ମୁମ୍ବଇ: ଭାରତର ମାନୁଷି ଛିଲ୍ଲରଙ୍କୁ ମିଳିଛି ବିଶ୍ୱ ସୁନ୍ଦରୀର ଆକ୍ଷା । ୨୦୧୭ ବର୍ଷ ପାଇଁ ବିଶ୍ୱର ୧୦୮ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ମାନୁଷି ହାତେଇଛନ୍ତି ଏହି ମୁକୁଟ । ତାଙ୍କର ଏହି କୃତିତ୍ୱ ପାଇଁ ମନେ ପଡିଛନ୍ତି ଆଉ ଜଣେ ମହିଳା। ଆନ୍ତର୍ଜତୀକ ସ୍ତରରେ ଆୟାଜିତ ଏହି ଭବ୍ୟ ଉତ୍ସବରେ ଭରତକୁ ପ୍ରଥମ ଥାର ପାଇଁ ମର୍ଯ୍ୟାଦା ପ୍ରଦାନ କରିଥିବା ସେହି ମହିଳା ଜଣକ ହେଉଛନ୍ତି ରିତା ଫରିୟା । ୧୯୬୬ ନଭେମ୍ବର ୧୭ରେ ରିତା ପ୍ରଥମ ଭାରତୀୟ ମହିଳା ଭାବ ବିଶ୍ୱସୁନ୍ଦରୀ ଆକ୍ଷା ପାଇଥିଲେ। ପେସାର ଜଣେ ଡାକ୍ତର ଥିବା ରିତାଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।
ରିତା ମୟା ମାୟାନଗରୀ ମୁମ୍ବାଇରେ ୧୯୪୫ରେ ଜନ୍ମଗ୍ରହଣ କରିଥିଲେ। ସେ ଗ୍ରାଣ୍ଡ ମେଡିକାଲ କଲେଜ ଏବଂ ସର୍ ଜମ୍ସେଦ୍ଜୀ ଜିଜାଭାଈ ଗ୍ରୁପ୍ ଅଫ୍ ହସ୍ପିଟାଲରୁ ଏମ୍ବିବିଏସ୍ ଡିଗ୍ରୀ ହାସଲ କରିଥିଲେ। ଏହାପରେ ଉଚ୍ଚଶିକ୍ଷା ପାଇଁ ଲଣ୍ଡନ୍ସ୍ଥିତ କିଙ୍ଗ୍ କଲେଜରେ ପାଠ ପଢିବାକୁ ଯାଇଥିଲେ। ଏହି ସମୟରେ ଗୋଟିଏ ବର୍ଷ ପାଇଁ ମଡେଲିଂରେ କ୍ୟାରିୟର ଆରମ୍ଭ କରିଥିଲେ। ଯାହା ତାଙ୍କୁ ସଫଳତାର ଶିର୍ଷରେ ପହଞ୍ଚାଇଥିଲା। ରିତାଙ୍କ ଡିଜାଇନର କେବଳ ଭାରତରେ ନୁହେଁ ବରଂ ଆମେରିକାରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହାପରେ ତାଙ୍କୁ ମିଳିଥିଲା ବିଶ୍ୱ ସୁନ୍ଦରୀର ମୁକୁଟ। ୧୯୭୧ରେ ରତାଙ୍କ ବିବାହ ହୋଇଥିଲା ଡ୍ୟାବିଡ୍ ପାୱେଲଙ୍କ ସହ ହୋଇଥିଲା। ଏହାପରେ ଢେର ଦିନ ପାଇଁ ସେ ଗ୍ଲାମର ଦୁନିଆରୁ ଦୂରେଇ ଗଲେ।
ଏବେ ଜଣେ ଚିକିତ୍ସକ ଭାବେ ସେ ନିଜ କାର୍ଯ୍ୟ ତୁଲାଉଛନ୍ତି । ଚକାଚକ୍ ଗ୍ଲାମର ଦୁନିଆ ଅପେକ୍ଷା ସେବା କାର୍ଯ୍ୟ ତାଙ୍କୁ ଅଧିକ ଆତ୍ମସନ୍ତୋଷ ଦେଉଛି ବୋଲି ସେ କହିଛନ୍ତି । ସମ୍ପ୍ରତି ସେ ହରିୟାଣାରେ ରହି ରୋଗୀସେବା କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।