ନବଜାତ ଶିଶୁ ବିକ୍ରି ଅଭିଯୋଗରେ ଡାକ୍ତର ସମେତ ୯ ଗିରଫ

ମୁମ୍ୱାଇ: ନବଜାତ ଶିଶୁ ବିକ୍ରି ଅଭିଯୋଗରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ନବଜାତ ଶିଶୁକୁ ସର୍ବନିମ୍ନ ୬୦ ହଜାର ଏବଂ ସର୍ବାଧିକ ୩ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ରହିଥିଲା। ମୁମ୍ୱାଇ କ୍ରାଇମ ବ୍ରାଞ୍ଚ ଏହି ମାମଲାରେ ତଦନ୍ତ କରି ଏକ ରାକେଟକୁ ଧରିଛି। ଏହି ରାକେଟରେ ୭ ମହିଳା ଏବଂ ଦୁଇ ପୁରୁଷ ଥିବା ଜଣାପଡ଼ିଛି। ଏହି ରାକେଟ ସହ ଜଡ଼ିତ ଥିବା ଜଣେ ଡାକ୍ତରକୁ ମଧ୍ୟ କ୍ରାଇମ୍ ବ୍ରାଞ୍ଚ ଗିରଫ୍ କରିଛି। […]

Handcuffs

Subhransu Sekhar
  • Published: Monday, 18 January 2021
  • , Updated: 18 January 2021, 01:12 PM IST

ମୁମ୍ୱାଇ: ନବଜାତ ଶିଶୁ ବିକ୍ରି ଅଭିଯୋଗରେ ପୁଲିସ ୯ ଜଣଙ୍କୁ ଗିରଫ କରିଛି। ନବଜାତ ଶିଶୁକୁ ସର୍ବନିମ୍ନ ୬୦ ହଜାର ଏବଂ ସର୍ବାଧିକ ୩ ଲକ୍ଷ ଟଙ୍କାରେ ବିକ୍ରି ହେଉଥିବା ଅଭିଯୋଗ ରହିଥିଲା। ମୁମ୍ୱାଇ କ୍ରାଇମ ବ୍ରାଞ୍ଚ ଏହି ମାମଲାରେ ତଦନ୍ତ କରି ଏକ ରାକେଟକୁ ଧରିଛି। ଏହି ରାକେଟରେ ୭ ମହିଳା ଏବଂ ଦୁଇ ପୁରୁଷ ଥିବା ଜଣାପଡ଼ିଛି। ଏହି ରାକେଟ ସହ ଜଡ଼ିତ ଥିବା ଜଣେ ଡାକ୍ତରକୁ ମଧ୍ୟ କ୍ରାଇମ୍ ବ୍ରାଞ୍ଚ ଗିରଫ୍ କରିଛି।

ପୁଲିସର ସୂଚନା ଅନୁଯାୟୀ ଗିରବ ଶ୍ରେଣୀର ବ୍ୟକ୍ତିଙ୍କ ନବଜାତକୁ ଅଭିଯୁକ୍ତ ମାନେ ଆର୍ଥିକ ଲୋଭ ଦେଖାଇ ବିକ୍ରି କରାଉଥିଲେ। ଗତ 6 ମାସରେ ଚାରି ନବଜାତ ବିକ୍ରି କରିଥିବା ଅଭିଯୋଗ ରହିଛି। ତେବେ ଏହି ରାକେଟରେ ଆହୁରି ଅନେକ ସଦସ୍ୟ ରହିଥିବା ପୁଲିସ ସନ୍ଦଗେହ କରିଛି।

ପୁଲିସ ସମସ୍ତ ଅଭିଯୁକ୍ତଙ୍କ ମୋବାଇଲ ଜବତ କରିଛି। ମୋବାଇଲରୁ ଜବତ ହୋଇଥିବା ଫଟୋ ଏବଂ ହ୍ୱାଟସଆପ ଚାଟ ତଦନ୍ତ କରିବା ପରେ କିଙ୍ଗପିନ୍ ଧରାପଡ଼ିବ ବୋଲି ପୁଲିସ କହିଛି।

Related story