିର୍ବଚନ ପୂର୍ବରୁ ଆମ୍ ଆଦମୀ ପାର୍ଟି ଇଣ୍ଡିଆ ମେଣ୍ଟରୁ କଂଗ୍ରେସକୁ ବାହାର କରିବାକୁ ଚାହୁଁଛି। ଏଥିପାଇଁ ସେ ଅନ୍ୟ ଦଳ ସହ କଥା ହେବ।
National
୨୦୨୩-୨୪ ବର୍ଷରେ ବି ବିଜେପି ମାଲେମାଲ, ପାଇଛି ୨,୨୪୪ କୋଟି ଚାନ୍ଦା
୨୦୨୩-୨୪ ବର୍ଷରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଦ୍ୱିତୀୟ ସ୍ଥାନରେ ରହିଛି।
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...