dog-save
(ଓଡ଼ିଶା ରିପୋର୍ଟର୍): କୁହାଯାଏ, ଆପଣାର ମଣିଷ ଧୋକା ଦେଇପାରେ, କିନ୍ତୁ କୁକୁର ନୁହେଁ। ଏହାର ଉଦାହରଣ ଦେଖିବାକୁ ମିଳିଛି, ମଧ୍ୟପ୍ରଦେଶର ସାଗର ଅଞ୍ଚଳରେ।
ଘରର ପୋଷା କୁକୁର ଜଣେ୧୪ ବର୍ଷର ଝିଅକୁ ଦୁଷ୍କର୍ମ ମୁହଁରୁ ରକ୍ଷା କରିଦେଇଛି। ସଂପୂର୍ଣ୍ଣ ଘଟଣା ଜାଣିଲେ, ଆପଣ କିନ୍ତୁ ସେହି ବିଶ୍ୱସ୍ତ ପୋଷା କୁକୁରକୁ ତା’ କାମ ପାଇଁ ଧନ୍ୟବାଦ ନଦେଇ ରହିପାରିବେ ନାହିଁ।/odisha-reporter/media/post_attachments/wp-content/uploads/2018/08/victim-2.jpg)
ସାରା ଘଟଣା ଥିଲା ଏହିପରି। ଘରେ ହେଉଥିବା ମଶାଙ୍କୁ ମାରିବା ପାଇଁ ନାବାଳିକାର ଜେଜେମା’ ରାତିରେ ତାକୁ ଶୁଖିଲା ଘାସ ଆଣିବା ପାଇଁ ବାହାରକୁ ପଠାଇଥିଲେ। ଘାସ ଆଣିବା ପାଇଁ ସଂପୃକ୍ତ ନାବାଳିକା ଘରଠାରୁ କିଛି ଦୂରକୁ ଚାଲିଯାଇଥିଲା।
ତେବେ ଘରୁ ବାହାରିବାର କିଛି ସମୟ ପରେ ନାବାଳିକା ଏକାକୀ ଯାଉଥିବା ଦେଖି ଦୁଇ ଜଣ ଦୁର୍ବୃତ୍ତ ତା’ର ପିଛା କରିଥିଲେ। ଘର ଠାରୁ କିଛି ଦୂରରେ ଦୁଇ ଅଭିଯୁକ୍ତ ନାବାଳିକାକୁ କାବୁ କରିନେଇଥିଲେ ଏବଂ ସେ ଯେପରି ଚିତ୍କାର କରି ନପାରିବ, ସେନେଇ ନାବାଳିକାର ମୁହଁରେ କପଡ଼ା ଦେଇ ପାଟିକୁ ବନ୍ଦ କରିଦେଇଥିଲେ। ଏକ ନିକାଞ୍ଚନ ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରୁଥିବାବେଳେ ହଠାତ୍ ଦେବଦୂତ ସାଜି ଘଟଣାସ୍ଥଳରେ ପହଞ୍ଚିଥିଲା ଘରର ପୋଷା କୁକୁର।
/odisha-reporter/media/post_attachments/wp-content/uploads/2018/08/vicc.jpg)
ଦୁଷ୍କର୍ମ ଉଦ୍ୟମ କରୁଥିବା ପୁନୀତ୍ ନାମକ ଅଭିଯୁକ୍ତକୁ କୁକୁରଟି ଆକ୍ରମଣ କରିଥିଲା। ଅଭିଯୁକ୍ତର ଗୋଡ଼କୁ କୁକୁର ଏମିତି ଝୁଣିଲା ଯେ, ସେ ଯନ୍ତ୍ରଣାରେ ଚିତ୍କାର କରିବାକୁ ବାଧ୍ୟ ହେଲା ଏବଂ ଏହାର ସୁଯୋଗ ନେଇ ନାବାଳିକା ଅଭିଯୁକ୍ତଙ୍କ କବଳରୁ ଖସି ଆସିଲା।
ଆଉ ଖସି ଆସିବା ପରେ ଝିଅର ଚିତ୍କାର ଶୁଣି ପରିବାର ଓ ଅନ୍ୟଲୋକମାନେ ଏକାଠି ହୋଇଯାଇଥିଲେ।
ଶନିବାର ରାତିରେ ଏହା ଘଟିଥିଲେ ହେଁ ଲୋକଲଜ୍ଜା କାରଣରୁ ପରିବାର ଲୋକେ ପ୍ରଥମେ ଏସମ୍ପର୍କରେ ପୁଲିସ୍କୁ ଜଣାଇ ନଥିଲେ। ତେବେ ରବିବାର ଏନେଇ ଅଭିଯୋଗ ପାଇବା ପରେ ପୁଲିସ୍ ଛାନଭିନ୍ କରି ମାମଲାର ଦୁଇ ଅଭିଯୁକ୍ତ, ରେଶୁ ଓ ପୁନୀତକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୁଲିସ୍ର ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତ ପୂର୍ବରୁ ମଧ୍ୟ ଚୋରା ମଦ କାରବାରରେ ଗିରଫ ହୋଇ ଜେଲ୍ ଯାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2018/08/dog-save.jpg)